ETV Bharat / state

ଏଣିକି BMC ପରିମଳ କାର୍ଯ୍ୟରେ ବ୍ୟବହାର ହେବ ୱାକିଟକି, ଖର୍ଚ୍ଚ ହୋଇଛି 32 ଲକ୍ଷ

author img

By

Published : Apr 4, 2023, 10:31 AM IST

ଏଣିକି ବିଏମସିର ପରିମଳ କାମରେ ବ୍ୟବହୃତ ହେବ ୱାକିଟକି । ପରିମଳ ସମେତ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହୃତ ହେବ ୱାକିଟକି । ଅଧିକ ପଢନ୍ତୁ

Walkie Talkie used in bmc
ଏଣିକି BMC ପରିମଳ କାର୍ଯ୍ୟରେ ବ୍ୟବହାର ହେବ ୱାକିଟକି

ଭୁବନେଶ୍ବର: ସ୍ମାର୍ଟ ସିଟିକୁ ସୁନ୍ଦର କରିବାକୁ ନୂଆ ନୂଆ ତରିକା ଆପଣାଉଛି ଭୁବନେଶ୍ବର ମହାନଗର ନିଗମ । ପରିମଳ କାର୍ଯ୍ୟରେ ବ୍ୟବହାର ହେବ ୱାକିଟକି । ପରିମଳ ସମେତ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହୃତ ହେବ ୱାକିଟକି । ସାନିଟାରି ଇନ୍ସପେକ୍ଟର, ଏକ୍ସପର୍ଟଙ୍କ ସମେତ ୧୦୦ ଜଣଙ୍କୁ ଏହି ଉପକରଣ ପ୍ରଦାନ କରିଛି ବିଏମସି । ପରିମଳ କାର୍ଯ୍ୟରେ ଅଧିକରୁ ଅଧିକ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଆଣିବା ଭୁବନେଶ୍ବର ମହାନଗର ନିଗମ ବା ବିଏମସି ଏଭଳି ଏକ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ 32 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

  • Now, sanitation monitoring will be more effective & efficient as Sanitary Inspectors of BMC will use Walkie Talkie to communicate.

    Hon'ble Mayor @MayorofBBSR in presence of BMC Commissioner, Addl Comm-II & Team BMC handed over the device to the SIs.#BhubaneswarFirst pic.twitter.com/9Sn7QW5Ji9

    — BMC (@bmcbbsr) April 3, 2023 " class="align-text-top noRightClick twitterSection" data=" ">

ଦଳଗତ କାର୍ଯ୍ୟର କ୍ଷେତ୍ର ପରିଚାଳନା ଏବଂ ନିୟନ୍ତ୍ରଣ କରି ପରିମଳ ଜନିତ କାର୍ଯ୍ୟକୁ କିପରି ଅଧିକ ଭଲରେ କରିହେବ ଏବଂ ଏକ ପେଷାଦାର ଯୋଗାଯୋଗ ପରିଚାଳନାକୁ ସ୍ବତନ୍ତ୍ର ଉପକରଣର ଉପଯୋଗରେ ଆଗେଇ ନେବ ଏହି ନୂଆ ଧାରା । ଏହି ଆଧାରରେ ଆଧୁନିକ ୱାକିଟକି ଯୋଗାଇବା ଆରମ୍ଭ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରଶିକ୍ଷଣ ସଭାରେ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରଶିକ୍ଷଣ ନେଉଥିବା କର୍ମଚାରୀମାନଙ୍କୁ ଏହି ଉପକରଣ ଦେବା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସରେ ଟେଣ୍ଡର ପ୍ରକ୍ରିୟା ଅନୁସାରେ ଏହି ଉପକରଣ କିଣିବାକୁ ସ୍ଥିର ହୋଇଥିଲା । ଯୋଗ୍ୟ ସଂସ୍ଥା ପାଖରୁ ଏହା କ୍ରୟ କରାଯାଇଛି । ଏଥିପାଇଁ ପ୍ରଶିକ୍ଷର ଆୟୋଜନ କରାଯାଇ ଏଥିରେ ସାନିଟାରୀ ଇନ୍ସିପେକ୍ଟର, ସାନିଟେସନ ଏକ୍ସପର୍ଟ ଏବଂ ସୁପରଭାଇଜରଙ୍କୁ ୱାକିଟକିର ବିଭିନ୍ନ ଉପଯୋଗ ବାବଦରେ କୁହାଯାଇଥିଲା ।

ଏହା ବି ପଢନ୍ତୁ...AIIMS Launches Millet In Diet: ଏମସ୍‌ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ

ପୂର୍ବରୁ ବ୍ୟବହୃତ ୱାକିଟକି ତୁଳନାରେ ଏହା କିପରି ଉନ୍ନତ ତାହା କୁହାଯାଇ ଗ୍ରୁପ୍ କମ୍ୟୁନିକେସନରେ ଏହା କିପରି କାର୍ଯ୍ୟ ସମ୍ପାଦନା ପାଇଁ ଉପଯୋଗୀ ତାହା କୁହାଯାଇଥିଲା । ଦେଶର ଯେକୌଣସି ସ୍ଥାନରୁ ଏହାକୁ ଅପରେଟ୍ କରିହେବ । ସେଥିପାଇଁ ଏହାକୁ ନେସନୱାଇଡ୍ ପିଓସି ୱାକିଟକି କୁହାଯାଉଛି । ଏଥିରେ ୧୦୦୦ରୁ ଊର୍ଦ୍ଧ୍ବବ୍ୟକ୍ତି ଯୋଗାଯୋଗ କରିପାରିବେ । ଏହା ସ୍ବତନ୍ତ୍ର ସିମ୍ ଦ୍ବାରା ପରିଚାଳିତ, ପ୍ରତିଟି ଡିଭାଇସ୍‌ର ସ୍ବତନ୍ତ୍ର ସିମ୍ ଥାଏ । ଏହାର ବ୍ୟାଟେରୀ ଏକକାଳୀନ ୧୮ ଘଣ୍ଟା ଧରି ଚାର୍ଜ ରଖିବ । ଏହି ୱାକିଟକିରେ ସାନିଟାରୀ ଇନ୍ସିପେକ୍ଟର ଅଳିଆ ସଫା ତଦାରଖ କରିବେ । ଅଳିଆ କେଉଁଠୁ ଉଠିଲା କେଉଁଠୁ ଉଠିନାହିଁ ତାକୁ ଟ୍ରାକିଂ କରିବେ ।

ଆୟୋଜିତ ବୈଠକରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ପରିମଳ ମନୋରଞ୍ଜନ ସାହୁ, ଡେପୁଟି କମିଶନର ଆଇ ଟି ଅଶୋକ କୁମାର ଲେଙ୍କା, ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠି ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ବିଏମସିର ଏହି ନୂଆ ଯୋଜନା କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.