ETV Bharat / state

ପାଟଣାଗଡ ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ - ଭୁବନେଶ୍ବର

ଜେଇଙ୍କୁ ବସଉଠ କରାଇ ଚର୍ଚ୍ଚାରେ ଥିବା ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି ।

ଫାଇଲ ଫଟୋ
author img

By

Published : Jul 6, 2019, 6:05 PM IST

ଭୁବନେଶ୍ବର: ଜେଇଙ୍କୁ ଉଠବସ କରିବା ଘଟଣାରେ ନେଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି । ଭୁବନେଶ୍ବର ଏଡିଜେଏମ କୋର୍ଟ 25 ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ତଦନ୍ତରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବା ପାଇଁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜେଇଙ୍କୁ ଉଠବସ କରିବା ପାଇଁ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ମାମଲା ରୁଜୁ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ତାଙ୍କୁ ମାନ୍ୟବର କୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଜେଲରୁ ଫେରିବା ପରେ ବିଧାୟକ ଜେଇ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଇପାରିବେ ନାହିଁ । ଏହା ଛଡା ପୋଲିସକୁ ଆବଶ୍ୟକ ସମୟରେ ତଦନ୍ତରେ ସାହାଯ୍ୟ କରିବେ ବୋଲି ସର୍ତ୍ତ ରଖାଯାଇଛି ।
ଜୁଲାଇ ମାସ 1 ତାରିଖରେ ଜାମିନ ଆବେଦନର ଶୁଣାଣି ହୋଇଥିଲେ ମଧ୍ୟ କୋର୍ଟ କୌଣସି ନିଷ୍ପତ୍ତି ଗ୍ରହଣ କରି ନ ଥିଲେ । ସତ୍ୟପାଠ ଦାଖଲ ପରେ ସେହି ଦିନ ଉଭୟ ଜେଇ ଓ ତାଙ୍କ ପତ୍ନୀ ସମୟ ମାଗିଥିଲେ । ଏହା ପରେ ବିଧାୟକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଓକିଲଙ୍କ ଆନ୍ଦୋଳନ ହେତୁ ବିଧାୟକ ନିଜେ ନିଜର କେଶ ଲଢ଼ିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:

ପଟଣାଗଡ ବିଧାୟକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ

ଜେଇ ଙ୍କୁ ଉଠ ବାସ କରିବା ଘଟଣାକୁ ନେଇ ପଟଣାଗଡ ବିଧାୟକ ସରୋଜ ମେହେର ଙ୍କୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନ ଦାରଙ୍କ ବଦଳରେ ବିଧାୟକଙ୍କୁ ଜମିନି ପ୍ରଦାନ କରିଛନ୍ତି ଭୁବନେଶ୍ୱର ଏଡିଜେ କୋର୍ଟ।ଏହା ସହ ତଦନ୍ତ ରେ ସମ୍ପୂର୍ଣ ରୂପେ ସାହାଯ୍ୟ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି।

Body:

ସରୋଜ ମେହେର ଏକ ଜାତି ଓ ଅନୁସୂତୀତ ଜାତି ମାମଲା ରେ ଗିରଫ ହୋଇଥିଲେ। ମାନ୍ୟବର କୋର୍ଟ ବିଧାୟକ ସରୋଜ ମେହେରଙ୍କୁ ସର୍ତ୍ତ ରଖି ଜାମିନ ଦେଇଛନ୍ତି। ଜେଇ ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଧାମକ ଦେଇପାରିବେ ନାହିଁ ଏହା ଛଡା ପୋଲିସ ଯେଉଇଁ ସମୟରେ ସାହାଯ୍ୟ ମାଗିବ ସେହି ସମୟରେ ବିଧାୟକ ତଦନ୍ତ ରେ ସାହାଯ୍ୟ କରିବେ। 25 ହଜାର ଟଙ୍କା ଓ ଅମାନତା ଦୁଇ ଜାମିନ କାରୀଙ୍କ ନିର୍ଦେଶରେ ନିଜେ ବିଧାୟକ।

ଜୁଲାଇ ମାସ ୧ ତାରିଖରେ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତି ଶୁଣାଣି କରିନଥିଲେ କୋର୍ଟ। ସତ୍ୟପାଠ ଦାଖଲ ପରେ ସେହି ଦିନ ଉଭୟ ଜେଇ ଓ ତାଙ୍କ ପତ୍ନୀ ସମୟ ମାଗିଥିଲେ। ଏହା ପରେ ବିଧାୟକଙ୍କୁ ଝରପଡା ଜେଲ କୁ ପଠାଇ ଦିଆଯାଇଥିଲା। ଓକିଲଙ୍କ ଆନ୍ଦୋଳନ ହେତୁ ବିଧାୟକ ନିଜର କେଶ ଲଢ଼ିଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.