ETV Bharat / state

ହିଂସାକୁ ଉସୁକାଇଥିବା ଲୋକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: DGP

author img

By

Published : Apr 15, 2023, 1:31 PM IST

ସମ୍ବଲପୁର ହିଂସାକାଣ୍ଡ ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା । ହିଂସାକୁ ଉସୁକାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଲେ ଡିଜିପି ସୁନୀଲ ବଂଶଲ । ଅଧିକ ପଢନ୍ତୁ

sunil bansal reaction on sambalpur violence

ଭୁବନେଶ୍ବର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ । ପଥର ମାଡ ସହ 8ରୁ 9ଟି ସ୍ଥାନରେ ଅଗ୍ନିକାଣ୍ଡ ଯୋଗୁଁ 7 ଜଣଙ୍କୁ ଗିରଫ କରିଛି ପୋଲିସ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ହିଂସାକାଣ୍ଡରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଯେଉଁ ଲୋକମାନେ ଏପରି ହିଂସାକୁ ଉସୁକାଇଥିବେ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଡିଜିପି ।

ଡିଜି ସୁନୀଲ ବଂଶଲ କହିଛନ୍ତି ଯେ,'' ସମ୍ବଲପୁରରେ ହିଂସାକାଣ୍ଡ ଘଟିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଅଛି । ସିନିୟର ଅଫିସର ମଧ୍ୟ ସେଠାରେ କାମ କରୁଛନ୍ତି । ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ରହିଛି । ଆମେ ଦେଖିବୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଛି । ସେହି ଅନୁସାରେ ଆମେ ଦେଖିବୁ କିପରି ଶାନ୍ତି ଶୃଙ୍ଖଳାର ବଜାୟ ରହୁ । ଯେଉଁ ଲୋକମାନେ ହିଂସାକାଣ୍ଡକୁ ଉସୁକାଇଥିବେ ବା କେହି ସମ୍ପୃକ୍ତି ଥିବା ଖବର ଆସିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶାନ୍ତି ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଛି । ଅଧିକ ଫୋର୍ସ ମୁତୟନ ହୋଇଛି । ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସମ୍ବଲପୁରରେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ନଜର ରଖିଛନ୍ତି । ''

ଏହା ମଧ୍ୟ ପଢନ୍ତୁ-Internet suspended: ପୁଣି ସମ୍ବଲପୁରରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଶୁକ୍ରବାର ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ କିଛି ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଆଜି ସକାଳ ସମୟରେ ସମ୍ବଲପୁରେ କର୍ଫ୍ୟୁ ଘୋଷଣା କରାଯାଇଛି । ସହରର ସଦର ଥାନା, କ୍ଷେତରାଜପୁର ,ଅଇଁଠା ପାଲି ,ସମ୍ବଲପୁର ଟାଉନ ଥାନା, ଧନୁପାଲି ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି l

ସମ୍ବଲପୁର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଥିଲେ । ସେହିପରି କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟାକ ସାମଗ୍ରୀ ପାଇଁ ସକାଳେ 2 ଘଣ୍ଟା ସନ୍ଧ୍ୟା ସମୟରେ 2 ଘଣ୍ଟା ପାଇଁ କଟକଣାକୁ କୋହଳ କରାଯିବ । ମେଡିକାଲ ଏମରଜେନ୍ସି ପାଇଁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ଗତ 13 ତାରିଖରେ ସମ୍ବଲପୁରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଯାହା ଆଜି ସକାଳ 10 ସମୟରେ ଶେଷ ହୋଇଥିଲା । କିନ୍ତୁ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବା ପାଇଁ ପୁଣି 2ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.