ETV Bharat / state

ଦଳରେ ନୂଆ ରକ୍ତ ପ୍ରବାହିତ ହେବାର ଆବଶ୍ୟକତା ରହିଛି: ସଞ୍ଜୟ ଦାସବର୍ମା - ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ସଞ୍ଜୟ ଦାସବର୍ମା

ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି । ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ଦାସବର୍ମା । ଅଧିକ ପଢନ୍ତୁ

Sanjay das burma reaction after appointed observer
Sanjay das burma
author img

By ETV Bharat Odisha Team

Published : Nov 3, 2023, 10:05 AM IST

ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନରେ ଟ୍ରାକକୁ ଫେରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ସଞ୍ଜୟଙ୍କୁ ପୁନର୍ବାର ମିଳିଛି ସଂଗଠନ ଦାୟିତ୍ୱ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛି ସଞ୍ଜୟ ଦାସବର୍ମା । ଦଳୀୟ ନିଯୁକ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ । ଦଳରେ ନୂଆ ରକ୍ତ ପ୍ରବାହିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ସଞ୍ଜୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ନିର୍ବାହ କରିବି । ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଭଦ୍ରକ ଜିଲ୍ଲାରେ ବହୁ ଅନୁଭବି ନେତା ବିଧାୟକମାନେ ଅଛନ୍ତି । ତାଙ୍କ ସହ ଆଗାମୀ ଦିନରେ ରଣକୌଶଳ ପ୍ରସ୍ତୁତ ହେବ । ସମସ୍ତଙ୍କ ସହ ବସି ଆଲୋଚନା ପରେ ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଅଣ କଂଗ୍ରେସ ଆନ୍ଦୋଳନ ସମୟରୁ ମୁଁ ରହିଛି । ଯୁବ ଦାୟିତ୍ୱ ନେଇଛି । ସଭାପତି ହୋଇଛି । ଦଳର ସାଧାରଣ ସମ୍ପାଦକ ହୋଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଲମ୍ବା ସମୟ ଧରି ବିଜେଡିର ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଦୁଇ ଥର ବ୍ରହ୍ମଗିରିବାସୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ମୋ ପାଇଁ ଏହା ଗୋଟେ ଚ୍ୟାଲେଞ୍ଜ ।''

ଏହା ବି ପଢନ୍ତୁ...ଟ୍ରାକକୁ ଫେରିଲେ ସଞ୍ଜୟ; ମିଳିଲା ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ, କେନ୍ଦ୍ରାପଡା ବୁଝିବେ ପ୍ରତାପ

ସେ ଆହୁରି କହିଛନ୍ତି, '' ଏହାକୁ ଗ୍ରହଣ କରି ଦଳ ସଂଗଠିତ ହୋଇ ଆଗକୁ ଅଧିକ ସକ୍ରିୟ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା କୌଣସି ଥୋପ ନୁହେଁ । କିଏ କଣ କହିପାରେ । ଏହା ମୋ ପାଇଁ ବଡ଼ ଆହ୍ୱାନ । ଦଳ ସହ କେବେ ମୋର ମନ ମାଳିନ୍ୟ ନଥିଲା । ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲାଣି ବିଜେଡିର ସାଧାରଣ କର୍ମୀଠାରୁ ବିଧାୟକ ଓ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ, ବିଧାନସଭାରେ ଦଳର ଉପ ସଚେତକ ହିସାବରେ କାମ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଖଣ୍ଡ ବିଶ୍ୱାସ ଓ ଭରଷା ମୋ ଉପରେ ରହିଛି । ସେ ଯାହା ଦାୟିତ୍ୱ ଦେଇଛନ୍ତି ତାକୁ ଠିକରେ ନିର୍ବାହ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଁ କେଉଁଠାରୁ ନିର୍ବାଚନ ଲଢ଼ିବି ତାହା ଦଳ ସଭାପତି ନିଷ୍ପତ୍ତି କରିବେ । ଦଳରେ ନୂଆ ରକ୍ତ ପ୍ରବାହିତ ହେବାର ଆବଶ୍ୟକତା ରହିଛି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.