ETV Bharat / state

Ganesh puja: ସହିଦ କ୍ଲବରେ ପୂଜା ପାଇବେ କପାକାଠିରେ ପ୍ରସ୍ତୁତ ଗଣେଶ, ଝଲସିବ G20 ଥିମ ତୋରଣ - ସହିଦ କ୍ଲବର ଗଣେଶ ପୂଜା ପ୍ରସ୍ତୁତି

ସହିଦ କ୍ଲବର ଗଣେଶ ପୂଜା ପ୍ରସ୍ତୁତି । ଏଥର ସାଜସଜ୍ଜାରେ ଚାର୍‌ଚାନ୍ଦ ଲଗାଇବ ଜି-୨୦ ଥିମ ତୋରଣ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 14, 2023, 9:26 PM IST

Updated : Sep 15, 2023, 10:47 AM IST

କପାକାଠିରେ ପ୍ରସ୍ତୁତ ଗଣେଶ

ଭୁବନେଶ୍ବର: ନିଆରା ଓ ଆକର୍ଷଣୀୟ ଗଣେଶ ପୂଜା କରିଥାଆନ୍ତି ଭୁବନେଶ୍ବର ସହିଦ ନଗର ସହିଦ କ୍ଲବ ପୂଜା ମଣ୍ଡପ । ନିଜର ନିଆରା ପୂଜାକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷ ପୂଜା କମିଟି ପାଳନ କରିବାକୁ ସୁବର୍ଣ୍ଣ ଜୟନ୍ତୀ ଗଣେଶ ପୂଜା । ତେଣୁ ଏଥର ମଣ୍ଡପରେ କପାକାଠିରେ ପ୍ରସ୍ତୁତ ୨୦ ଫୁଟ ଉଚ୍ଚର ଗଣେଶ ପୂଜା ପାଇବେ । ଏହାସହ ଜି-୨୦ ଥିମର ତୋରଣ ମଧ୍ୟ ପୂଜା ସାଜସଜ୍ଜାରେ ଚାର୍‌ଚାନ୍ଦ ଲଗାଇବ ।

ଗଜାନନ ଖଜୁରୀ ପତ୍ରରେ ପ୍ରସ୍ତୁତ ପୋଷାକ ପରିଧାନ ସହ ରୂପ ଅଳଙ୍କାରରେ ଅଳଙ୍କୃତ ହୋଇ ପୂଜା ପାଇବେ । ରାସାୟନିକ ରଙ୍ଗ ବ୍ୟବହାର ନ କରି ପ୍ରକୃତି ବନ୍ଧୁ ବା ଇକୋ-ଫ୍ରେଣ୍ଡଲୀ ପୂଜା ଏଠାରେ କରାଯିବ । ଏଥର ପୂଜାରେ ୨୩ରୁ ୨୫ ଲକ୍ଷର ବ୍ୟୟ ଅଟକଳ କରାଯାଇଛି । ଅନ୍ୟପଟେ G-20 ଚଳିତବର୍ଷ ସମ୍ମିଳନୀ ଉଦଯାପନୀ ଉତ୍ସବ ଆୟୋଜନ କରି ଭାରତ ବିଶ୍ବରେ ଚର୍ଚ୍ଚାରେ ରହିଥିବା ବେଳେ ସହିଦ କ୍ଲବରେ ଦେଖିବାକୁ ମିଳିବ ସମ୍ମିଳନୀ ସଫଳତାର ଝଲକ । G-20 ବିଷୟବସ୍ତୁକୁ ନେଇ ୬୦ ଫୁଟ ଉଚ୍ଚର ତୋରଣ ଶୋଭା ପାଇବ ।

ଏହା ବି ପଢନ୍ତୁ- ଆସୁଛନ୍ତି ପାର୍ବତୀ ନନ୍ଦନ, ସ୍ବାଗତ ପାଇଁ ସଜ୍ଜିତ ହେଉଛି ଷ୍ଟିଲ ସିଟି

ସେହିପରି ଆଲୋକମାଳାରେ ପୂଜା ମଣ୍ଡପ ଶୋଭା ପାଇବା ସହ ୬ ଦିନ ଧରି ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଓଡ଼ିଶାର ଜଣାଶୁଣା କଳାକାର ଯୋଗ ଦେବେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ । କିଣାକିଣି ପାଇଁ ମୀନାକୁବଜାରର ମଧ୍ୟ ଲାଗିବ । ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀକୁ ନେଇ ଧୁମଧାମରେ ପୂଜା ପାଳନ କରିବାକୁ ପୂଜା ମଣ୍ଡପ ପ୍ରସ୍ତୁତ ଥିବା ବେଳେ ମୂର୍ତ୍ତି କାରିଗର ବି ଅଗ୍ରପୂଜ୍ୟଙ୍କ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଛନ୍ତି ।

ଏହା ବି ପଢନ୍ତୁ- କାଳିୟ ଦଳନ ବେଶରେ ପୂଜା ପାଇବେ ଗଜାନନ, ସିଜୁଆରେ ଆକର୍ଷଣ ସାଜିବ ମହୀସୁର ପ୍ୟାଲେସ

ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ନେଇ ସିସିଟିଭି ସହ ପୋଲିସର ସହାୟତା ନିଆଯାଇଥିବା କହିଛନ୍ତି ପୂଜା ମଣ୍ଡପ ସଦସ୍ୟ । ଏହାସହ ୧୫୦ରୁ ଊର୍ଦ୍ଧ୍ବ ସ୍ବେଛାସେବୀ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ଆମ କମିଟି ପକ୍ଷରୁ କାର୍ଯ୍ୟ କରିବେ ବୋଲି କୁହାଯାଇଛି । ବିଘ୍ନବିନାଶକଙ୍କ ଆଗମନକୁ ନେଇ ରାଜଧାନୀ ଭୁବନେଶ୍ବରରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୂଜା ମଣ୍ଡପଗୁଡ଼ିକ ସଜେଇ ହୋଇଥିବାବେଳେ ମୂର୍ତ୍ତି ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର । ପ୍ରତି ବର୍ଷ ପରି ଚଳିତ ବର୍ଷ ସହିଦ ନଗର ପୂଜା ମଣ୍ଡପରେ କାରିଗରମାନେ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଥିବା ବେଳେ ଏଥର ସହିଦନଗର ୱିନର ଆସୋସିଏସନରେ କାଳୀୟ ଦଳନ ବେଶରେ ପୂଜା ପାଇବେ ଗଜାନନ । ୮ ବର୍ଷ ଧରି ଆସୋସିଏସନ ବଡ ମୂର୍ତ୍ତି କରି ଆସୁଥିବାବେଳେ ଏଥର ୪୬ ଫୁଟର କାଳିୟ ଦଳନ ମୂର୍ତ୍ତି ମୁଖ୍ୟ ଆକର୍ଷଣ ସାଜିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 15, 2023, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.