ETV Bharat / state

ପାଲଘର ପରେ ଚର୍ଚ୍ଚାରେ ଭୁବନେଶ୍ବର, ସାଧୁଙ୍କୁ ଅପମାନ ଦେବା ଭଲ ନୁହେଁ କହିଲେ ପାଟ୍ଟଶାଣୀ - ସାଧୁ ମାନଙ୍କୁ ଅପମାନ ଦେବା ଭଲ ନୁହେଁ

ନାଗାସାଧୁଙ୍କୁ ଲୁଟେରା ସନ୍ଦେହରେ ଉଠାଇ ନେବା ଘଟଣା । ସାଧୁ ମାନଙ୍କୁ ଅପମାନ ଦେବା ଭଲ ନୁହେଁ ବୋଲି କହିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଅଧିକ ପଢନ୍ତୁ

Former MP Prasanna Patsani
Former MP Prasanna Patsani
author img

By

Published : Jun 29, 2023, 12:03 PM IST

Updated : Jun 29, 2023, 12:23 PM IST

naga sadhu detained by police

ଭୁବନେଶ୍ବର: ଅତିଥି ଦେବୋ ଭବ ହେଉଛି ଆର୍ଯ୍ୟ ସଂସ୍କୃତିର‌ ମୂଳ ପିଣ୍ଡ । ଅତିଥି ହେଉଛନ୍ତି ଭଗବାନ ତୁଲ୍ୟ । କିନ୍ତୁ ଭୁବନେଶ୍ୱରରେ ଅନ୍ୟ ରାଜ୍ୟରୁ ଭୁବନେଶ୍ବରକୁ ଅତିଥି ହୋଇ ଆସିଥିବା ସାଧୁସନ୍ଥଙ୍କୁ ପୋଲିସ ଉଠାଇ ନେବା ଘଟଣାକୁ ଚାରି ଆଡୁ ନିନ୍ଦା କରାଯାଉଛି । ଏନେଇ ବିଭିନ୍ନ ମହଲରେ ତେଜୁଛି ଅସନ୍ତୋଷ । ସାଧୁସନ୍ଥଙ୍କୁ ଅପମାନ ଦେବା ନିନ୍ଦନୀୟ ବୋଲି କହିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ।

ସେ କହିଛନ୍ତି ଯେ, ସାଧୁ ମାନଙ୍କୁ ଅପମାନ ଦେବା ଭଲ ନୁହେଁ । ହିମାଳୟର କୋଣ ଅନୁକୋଣରେ ସାଧୁଙ୍କ ତପସ୍ୟା ଯୋଗୁଁ ଏ ଦେଶ ରହିଛି । ରାଜନୈତିକ ନେତା ତଥା ଯେଉଁ ମାନେ ଶାସନ କରୁଛନ୍ତି ସେମାନେ ସାଧୁସନ୍ଥଙ୍କୁ ଯେତେ ସମ୍ମାନ ଦେବେ ସେତେ ଆୟୁଷ ବଢିବ ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

ଜଣେ ଧାର୍ମିକ ବ୍ୟକ୍ତି କହିଛନ୍ତି ଯେ, ସାଧୁସନ୍ଥ ସେବାର ବାସଗୃହ ହେଉଛି ଏକାମ୍ର କ୍ଷେତ୍ର । ଲୁଟ ଉଦ୍ଦେଶ୍ୟରେ ସାଧୁସନ୍ଥକୁ ପୋଲିସ ଥାନାକୁ ଉଠାଇ ନେଇ ପଚରାଉଚରା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପୋଲିସର ଏପରି କରିବାର ନଥିଲା । ସମ୍ମାନ ସହକାରେ ନେଇ ସାଧୁସନ୍ଥଙ୍କୁ ପଚାରିବାର ଥିଲା । ସାଧୁସନ୍ଥଙ୍କୁ ନେଇ ଲୋକଙ୍କ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇବ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ନାଗାସାଧୁଙ୍କୁ ନେଇ ହଟଚମଟ, ରାଜ୍ୟ ପାଇଁ ଆଣିପାରେ ବଦନାମ

ଗତ ଜୁନ 26 ତାରିଖରେ ଭୁବନେଶ୍ବରର ମଞ୍ଚେଶ୍ବରରୁ 5ଜଣ ନାଗାସାଧୁଙ୍କୁ ଲୁଟେରା ସନ୍ଦେହରେ ଉଠାଇ ନେଇଥିଲା ପୋଲିସ । ଥାନା ବାହାରେ ବସାଇବା ସହ ପଚରାଉଚରା କରିଥିଲା ପୋଲିସ । ଏହାପରେ ଲୁଟରେ ସମ୍ପୃକ୍ତ ନଥିବା ଜାଣିବା ପରେ ସମସ୍ତ ସାଧୁଙ୍କୁ ପୋଲିସ ଛାଡି ଦେଇଥିଲା । ଏହି ଘଟଣା ପରେ ସାଧୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । କାରଣ ଯେଉଁଠି ସାଧୁଙ୍କୁ ନେଇ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ସସମ୍ମାନେ ବସାଇବା ଓ ମୁଖ୍ୟମନ୍ତ୍ରୀ ସାଧୁଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା କରିବାର ନଜିର ରହିଛି ସେଠି ସାଧୁଙ୍କୁ ଅପରାଧିକ ସନ୍ଦେହରେ ଥାନା ବାହାରେ ବସାଇବା ଘୋର ଅସମ୍ମାନ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସାଧୁଙ୍କୁ ପୋଲିସର ଏପରି ବ୍ୟବହାର ରାଜ୍ୟକୁ ଆସୁଥିବା ଅନ୍ୟ ସାଧୁଙ୍କ ଉପରେ ପ୍ରଭାବ ପକାଇପାରେ । ତେଣୁ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।

କିଛି ଦିନ ତଳେ ନନ୍ଦନକାନନ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଥିଲା । ସାଧୁବେଶରେ ଆସି ଦୁର୍ବୃତ୍ତମାନେ ପ୍ରାଣକୃଷ୍ଣ ପଢ଼ିହାରିଙ୍କ ଘରୁ ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଭୁବନେଶ୍ୱରରେ ସାଧୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ଲୋକେ । ଏହି ଲୁଟପାଟ ଲିଙ୍କରେ ଉତ୍ତରପ୍ରଦେଶରୁ ଆସିଥିବା 5 ଜଣ ସାଧୁଙ୍କୁ ପୋଲିସ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଉଠାଇ ନେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 29, 2023, 12:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.