ETV Bharat / state

ଭେଟେଶ୍ବର ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

author img

By

Published : Jul 5, 2020, 8:41 AM IST

ଭେଟେଶ୍ବର ପଞ୍ଚାୟତକୁ କୁଏତରୁ ଫେରିଥିବା ଜଣେ ବ୍ୟକ୍ତି ଏବେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢାଇଛି । ଉକ୍ତ ବ୍ୟକ୍ତି ଜଣକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାପାଳର କ୍ଷମତା ପ୍ରୟୋଗ କରିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ...

ଭେଟେଶ୍ବର ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ
ଭେଟେଶ୍ବର ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

ଖୋର୍ଦ୍ଧା: ଜିଲ୍ଲାପାଳ କ୍ଷମତା ପ୍ରୟୋଗ ଗଲେ ପୁଣି ଏକ ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ବର ପଞ୍ଚାୟତର ସରପଞ୍ଚ 2ଟି ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ସକାଳ 5ଟାରୁ ଆସନ୍ତା 9 ତାରିଖ 5ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରିବା ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାରେ କାୟା ବିସ୍ତାର କରୁଛି କୋରୋନା । ସଂକ୍ରମଣରେ ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ କିଛି ଅମାନିଆଙ୍କ ପାଇଁ ପ୍ରଶାସନର ଏବେ ଚିନ୍ତା ବଢିଛି। ବାଣପୁର ବ୍ଲକ ଭେଟେଶ୍ବର ଗାଁର ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ପ୍ରଶାସନର ନିଦ ହଜାଇଛି । ସରପଞ୍ଚ ସଂକ୍ରମଣ ରୋକିବାକୁ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ।

ସଂକ୍ରମିତ ବ୍ୟକ୍ତି ଜଣକ ଗତ ଜୁନ 11 ତାରିଖରେ କୁଏତରୁ ଫେରିବା ପରେ କ୍ବାରେଣ୍ଟାଇନରେ ରହିଥିଲେ । ଆଉ 7 ଦିନ ସେ ହୋମ କ୍ବାରେଣ୍ଟାଇନରେ ରହିବା କଥା । କିନ୍ତୁ ଏଥିରେ ସେ ଅବହେଳା କରି ସାଙ୍ଗ ସାଥୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଭୋଜି ଏବଂ ଗୋଷ୍ଠୀ ହୋଇ ଚାରା ରୋପଣ କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଭେଟେଶ୍ବର ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.