ETV Bharat / state

ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ହେଲେ ରାଜ୍ୟର ନୂଆ DMET

author img

By

Published : Jan 26, 2023, 6:58 AM IST

ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ହେଲେ ରାଜ୍ୟର ନୂଆ ଡିଏମଅଟି । ଆସନ୍ତା ୩୧ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ସଚ୍ଚିଦାନନ୍ଦ ମହାନ୍ତି । ଅଧିକ ପଢନ୍ତୁ

new dmet of odisha
new dmet of odisha

ଭୁବନେଶ୍ବର: ରାଜ୍ୟର ନୂଆ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ହେଲେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି । ଆସନ୍ତା ଜାନୁଆରୀ ୩୧ ତାରିଖରୁ ନୂଆ ପଦବୀରେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସଚ୍ଚିଦାନନ୍ଦ ଭୁବନେଶ୍ବର ଏମ୍ସର ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ DMET ଭାବେ ରମାରମଣ ମହାନ୍ତି କାର୍ଯ୍ୟରତ ଅଛନ୍ତି । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ୍‌ ତଥା ଅଧ୍ୟକ୍ଷ ଭାବରେ ପ୍ରଫେସର ଡ଼ ରମା ରମଣ ମହାନ୍ତିଙ୍କୁ ରାଜ୍ୟ ସରକାର ନୂଆ DMET ଭାବେ 2022 ଅକ୍ଟୋବର ୨୯ ତାରିଖରେ ନିଯୁକ୍ତି ଦେଇଥିଲେ । ଅକ୍ଟୋବର ୩୧ ତାରିଖରେ ଡିଏମଇଟି ସିବିକେ ମହାନ୍ତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ରମା ରମଣ ମହାନ୍ତି ।

ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟ ପ୍ରଶାସକ, ଅଧ୍ୟାପକ ଭାବେ ଜଣାଶୁଣା ଡ଼ ରମା ରମଣ ମହାନ୍ତି ରାଜ୍ୟର ନୂତନ DMET ଭାବେ ନିଯୁକ୍ତ ହେବା ପରେ ପିଆରଏମ ହସ୍ପିଟାଲ ତଥା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର ଥିଲା । ବର୍ତ୍ତମାନ ରାଜ୍ୟର ନୂଆ DMET ହେଉଛନ୍ତି ଡ଼ ସଚ୍ଚିଦାନନ୍ଦ ମହାନ୍ତି । ଯିଏ କି ଏମ୍ସରେ ଦୀର୍ଘ ଦିନ ଧରି ଅଧିକ୍ଷକ ଭାବରେ କାର୍ଯ୍ୟ ସୁଚାରୁରୂପେ କରି ଆସିଛନ୍ତି । ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଅସମାହିତ ଜଟିଳ ମାମଲାର ସମାଧାନ କରିବାକ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧିକ ଯୋଗଦାନ ରହିଛି । ଏହାସହ ମେଡ଼ିକାଲର ମ୍ୟାନେଜମେଣ୍ଟ ଓ ରୋଗୀମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା, ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୂପେ ବହନ କରିବା ଆଦି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କରିଛନ୍ତି ସଚ୍ଚିଦାନନ୍ଦ ମହାନ୍ତି । ରାଜ୍ୟ ନୂଆ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାପରେ ଏହି ଦାୟିତ୍ବକୁ ମଧ୍ୟ ସୂଚାରରୂପେ ତୁଲାଇବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Padma Awards 2023: ପଶ୍ଚିମ ଓଡିଶା କଳା ସଂସ୍କୃତି ସମ୍ମାନ ପାଇଛି: ପଦ୍ମଶ୍ରୀ କ୍ରିଷ୍ଣା ପଟେଲ

ତେବେ କୋରୋନା ସମୟରେ ପୂର୍ବତନ ଡିଏମଇଟି ଥିବା ସିବିକେ ମହାନ୍ତିଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ ଥିଲା । କୋରୋନା ସଂକ୍ରମଣ ନେଇ ଲୋକଙ୍କୁ ବହୁବାର ସଚେତନ କରିଛନ୍ତି । ଗତ ଡିସେମ୍ବର ମାସରେ କୋରୋନା ମହାମାରୀକୁ ନେଇ ପ୍ରତିକ୍ରିୟା ରଖିଥିଲେ । ଓମିକ୍ରନ BF.7 ନୂଆ ଭାରିଏଣ୍ଟ କୁ ନେଇ ଲୋକଙ୍କୁ ସତର୍କ କରାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.