ETV Bharat / state

ନନ୍ଦନକାନନରେ ରୋପ ୱେ: ସରିଲା ଟ୍ରାଏଲ, ପର୍ଯ୍ୟଟକଙ୍କୁ ଅପେକ୍ଷା।

author img

By

Published : Jan 28, 2023, 1:41 PM IST

ନନ୍ଦନକାନନରେ ରୋପ ୱେ ତିଆରି କରାଯାଉଥିବା ବେଳେ ଟ୍ରାଏଲ ଶେଷ ହୋଇଛି । ଫେବୃଆରୀ ୧୦ ତାରିଖ ସୁଧା ସମସ୍ତ କାର୍ଯ୍ୟ ଶେଷ କରାଯିବା ନେଇ କହିଛନ୍ତି କମ୍ପାନୀ ଜିଏମ । ଅଧିକ ପଢନ୍ତୁ

ନନ୍ଦନକାନନରେ ରୋପ ୱେ
ନନ୍ଦନକାନନରେ ରୋପ ୱେ
ନନ୍ଦନକାନନରେ ରୋପ ୱେ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପ ୱେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକି କାଂଜିଆ ହ୍ରଦ ଉପରେ ଯିବ । କାଞ୍ଜିଆ ହ୍ରଦ ସମେତ ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନର ସବୁଜ ମନୋରମା ଦୃଶ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆକରି ଆରମ୍ଭ କରାଯାଇଥିବା ରୋପୱେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିରେ ୧୨ଟି କ୍ୟାବିନ ଲାଗିବାକୁ ଥିବା ବେଳେ ଏବେ ୪ଟି କ୍ୟାବିନ ଲଗାଯାଇ ଟ୍ରାଏଲ୍ କରାଯାଉଛି। ଖୁବ୍ ଶୀଘ୍ର ବାକି ୮ଟି କ୍ୟାବିନ ଲଗାଯିବ। ଫେବୃଆରୀ ୧୦ ତାରିଖ ସୁଧା ସମସ୍ତ କାର୍ଯ୍ୟ ଶେଷ କରାଯିବ। ତେବେ ପର୍ଯ୍ୟଟକମାନଙ୍କ ପାଇଁ ଏହି ରୋପ୍ ୱେ ଖୋଲାଯିବ ବୋଲି ଆଶା ରଖିଛନ୍ତି ରୋପ ୱେ କମ୍ପାନୀ। ତେବେ ଏବେ ଟ୍ରାଏଲ୍ କରାଯାଉଥିବା ବେଳେ ଭଲ ଭାବେ ରୋପ ୱ ଚାଲୁଥିବା କମ୍ପାନୀ ଜିଏମ୍ ଏମ କେ ବେଗ କହିଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଥିବା କାଞ୍ଜୀଆ ହ୍ରଦ ଉପରେ କରାଯାଉଥିବା ରୋପ ୱେ ୧୩ କୋଟି ଟଙ୍କା ବ୍ୟୟରେ କରାଯାଉଛି । ପ୍ରତି କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ବୁଲି ପାରିବେ । ୧୨ଟି କ୍ୟାବିନରେ ୭୨ ଜଣ ପର୍ଯ୍ୟଟକ ଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନର ପ୍ରାକୃତିକ ଭରା ଜଙ୍ଗଲ ପରିବେଶ ବୁଲି ପାରିବେ। ଏହା ସହିତ କାଞ୍ଜିଆ ହ୍ରଦର ମନରୋମ ଦୃଶ୍ୟକୁ ମଧ୍ୟ ଉପଭୋଗ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: Tripura Assembly Election: ପାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିସ୍ତାର କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଚିଡ଼ିଆଖାନା ସହ ଆଉ ୧୫ଶହ ଏକର ଜଙ୍ଗଲ ଜମି ମିଶାଯିବ । କୃଷ୍ଣନଗର ଓ ଚୂଡ଼ଙ୍ଗଗଡ଼ରୁ ଏହି ଜମି ନନ୍ଦନକାନନ ଜଙ୍ଗଲରେ ମିଶାଇବା ପରେ ଏହାକୁ ବିଶ୍ଵସ୍ତରୀୟ ଚିଡ଼ିଆଖାନା କରାଯିବ। ସେହିଭଳି କିଆଖଣି ଓ କା‌ଞ୍ଜିଆ ହ୍ରଦର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ନିଆଯିବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରାଯିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରୋପ-ୱେ କାର୍ଯ୍ୟକ୍ଷମ କରାଯିବା ଓ ବୋଟିଂ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ ସ୍ଥିତ କାଞ୍ଜିଆ ହ୍ରଦର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପରେ ଏଠାରେ ଥିବା ସିଂହ ସଫାରିକୁ ଚୂଡ଼ଙ୍ଗଗଡ଼ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ଯାହା ଫଳରେ ନନ୍ଦନକାନନ ର ସମ୍ପ୍ରସାରଣ କରାଯିବ। ପର୍ଯ୍ୟଟକ ମାନେ କିଭଳି ଭାବରେ ସୁରକ୍ଷିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୁରକ୍ଷିତ ରହିବେ ସେନେଇ କାମ କରାଯିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.