ETV Bharat / state

ଦାୟିତ୍ୱ ନେଲେ I & PR ନିର୍ଦ୍ଦେଶକ ସରୋଜ କୁମାର ସାମଲ

author img

By

Published : Apr 18, 2023, 9:46 PM IST

ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ହୋଇଛନ୍ତି ବରିଷ୍ଠ ପ୍ରଶାସକ ସରୋଜ କୁମାର ସାମଲ । ପୂର୍ବରୁ ସେ ଝାରସୁଗୁଡା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ

ଦାୟିତ୍ୱ ନେଲେ I & PR ନିର୍ଦ୍ଦେଶକ ସରୋଜ କୁମାର ସାମଲ
ଦାୟିତ୍ୱ ନେଲେ I & PR ନିର୍ଦ୍ଦେଶକ ସରୋଜ କୁମାର ସାମଲ

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସକ ସରୋଜ କୁମାର ସାମଲ । ନୂତନ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି ।

ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ହୋଇଛନ୍ତି ବରିଷ୍ଠ ପ୍ରଶାସକ ସରୋଜ କୁମାର ସାମଲ । ପୂର୍ବରୁ ସେ ଝାରସୁଗୁଡା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ 6 ତାରିଖରେ ସରୋଜଙ୍କ ବଦଳିରେ ଝାରସୁଗୁଡା ଜିଲ୍ଲାପାଳ ଭାବେ ଆବୋଲି ସୁନୀଲ ନରଭଣେଙ୍କୁ ସରକାର ନିଯୁକ୍ତି ଦେଇଥିଲେ । ଗତ ଅକ୍ଟୋବର ମାସରେ 13 ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ଆଇଏଏସ ଭାବେ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରୁ ସରୋଜ ଅନ୍ୟତମ ।

ଏହାବି ପଢନ୍ତୁ- ଆବାସ ରାଜନୀତି: ବିଜେଡି-ବିଜେପି କଳି, ଗରିବ ପଡୁଛନ୍ତି ବଳି

ଦାୟିତ୍ୱ ଗ୍ରହଣ ପରେ ସରୋଜ କହିଛନ୍ତି ଯେ, ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପାତ୍ର ସଦୃଶ । ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାର ପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି । ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା ନୂଆ ନିର୍ଦ୍ଦେଶକ ୫-‘ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ବିଭାଗର ସମ୍ମିଳନୀ କକ୍ଷରେ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ ସ୍ୱାଗତ କରିଥିବାବେଳେ ବିଦାୟୀ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିବା 2011 କ୍ୟାଡର ଆଇଏଏସ ଇନ୍ଦ୍ରମଣୀ ତ୍ରିପାଠୀଙ୍କର ବଦଳି ହୋଇଛି । ଇନ୍ଦ୍ରମଣୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ଏହା ସହିତ ଇନ୍ଦ୍ରମଣୀ ଏସସିଏସଟିଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । 2021 ମସିହା ଜୁନ ମାସ ପ୍ରଥମ ସପ୍ତାହରେ ଇନ୍ଦ୍ରମଣୀ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ । ପାଖାପାଖି ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ଅକୁଣ୍ଠ ସହଯୋଗ ପାଇଛି, ଯାହା ସବୁଦିନ ସ୍ମରଣୀୟ ରହିବ ବୋଲି ବିଦାୟୀ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

ଏହାବି ପଢନ୍ତୁ- Mahanadi Dispute: ଟ୍ରିବ୍ୟୁନାଲର ଆଜିଠୁ କ୍ଷେତ୍ର ପରିଦର୍ଶନ, ଓଡିଶା ଟିମ ସାମିଲ

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମମାନଙ୍କରେ ଗଣମାଧ୍ୟମ ପରିଚାଳନାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କୋଭିଡ ସମୟରେ ବିଶେଷ କରି ସେ ସମୟରେ ହୋଇଥିବା ରଥଯାତ୍ରାରେ ବିଭାଗ ଏକନିଷ୍ଠ ହୋଇ କାର୍ଯ୍ୟ କରିଥିଲା, ଯାହାର ସୁଫଳ ରାଜ୍ୟବାସୀ ପାଇଥିଲେ । ଏହି ଅବସରରେ ଆୟୋଜିତ ସଭାକୁ ସଂଯୋଜନା କରି ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଏହା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ସରୋଜ ସାମଲ ଜଣେ ଦକ୍ଷ ପ୍ରଶାସକ ରୂପେ ସୁନାମ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି । ସେହିପରି ବିଭାଗର ସୁଦୃଢ଼ୀକରଣ ପାଇଁ ଅନେକ ନୂଆ ପଦକ୍ଷେପ, ବିଶେଷ କରି ନୂଆ ନିଯୁକ୍ତି ପାଇଁ ବିଦାୟୀ ନିର୍ଦ୍ଦେଶକଙ୍କ ପ୍ରୟାସ ଓ ପଦକ୍ଷେପଗୁଡ଼ିକର ସେ ଭୂୟସୀ ପ୍ରଶଂସା କରିଛନ୍ତି । ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.