ETV Bharat / state

Sambalpur violence: 4 ଜଣିଆ ଯାଞ୍ଚ କମିଟି ଗଠନ କଲା ବିଜେପି - ସମ୍ବଲପୁର ହିଂସା ଯାଞ୍ଚ ନେଇ ବିଜେପି କମିଟି

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁର ହିଂସା ଘଟଣା ନେଇ 4 ଜଣିଆ ଯାଞ୍ଚ କମିଟି ଗଠନ କରିଛି ଭାରତୀୟ ଜନତା ଦଳ । ଅଧିକ ପଢନ୍ତୁ

bjp formed team for Sambalpur violence
ସମ୍ବଲପୁର ହିଂସା
author img

By

Published : Apr 28, 2023, 1:04 PM IST

ଭୁବନେଶ୍ବର: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାର ତଦନ୍ତ ପାଇଁ 4 ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି । କମିଟିରେ ମୋଟ 4ଜଣ ସଦସ୍ୟ ରହିଛନ୍ତି । ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ସଭାପତିଙ୍କୁ ରିପୋର୍ଟ ଦେବ କମିଟି । ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ ହିଂସା ଘଟିଥିଲା ।

ଏହି 4 ଜଣିଆ କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିମୟ ସିଂ ମହତୋ କମିଟି ସଦସ୍ୟ ଅଛନ୍ତି । ଗଠିତ 4 ଜଣିଆ ସଦସ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଟିମ ଘଟଣାର ସତ୍ୟାସତ ତଦାରଖ କରିବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ହସ୍ତାନ୍ତର କରିବ । ଘଟଣା ବିଷୟରେ ତନତନ୍ନ କରି ଯାଞ୍ଚ କରିବ ଖବର ସଂଗ୍ରହ ପରେ ରିପୋର୍ଟ ପ୍ରସ୍ତୁତ କରିବେ ଗଠିତ 4 ଜଣିଆ ସଦସ୍ୟ ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁର ହିଂସା ନେଇ ଓଡିଶା ବିଜେପି ରାଜ୍ୟ ସଭାପତି ମନୋହର ସାମଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଥିଲେ । ହିଂସା ଘଟଣାର ଏନଆଇଏ ତଦନ୍ତ ଦାବି କରିଥିଲେ । ଘଟଣା ପଛରେ ଥିବା ଷଡଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ କହିଥିଲେ ।

ଏହା ବି ପଢନ୍ତୁ...Jharsuguda Bypoll: ଦୀପାଳିଙ୍କ ଡୋର ଟୁ ଡୋର କ୍ୟାମ୍ପେନ, ବିଜୟ ନିଶ୍ଚିତ କହିଲେ ବିଜେଡି ନେତା

ଏହା ବି ପଢନ୍ତୁ...କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

ଗତ 12 ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ସହ ପଥର ମାଡ଼ ହୋଇଥିଲା । ଏଥିରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ହିଂସା ପରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସହରର ସମସ୍ତ ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିଲା । ପ୍ରାୟ 10ଦିନ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.