ETV Bharat / state

ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗ: ସାଂସଦଙ୍କୁ ଭେଟିଲେ ଜମିହରା ଦଳିତ

author img

By

Published : Nov 4, 2020, 7:36 AM IST

ସାରୁଅରେ ଦଳିତଙ୍କ ଜମି ଦୁର୍ନୀତି ପ୍ରସଙ୍ଗ । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଲେ ଲୋକେ । ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଲେ ସାଂସଦ । ଅଧିକ ପଢନ୍ତୁ...

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ଖୋର୍ଦ୍ଧା: ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗରେ ଜମି ହରାଇଥିବା ଦଳିତମାନେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନେ ସାଂସଦଙ୍କୁ ସମସ୍ତ ଘଟଣା ବିସ୍ତୃତ ଭାବେ ଜଣାଇଛନ୍ତି । ସାଂସଦ ସମସ୍ତଙ୍କୁ ଉଚିତ୍‌ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ସାରୁଅରେ ଘରୋଇ ଗଣମାଧ୍ୟମ ଷ୍ଟୁଡିଓ ସାମ୍ନାରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ଜାରି ରହିଛି । ପ୍ରଭାବିତମାନେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରଭାବିତଙ୍କୁ ଭେଟିବା ପରେ ସାଂସଦ କହିଛନ୍ତି ଯେ, ‘ଦୀନବନ୍ଧୁ ମଲ୍ଲିକ, ହାଲୁରୀ ପାହାଡସିଂ, ସନାତନ ପାହାଡସିଂ ଓ ପ୍ରଭାତ କୁମାର ମଲ୍କିକ ତାଙ୍କୁ ଭେଟିଛନ୍ତି । ଅର୍ଥନାତିକ ଅପରାଧ ଶାଖା ଯେଉଁ ମାମଲା କରିଛି ସେଥିରେ ପ୍ରଭାବିତଙ୍କ କଥା କେହି ଶୁଣୁନାହାଁନ୍ତି ।’

ଏପରିକି କୋର୍ଟ ପକ୍ଷରୁ ନୋଟିସ ମଧ୍ୟ ଆସିନି । ସେମାନେ ଓଡିଶା ଇନଫ୍ରାଟେକ ବିରୋଧରେ ଲଢେଇ କରିବାକୁ ଚାହୁଁଛନ୍ତି । ନିଜ ନିଜର କଥାକୁ କୋର୍ଟରେ ଉପସ୍ଥାପନା କରିବାକୁ ଚାହୁଁଛନ୍ତି । ତାଙ୍କ ଅଭିଯୋଗ ଭିତ୍ତିରେ ସମସ୍ତ ସହଯୋଗ କରାଯିବ ବୋଲି ପ୍ରଭାବିତଙ୍କୁ ସାଂସଦ ଅମର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାସହ ଦୋଷୀଙ୍କୁ ଦଣ୍ଡ ମିଳିବା ନେଇ ମଧ୍ୟ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ସେମାନେ କିପରି ଜମି ଫେରି ପାଇବେ ସେନେଇ ସାଂସଦ ନିଜେ ପ୍ରଭାବିତଙ୍କ ସହ ଲଢେଇରେ ସାମିଲ ହେବେ ବୋଲି କହିଛନ୍ତି। ଏପରିକି ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ସହ ବିନା ଅର୍ଥରେ ପ୍ରଭାବିତଙ୍କ ପାଇଁ ଲଢିବେ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.