ETV Bharat / state

ବିଦ୍ୟୁତ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

ଲକଡ଼ାଉନରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟର ଶିକାର ହେଲେ ବିଦ୍ୟୁତ କର୍ମଚାରୀ । ଅଧିକ ପଢନ୍ତୁ...

ବିଦ୍ୟୁତ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ
ବିଦ୍ୟୁତ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ
author img

By

Published : May 10, 2021, 3:56 PM IST

ଖୋର୍ଦ୍ଧା: ଲକଡ଼ାଉନରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ l ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ l ଜଣେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ ହୋଇଥିବା ସମ୍ପୃକ୍ତ ବିଦ୍ୟୁତ କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ବାଣପୁର ପୋଲିସ ।

ବିଦ୍ୟୁତ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

ମିଳିଥିବା ସୂଚନା ଅନୁସାରେ ଟାଟା ପାୱାର ଅଧିନସ୍ଥ ବାଣପୁର-1 ବିଭାଗର ସୁପରଭାଇଜର ସଞ୍ଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ କଲେକ୍ସନ ପଇସା ଡିପୋଜିଟ ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ l ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁବୃର୍ତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ତାଙ୍କ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ି ଦେଇଥିଲେ l ସଞ୍ଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ l ସଞ୍ଜିତ ଏଥିରେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ବ୍ୟାଗ ଦେଇଦେଇଥିଲେ l ବ୍ୟାଗ ମଧ୍ୟରୁ ଦୁର୍ବୃତ୍ତମାନେ 6 ଲକ୍ଷ 16 ହଜାର 780 ଟଙ୍କା ଲୁଟି ନେଇ ବାଣପୁର ଅଭିମୁଖେ ଫେରାର ହୋଇଯାଇଥିବା ସଞ୍ଜିତ କହିଛନ୍ତି । ତେବେ ଏ ନେଇ ସେ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.