ETV Bharat / state

ହୀରକ ଜୟନ୍ତୀ ପାଳିବ ଭୁବନେଶ୍ବର ସୈନିକ ସ୍କୁଲ - ଭୁବନେଶ୍ବର ସୈନିକ ସ୍କୁଲରେ ପାଳନ ହେବ ହୀରକ ଜୟନ୍ତୀ

ସୈନିକ ସ୍କୁଲ ପାଳନ କରିବ ଦୁଇ ଦିନିଆ ହୀରକ ଜୟନ୍ତୀ । ୬୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ହୀରକ ଜୟନ୍ତୀ ପାଳନ କରାଯିବ । ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢ଼ନ୍ତୁ

Sainik School
ସୈନିକ ସ୍କୁଲ
author img

By

Published : Dec 21, 2022, 11:47 AM IST

ସୈନିକ ସ୍କୁଲ

ଭୁବନେଶ୍ବର: ଚଳିତ ମାସ ୨୪ ଓ ୨୫ ତାରିଖରେ ଭୁବନେଶ୍ଵର ସୈନିକ ସ୍କୁଲ ପାଳନ କରିବ ଦୁଇ ଦିନିଆ ହୀରକ ଜୟନ୍ତୀ । ଏହାସହ ସୈନିକ ପୁରାତନ ଛାତ୍ର ପରିଷଦ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ । ସୈନିକ ସ୍କୁଲର ୬୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ହୀରକ ଜୟନ୍ତୀ ପାଳନ କରାଯିବ । ଏହି ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ । ସେହିପରି ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେବାର ଆୟୋଜନ ରହିଛି ।

ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ସୈନିକ ସ୍କୁଲ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ ଉତ୍ସବ ଅବସରରେ ଆର୍ମି ଡଗ୍ ସୋ, କାଉଣ୍ଟର ଟେରରିଜମ ଡେମନଷ୍ଟ୍ରେସନ, ମକୱାର ଆର୍ମି, ନାଭାଲ ବ୍ୟାଣ୍ଡ, ଏରୋ ଡାଇନାମିକ ସୋ ପ୍ରମୁଖ ଅନୁଷ୍ଠିତ ହେବ । ସେହିପରି ରାଜ୍ୟର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।

ଏହି ଅବସରରେ ୩୫୦୦ ପୁରାତନ ଛାତ୍ର ଯୋଗଦେବେ । ସ୍କୁଲ କର୍ମକର୍ତ୍ତା ପୁରାତନ ଛାତ୍ର ପରିଷଦ ଏବଂ କ୍ୟାଡେଟ ମାନଙ୍କ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଅନ୍ୟପଟେ ହୀରକ ଜୟନ୍ତୀରେ ଯେଉଁସବୁ କାର୍ଯ୍ୟକ୍ରମ କରାଯିବାର ଏକ ମାତ୍ର ଲକ୍ଷ୍ୟ ହେଉଛି ଅପହଞ୍ଚ ଅଞ୍ଚଳରେ ଥିବା ପିଲାମାନେ ସ୍କୁଲ ବିଷୟରେ ଜାଣିବା, ଏହାର ସୁବିଧା ବିଷୟରେ ଜାଣି ଏକ ସଚ୍ଚୋଟ ସିପାହୀ ହେବାର ଲକ୍ଷ୍ୟ ପୂରଣ କରିବା ବୋଲି କହିଛନ୍ତି ଭୁବନେଶ୍ଵର ସୈନିକ ସ୍କୁଲ ପ୍ରିନ୍ସପାଲ ।

ସୂଚନା ଥାଉକି, ୧୯୬୨ ମସିହାରରେ ସୈନିକ ସ୍କୁଲ ଭୁବନେଶ୍ୱର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ବେଳେ ଏହା ଏବେ ୬୦ ବର୍ଷରେ ପାଦ ଥାପିଛି । ତେବେ ଏଠାରେ ଆରମ୍ଭରୁ ପୁଅମାନେ ପାଠ ପଢ଼ୁଥିବା ବେଳେ ୨୦୧୧ ପରଠାରୁ ଝିଅମାନେ ବି ପ୍ରବେଶିକା ପରୀକ୍ଷା ଦେଇ ପାଠ ପଢୁଛନ୍ତି । ଏହାକୁ ନେଇ ଦୁଇ ବର୍ଷରେ ୨୧ ଜଣ ଛାତ୍ରୀ ପାଠ ପଢୁଛନ୍ତି ।

ଏ ସମ୍ପର୍କରେ ଓଲ୍ଡ ବଏଜ୍ ଆସୋସିଏସନ୍ ଉପସଭାପତି ମଧୁସୂଦନ ପାଢ଼ୀ କହିଛନ୍ତି, ''ଏହି ସ୍କୁଲରେ ଯେଉଁ ଡାଇମଣ୍ଡ ଜୁବଲି ସେଲିବ୍ରେସନ ହେଉଛି ସେଥିରେ ଓଲ୍ଡ ବଏଜ ଆସୋସିଏସନ ମିଳିତ ହୋଇ କାର୍ଯ୍ୟକ୍ରମ କରୁଛନ୍ତି । ୧୯୭୨ ମସିହାରେ ପ୍ରଥମଥର ପାଇଁ ଓଲ୍ଡ ବଏଜ ଆସୋସିଏନ ଅନୁଷ୍ଠିତ ହୋଇଥିଲା । ତାର ମଧ୍ୟ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ତେଣୁ ସ୍କୁଲରେ ଉନ୍ନତି ପାଇଁ ପୁଣିଥରେ ଏହି ଆୟୋଜନ କରିଛୁ । ଏହି ପରିପ୍ରେକ୍ଷୀରେ ଆଉ ଏକ ବଡ଼ କଥା ହେଉଛି ଯେ ଓଡ଼ିଶାର ବହୁଳ ସଂଖ୍ୟାର ପିଲା ଏଠି ପଢ଼ନ୍ତୁ । ଏଥିପାଇଁ ଯେଉଁ ଟେଷ୍ଟ ବା ପରୀକ୍ଷା ହୋଇଥାଏ ତାକୁ ମଧ୍ୟ ଦିଅନ୍ତୁ ।''

ସେହିପରି କର୍ଣ୍ଣେଲ ବାଲୁ ଭରଥ କହିଛନ୍ତି ''୧୯୬୨ ୧୯୬୨ ମସିହାରରେ ସୈନିକ ସ୍କୁଲ ଭୁବନେଶ୍ୱର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ତେବେ ଏହି ସ୍କୁଲର ଗୋଟିଏ ମାତ୍ର ଲକ୍ଷ୍ୟ ଏଠାରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲ ଶିକ୍ଷା ଦେବା ସହ ତାଲିମ ଦେଇ ସେମାନଙ୍କୁ ଆର୍ମିରେ ଭର୍ତ୍ତି କରିବା । ବିଗତ ବହୁ ବର୍ଷ ତଳୁ ଏହି ସ୍କୁଲରୁ ଅନେକ ବିଦ୍ୟାର୍ଥୀ ପାଠ ପଢ଼ି ଆର୍ମିରେ ବଡ଼ବଡ଼ ପଦବୀରେ ରହିଛନ୍ତି । ତେବେ ଏହି ସ୍କୁଲ କେବଳ ଯେ ଆର୍ମି ଫୋର୍ସ ପାଇଁ ପିଲାଙ୍କୁ ଶିକ୍ଷା ଦେଇନଥାଏ ଏଠିକାର ବହୁତ ଛାତ୍ର ଆଇପିଏସ, ଆଇଏସ ଭଳି ବିଭିନ୍ନ ବଡ଼ ବଡ଼ ପଦବୀରେ ସାମିଲ ହୋଇଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.