ETV Bharat / state

ମରଣଯନ୍ତା ପାଲଟିଛି ମଳିପଡ଼ା ରାସ୍ତା, ଠିକାସଂସ୍ଥା ବିରୋଧରେ ସ୍ଥାନୀୟବାସିନ୍ଦାଙ୍କ ଧାରଣା

author img

By

Published : May 20, 2022, 7:38 PM IST

ଠିକା ସଂସ୍ଥା AIPL ବିରୋଧରେ ଧାରଣାରେ ବସିଲେ ଲୋକେ । ପଥର ବୋଝେଇ ଟ୍ରକ୍‌ ଯାତାୟାତକୁ ବିରୋଧ । ଅଧିକ ପଢ଼ନ୍ତୁ

AIPL ବିରୋଧରେ ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା ।

ଖୋର୍ଦ୍ଧା: ଠିକା ସଂସ୍ଥା AIPL ବିରୋଧରେ ଖୋର୍ଦ୍ଧାରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର କଁପୁର, ଦଲିକ, ଡଙ୍ଗରପଡ଼ା ଓ ମଳିପଡ଼ା ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ପଥର ବୋଝେଇ ଟ୍ରକ ଦ୍ବାରା ଡଙ୍ଗରପଡ଼ା ଠାରୁ ମଳିପଡ଼ା ପର୍ଯ୍ୟନ୍ତ ରାସ୍ତା ଉପରୁ ପିଚୁ ଓ କଂକ୍ରିଟ ଉଠିଗଲାଣି । ଭୟଙ୍କର ଖାଲଖମାରେ ପରିଣତ ହେବାସହ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମଳିପଡ଼ା ନିକଟ ରାସ୍ତାରେ ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ, ଠିକା ସଂସ୍ଥା AIPL ଦ୍ବାରା ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ଶହ ଶହ ପଥର ବୋଝେଇ ଟ୍ରକ ଯାତାୟାତ କରୁଛି । ଏହା ଦ୍ବାରା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି । ଅସରାଏ ବର୍ଷା ହେଲେ ପରିସ୍ଥିତି ଅଣାୟତ୍ତ ହେଉଛି । ଏଭଳି ରାସ୍ତାରେ ଗର୍ଭବତୀ ମହିଳା କିମ୍ବା ରୋଗୀ ଆମ୍ବୁଲାନ୍ସରେ ମେଡିକାଲ ଯିବାବେଳେ ବହୁତ କଷ୍ଟ ଭୋଗୁଥିବାବେଳେ ପିଲାମାନେ ସ୍କୁଲ କଲେଜ ଯିବା ପାଇଁ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

ଚାଷୀ ପନିପରିବା ନେଇ ବିକ୍ରି କରିବାକୁ ଗଲାବେଳେ ମଧ୍ୟ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମଳିପଡ଼ା ନିକଟରେ ଏହି ରାସ୍ତାରେ ଧାରଣା ବସିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ଧାରଣା ପ୍ରତ୍ୟାହାର ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.