ETV Bharat / state

ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ କ୍ଲାସ: ପାଠପଢା ପୂର୍ବରୁ ମାନସ ମନ୍ଥନ

author img

By

Published : Jul 21, 2023, 11:49 AM IST

ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ କ୍ଲାସ । ପାଠପଢା ପୂର୍ବରୁ ୫୦ଟି କଲେଜର ଅଧ୍ୟାପକମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଅଧିକ ପଢନ୍ତୁ

ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ କ୍ଲାସ
ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ କ୍ଲାସ

ଭୁବନେଶ୍ବର: ଅଗଷ୍ଟ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢ଼ା । ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପାଠପଢା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖସଡ଼ା ପ୍ରସ୍ତୁତ ହୋଇଛି । ଏଥିପାଇଁ ଗୁରୁବାର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୫୦ଟି କଲେଜ ଅଧ୍ୟାପକଙ୍କୁ ନେଇ ଏକ ବୈଠକ ବସିଛି । ଆସନ୍ତା ଅଗଷ୍ଟ ପହିଲାରୁ ପାଠପଢା ଆରମ୍ଭ ହେବ । ଶିକ୍ଷାବର୍ଷ ପାଇଁ ଏକ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି । ଯାହାଦ୍ବାରା ସବୁ କଲେଜରେ ସମାନ ସମୟରେ ନିର୍ଦ୍ଧାରିତ ପାଠପଢା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇପାରିବ । ପ୍ରୋକ୍ଟୋରିଆଲ କ୍ଲାସ ମଧ୍ୟ ଏଥର ଆରମ୍ଭ ହେବ । ଛାତ୍ରଛାତ୍ରୀଙ୍କୁ ଗ୍ରୁପ କରି ଡାଉଟ କ୍ଲିୟର କ୍ଲାସ ପାଇଁ ପ୍ରୟାସ କରାଯିବ ବୋଲି ଓସେପା ନିର୍ଦ୍ଦେଶକ ଅନୁପମ ସାହା କହିଛନ୍ତି ।

ବର୍ତ୍ତମାନ ଯୁକ୍ତ ଦୁଇ ନାମଲେଖା ଚାଲିଛି । ଏହାରି ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ ହୋଇଛି । ଅନେକ ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ପିଲାଙ୍କ ରେଜଲ୍ଟ ଠାରୁ ଆରମ୍ଭ କରି ସ୍କୁଲର ଭିତ୍ତିଭୂମି ଏବଂ ପାଠପଢା ପର୍ଯ୍ୟନ୍ତ ସବୁ ଦିଗରେ ନଜର ରଖାଯିବ । ମେରିଟ ସ୍କଲାରସିପ, ବିଭିନ୍ନ ସମୟରେ ପ୍ରତିଯୋଗିତା କରାଇବା, ମୋ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମିଳନ ଭଳି କାର୍ଯ୍ୟକ୍ରମ ହାତକୁ ନେବା, କ୍ୟାରିଅର କାଉନସିଲିଂ କରିବା ସହ ଅଭିଭାବକ ଓ ଅଧ୍ୟାପକଙ୍କ ବୈଠକ କରାଇବା ପାଇଁ ଯୋଜନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ୟୁନିଟ୍-୯ ବାଳିକା ହାଇସ୍କୁଲ ସ୍ଥାନାନ୍ତରଣ ନେଇ ଆଲୋଚନା, ବାହାରିଲାନି ସମାଧାନ

ଏହାବାଦ ଯୁକ୍ତ ଦୁଇରେ ଭିତ୍ତିଭୂମି ସଜାଡ଼ିବା ଭଳି ଇ-ଲାଇବ୍ରେରୀ କାର୍ଯ୍ୟକ୍ଷମ କରିବା, ଛାତ୍ରଛାତ୍ରୀ କ୍ୟାମ୍ପସରେ ରାଗିଂ ଓ ଶାରୀରିକ ନିର୍ଯାତନା ଘଟଣାରୁ କିପରି ଦୂରେଇ ରହିବେ ସେନେଇ ଅଧିକ ଗୁରୁତ୍ବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଅଧିକ ପାଠ ପଢିବା ପାଇଁ ପ୍ରବର୍ତ୍ତାଇବା ଏବଂ ସେମାନଙ୍କୁ ନିଟ ଜେଇଇ ମେନ ଭଳି ବିଭିନ୍ନ ପ୍ରକାରର ପରୀକ୍ଷାରେ ଅଂଶଗ୍ରଣ କରିବା ପାଇଁ ଅଧ୍ୟାପକମାନେ ପରାମର୍ଶ ଦେବେ । ପାଠ ପଢ଼ାଇବା ସମୟରେ ବା କଲେଜର କୌଣସି ଭିତ୍ତିଭୂମି ସମ୍ପର୍କରେ କିଛି ସମସ୍ୟା ହେଲେ ତୁରନ୍ତ ଏହାର ସମାଧାନ କରିବାକୁ ପ୍ରୟାସ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଅଗଷ୍ଟ ୧ରୁ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ । ଏନେଇ ଚାଲିଛି ନାମଲେଖା । ଗୁରୁବାର ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇର ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ମୋଟ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ତେବେ ରାଜ୍ୟରେ ପାଖାପାଖି ଏକ ଲକ୍ଷ ସିଟ ଖାଲି ପଡ଼ିବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.