ETV Bharat / state

ଦାମଙ୍କ ଉପରୁ ବହିଷ୍କାର ହଟିବା ପରେ ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ - BJD revoked expulsion

Sambit Routray cried: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ଆଜି ନିଲମ୍ବନ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାକୁ ନେଇ ଉତ୍ସବ ମନାଇଛନ୍ତି ଦାମଙ୍କ ସମର୍ଥକ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାବ ବିହ୍ବଳ ହୋଇଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଅଧିକ ପଢ଼ନ୍ତୁ..

ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ
ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ
author img

By ETV Bharat Odisha Team

Published : Jan 1, 2024, 8:34 PM IST

ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ରାଜନେତା ଡଃ ଦାମୋଦର ରାଉତଙ୍କ ଉପରେ ଲାଗିଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତତ୍କାଳୀନ ବିଜେଡିର ଏହି ଭେଟେରାନ ତଥା 7 ଥରର ବିଧାୟକ ଦାମ ରାଉତଙ୍କୁ ବହିଷ୍କାର କରିଥିଲା ଦଳ । ଆଜି ତାଙ୍କର ବହିଷ୍କାର ପ୍ରତ୍ୟାହାର ଖବର ଶୁଣିବା ପରେ ୟୁନିଟ୍‌ 6 ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ ତାଙ୍କ ସମର୍ଥକ ଏବଂ ଶୁଭେତ୍ସୁ । ଜଗତସିଂହପୁର ଜିଲ୍ଲା ଏବଂ ବିଶେଷକରି ପାରାଦୀପ, କୁଜଙ୍ଗ ଅଂଚଳର ଶତାଧିକ କର୍ମୀ ଖୁସିବ୍ୟକ୍ତ କରି ସ୍ଲୋଗାନ ଦେଇଥିଲେ । ତେବେ ଏନେଇ ଗଣମାଧ୍ୟମକୁ ବିବୃତି ଦେବା ସମୟରେ ଭାବ ବିହ୍ଵଳ ହୋଇଯାଉଥିଲେ ଦାମଙ୍କ ପୁଅ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ଭୋ ଭୋ କାନ୍ଦି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ସମ୍ବିତ ।

କାନ୍ଦ କାନ୍ଦ ହୋଇ ସମ୍ବିତ କହିଛନ୍ତି, "ବାପାଙ୍କ ସଙ୍ଘର୍ଷ ବହୁତ ପାଖରୁ ଦେଖିଛି । ବିଜେଡି ଦଳର ଏହି ନିଷ୍ପତ୍ତି ବାପାଙ୍କୁ ମାନସିକ ସ୍ତରରେ ବହୁତ ଭାଙ୍ଗି ଦେଇଥିଲା । ଆଜି ବାପାଙ୍କ ପାଇଁ ଏହାଠୁ ଅଧିକ ଖୁସି ଖବର ଆଉ କଣ ବା ହୋଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଅ ହିସାବରେ ଧନ୍ୟବାଦ ଦେଉଛି । ବାପା ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଅଛନ୍ତି । ଦଳରୁ ବିଦା କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା । ଆଜିର ଏ ଖବର ତାଙ୍କୁ ବହୁତ ଆଶ୍ବସ୍ତି ଦେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ବାପା ଅଭିମାନରେ ବିଜେପି ଚାଲି ଯାଇଥିଲେ । କିନ୍ତୁ ବେଶୀ ଦିନ ରହି ପାରିଲେ ନାହିଁ । ତାଙ୍କର ଦୁଃଖ ଆଉ କ୍ଷୋଭ କଥା ମୁଁ ବୁଝିପାରେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ଫେରିଲେ ଦାମୋଦର, ମୁଖ୍ୟମନ୍ତ୍ରୀ ନବୀନ ହଟାଇଲେ ବହିଷ୍କାର

ପ୍ରକାଶଯୋଗ୍ୟ, ଦାମୋଦର ରାଉତ ବିଭିନ୍ନ ସମୟରେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଭିନ୍ନ କଥା କହୁଥିଲେ । ସଭା ସମିତି ହେଉ କିମ୍ବା ଗଣମାଧ୍ୟମକୁ କୌଣସି ସୂଚନା ହେଉ, ସେ ଭିକେ ପାଣ୍ଡିଆନଙ୍କୁ ଲଗାତାର କଟାକ୍ଷ କରୁଥିଲେ । ଫଳରେ ଦଳ ଭିତରେ ତାଙ୍କ ପ୍ରତି ପ୍ରତିକୂଳ ଚିନ୍ତାଧାରା ସୃଷ୍ଟି ହେଉଥିଲା । ଦଳର ଭିତରୀ କଥା ପଦାରେ ପଡୁଥିଲା । ଏପରିକି ତାଙ୍କ ଟିପ୍ପଣୀ ପାଇଁ ବିଜେଡି ବହୁବାର ସମାଲୋଚନାର ଶିକାର ମଧ୍ୟ ହୋଇଛି । ତେବେ 2018ରେ ଏକ କାର୍ଯ୍ୟକ୍ରମରେ ସେ ବ୍ରାହ୍ମଣ ଓ ଆଦିବାସୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାବିନେଟରୁ ବରଖାସ୍ତ କରିଥିଲେ । ପରେ ଦାମଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ତାଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.