ଭୁବନେଶ୍ବର: ହାଇକୋର୍ଟର ଦ୍ବାରସ୍ଥ ହେଲେ ସମ୍ବାଦ ଖବରକାଗଜର HR ବୈଜୟନ୍ତୀ କର। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୈଜୟନ୍ତୀ। ତେବେ ସମ୍ବାଦ ଋଣ ସ୍କାମ ମାମଲାରେ EOW ( ଅର୍ଥନୈତିକ ଅପରାଧ ଶାଖା ) ତଦନ୍ତକୁ ତୀବ୍ର କରିଛି । ସେପଟେ EOW ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ବୈଜୟନ୍ତୀ । ତେବେ ବୁଧବାର EOW ପ୍ରାୟ 11 ଘଣ୍ଟା ଧରି ସମ୍ବାଦ କାର୍ଯ୍ୟାଳୟରେ ଯାଞ୍ଚ କରିବା ପରେ ଆଜି ସମ୍ବାଦ HR ବୈଜୟନ୍ତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବାକୁ ନେଇ ଏବେ ଚର୍ଚ୍ଚା ସରଗରମ ହୋଇଛି।
ଦିନକୁ ଦିନ ରୋଚକ ମୋଡ଼ ନେଉଛି ସମ୍ବାଦ ଖବରକାଗଜ ଲୋନ ସ୍କାମ୍ । ସୌମ୍ୟଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଧାରରେ EOWର ଘନ ଘନ ରେଡ୍ । ବୁଧବାର ଘଣ୍ଟା ଘଣ୍ଟା ଧରି ସମ୍ବାଦ କର୍ଯ୍ୟାଳୟରେ ଯାଞ୍ଚ କରିଥିଲା EOW । ତେବେ ଯାଞ୍ଚ ସମୟରେ ସୌମ୍ୟଙ୍କ ଅଫିସରୁ ଡକ୍ୟୁମେଣ୍ଟ ଓ ହାର୍ଡ ଡିସ୍କପ ଜବତ କରିଛି EOW । ତେବେ 14 ବର୍ଷ ତଳର କର୍ମଚାରୀଙ୍କ ରେକର୍ଡ ସହ ସେମାନଙ୍କ ସହ ଅଫିସରେ ହୋଇଥିବା ଆର୍ଥିକ ନେଣଦେଣ ଓ କରବାର ସମ୍ପର୍କରେ ତଥ୍ୟ ଯୋଗାଡ କରୁଛି ଅର୍ଥନୈତିକ ଅପରାଧ ଶାଖା। ତେବେ ସୌମ୍ୟଙ୍କ ଅଫିସରେ ରେଡ କରାଯିବା ସହ ଏହାରି ଭିତରେ ଗଣମାଧ୍ୟମ ସଂସ୍ଥାର କିଛି କର୍ମଚାରୀଙ୍କୁ ଜେରା ପାଇଁ ସମନ ଯାଇଥିଲା।
ତେବେ ଖବରକାଗଜ ସସ୍ଥାର ଜଣେ ପୂର୍ବତନ କର୍ମଚାରୀଙ୍କ ଋଣ ଠକେଇ ଅଭିଯୋଗକୁ ଭିର୍ତ୍ତି କରି ସୌମ୍ୟଙ୍କ ଦୈନିକ ଖବରକାଗଜ " ସମ୍ବାଦ" ଉପରେ EOW ଚଢାଉ ଆରମ୍ଭ କରିଥିଲା। ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି EOW। ତେବେ ଅର୍ଥନୈତିକ ଅପରାଧ ଶାଖା ରେଡ କରିବା ସହ ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ସହ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ଲଗାତାର ଧରି ସମ୍ବାଦ ଉପରେ ଛଢାଉ ଜାରି ରଖିଛି EOW। ଆତ୍ମବିଭୋର ପ୍ରଶାସନ ଓ ଅସହାୟ ରାଜନେତା ଆଲେଖ୍ୟ ଲେଖି ଓଡ଼ିଶା ରଜନୀତିକୁ ହଲଚଲ କରିଥିବା ସୌମ୍ୟଙ୍କ ପ୍ରତି ଆଗକୁ କଣ ପଦକ୍ଷପ ନେବ EOw ତାହା ଉପରେ ସମସ୍ତଙ୍କ ନଜର।
ଏହା ମଧ୍ୟ ପଢ଼ନ୍ତୁ....ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ
ସେପଟେ ସମ୍ବାଦ କର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖାର ବାରମ୍ବାର ତନାଘନା ମଧ୍ୟରେ ସମ୍ବାଦର HR ବୈଜୟନ୍ତୀ କର ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତେବେ ବୈଜୟନ୍ତୀଙ୍କ ଆଗୁଆ ଜାମିନ ଆବେଦନକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି।
ଇଟିଭି ଭାରତ, ଭୁବନେଶ୍ବର