ETV Bharat / state

Rozgar Mela: ସପ୍ତମ ପର୍ଯ୍ୟାୟରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ଧର୍ମେନ୍ଦ୍ର

author img

By

Published : Jul 22, 2023, 9:44 PM IST

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ନବନିଯୁକ୍ତ ରୋଜଗାର ପାଉଥିବା ଯୁବପିଢିଙ୍କୁ ଅମୃତ ପିଢିର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି । ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ ଅଫ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ସପ୍ତମ ପର୍ଯ୍ୟାୟରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଦେଶକୁ ଦୁନିଆର ଏକ ନମ୍ବର ଅର୍ଥନୀତିର ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଯୁବଶକ୍ତିଙ୍କୁ ବିଲକ୍ଷଣ ପ୍ରତିଭାର ଅଧିକାରୀ ହେବାକୁ ପଡିବ । ଏଥିପାଇଁ ସଫ୍ଟଓୟାର ଭଳି ଦୁଇଟି କୋଡିଂକୁ ନିଜ ମନ ଭିତରେ ରଖିବା ପାଇଁ ପଡିବ । ତାହା ହେଲା “ମୁଁ ଯାହା କରୁଛି, ସମାଜ, ଦେଶ ଏବଂ ମାନବତା ପାଇଁ କରୁଛି” ଏବଂ ଅନ୍ୟଟି ହେଲା “ଆମକୁ ଖୋଲା ମନରେ ନିଷ୍ପତି ନେବାକୁ ହେବ” । ଏହି ଦୁଇଟି ମନୋଭାବ ରଖିଲେ ହିଁ ଆଗାମୀ ଦିନରେ ବିକଶିତ ଭାରତର ସଂକଳ୍ପ ପୂରଣ ହୋଇପାରିବ ବୋଲି ନବନିଯୁକ୍ତ ରୋଜଗାର ପାଇଥିବା ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାବି ପଢନ୍ତୁ- Rozgar Mela: ଷଷ୍ଠ ପର୍ଯ୍ୟାୟରେ ୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଶନିବାର ଭୁବନେଶ୍ବର ସ୍ଥିତ ରେଳ ଅଡିଟୋରିୟମ ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଭାରତ ସରକାରଙ୍କ ସିବିଆଇସି, ନାଲକୋ, ସେଲ, ଡାକ ବିଭାଗ, ଆଇଆଇଟି ଭୁବନେଶ୍ବର, ବ୍ୟାଙ୍କ ସମୂହ, ଭାରତୀୟ ରେଳ, ଭାରତୀୟ ଖାଦ୍ୟ ନିଗମ ତଥା ବିଭିନ୍ନ ବିଭାଗରେ ୧୮୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଥିବା ସମସ୍ତ ଯୁବସାଥୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶର ଅଭିବୃଦ୍ଧି ଦ୍ରୁତ ଗତିରେ ଆଗକୁ ବଢୁଛି । ଭାରତ ବିଶ୍ବର ତୃତୀୟ ଉର୍ଜା ଉପଭୋକ୍ତାର ରାଷ୍ଟ୍ର ହୋଇଛି । ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ବିଶ୍ବର ପଞ୍ଚମ ଅର୍ଥନୀତିର ରାଷ୍ଟ୍ର ଭାବେ ପରିଚିତ ହୋଇଛି । ଦେଶରେ ବିଗତ ବର୍ଷ ମାନଙ୍କରେ ଡିଜିଟାଲ ଅର୍ଥ କାରବାର, ଟେଲି ଯୋଗାଯୋଗ, ବ୍ୟାଙ୍କ, ଡାକ ବିଭାଗ, ଭାରତୀୟ ରେଳ ବିଭାଗ, ଷ୍ଟାର୍ଟଅପ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ଯାଉଛି ।

ଏହାବି ପଢନ୍ତୁ- Rozgar Mela: ନିଯୁକ୍ତି ପାଇବେ 71000 କର୍ମଚାରୀ

ଆଗାମୀ ୨୫ ବର୍ଷର କଳ୍ପନା ଆମ ପାଖରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ନବନିଯୁକ୍ତ ରୋଜଗାର ପାଉଥିବା ଯୁବପିଢିଙ୍କୁ ଅମୃତ ପିଢିର ବିକଶିତ ଭାରତର ଜଣେ ଜଣେ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି । ଆଧୁନିକ ଦୁନିଆରୁ ସମସ୍ତଙ୍କୁ ଇଜ ଅଫ ଲିଭିଂରେ ଅଭ୍ୟସ୍ତ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ତେଣୁ ଭାରତକୁ ଆଗକୁ ନେବାକୁ ହେଲେ ଯୋଜନା ବନାଇବାକୁ ପଡିବ । ଗବେଷଣା ସହ ନବସୃଜନ କରିବାକୁ ପଡିବ । ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ବା ଏଆଇ ଏବଂ ହ୍ୟୁମାନ ଇଣ୍ଟେଲିଜେନ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ନୂତନ ପୃଥିବୀରେ ଭାରତକୁ ନୂଆ ଶିଖରରୁ ନେବା ପାଇଁ ନୂଆ ଆଇଡିଆ ମାଧ୍ୟମରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.