ETV Bharat / state

‘ଲୋକଙ୍କ ନିକଟତର ହୋଇଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ’

author img

By

Published : May 31, 2023, 8:07 AM IST

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ପ୍ରତିଶୃତି ଅନୁଯାୟୀ ବସୁନ୍ଧରା ଯୋଜନାରେ ମିଳୁଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ଵାମୀଙ୍କ ନାମରେ ରେକର୍ଡ କରାଯାଉଛି । ସ୍ତ୍ରୀଙ୍କ ନାମ ପ୍ରଥମେ ସ୍ଥାନିତ ହେଉଛି । ସେହିପରି ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଛି । ଅଧିକ ପଢନ୍ତୁ

Revenue and Disaster Management
Revenue and Disaster Management

ଭୁବନେଶ୍ବର: ବିନା ମୂଲ୍ୟରେ ଏବଂ ସ୍ଵ-ଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ପଞ୍ଜୀକୃତ ଦଲିଲ ଏବଂ ଜମି ପଟ୍ଟା ଡାକ ମାଧ୍ୟମରେ ପ୍ରେରଣ ହେଉଛି । ଧାର୍ଯ୍ୟ ସମୟରେ ପଞ୍ଜିକରଣ କରାଇବା ପାଇଁ ସ୍ଲଟ ବୁକିଙ୍ଗ ବ୍ୟବସ୍ଥା । ନିର୍ବିବାଦୀୟ ଦାଖଲ ଖାରଜ ମାମଲାର ୭ ଦିନ ମଧ୍ୟରେ ଫଇସଲା ହେଉଛି । ୨୦୧୯ ପରେ ୩୨,୩୯୬ ପରିବାରକୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘରବାଡ଼ି ଯୋଗାଇ ଦିଆଯାଇଛି । ୨୦୧୯ ପରେ ୩୯,୩୯୮ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ହିତାଧିକାରୀଙ୍କୁ ଘରଡିହ ଯୋଗାଇ ଦିଆଯାଇଛି ।

୫-ଟି ଉଚ୍ଚ ବିଦ୍ୟାଳୟ ସମେତ ୧୦,୦୩୬ ବିଦ୍ୟାଳୟ, ଏବଂ ୧୬୦ ମହାବିଦ୍ୟାଳୟକୁ ପଟ୍ଟା ଓ ବିଭିନ୍ନ ଶିକ୍ଷା , ସ୍ବାସ୍ଥ୍ୟ, ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନକୁ ଜମି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ।

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ପ୍ରତିଶୃତି ଅନୁଯାୟୀ ବସୁନ୍ଧରା ଯୋଜନାରେ ମିଳୁଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ଵାମୀଙ୍କ ନାମରେ ରେକର୍ଡ କରାଯାଉଛି । ସ୍ତ୍ରୀଙ୍କ ନାମ ପ୍ରଥମେ ସ୍ଥାନିତ ହେଉଛି । ସେହିପରି ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଛି । ୫-ଟିର ରୂପାନ୍ତରିକରଣ କାର୍ଯ୍ୟ ଗୁଡିକ ମଧ୍ୟରୁ ବିଭାଗର ୩୪ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି । ୫-ଟି କାର୍ଯ୍ୟାନ୍ବୟନ ପରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ରାଜସ୍ବ ସେବା ପ୍ରଦାନରେ ଲୋକଙ୍କର ସୁବିଧାକୁ ଆଖି ଆଗରେ ରଖି ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ରାଜସ୍ବ କାର୍ଯ୍ୟାଳୟ ମାନଙ୍କରେ ନାଗରିକ ମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥା ସମ୍ଭବ କମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସମସ୍ତ ପଞ୍ଜୀକରଣ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଇଛି । ଷ୍ଟାମ୍ପ ଏବଂ ଅନ୍ୟାନ୍ୟ ସରକାରୀ ଦେୟ ଟ୍ରେଜେରୀ ପୋର୍ଟାଲରେ ଜମା କରାଯାଊଛି । ଦସ୍ତାବିଜ ମାନଙ୍କ ସାର୍ଟିଫାଏଡ ନକଲ ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ପାଇଁ ଖୁବ ଶୀଘ୍ର ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରମ୍ଭ ହେବାକୁ ଯାଉଛି । ଜମି କିଣାବିକା ପଞ୍ଜୀକରଣର ତଥ୍ୟ ତହସିଲକୁ ସଂଚାରିତ ହୋଇ ସ୍ବତଃ ଭାବେ ଦାଖଲ ଖାରଜ ମାମଲା ଆରମ୍ଭ ହେଉଛି । ନାଗରିକ ମାନେ ଅନଲାଇନରେ ପୁରୁଣା ପଞ୍ଜୀକୃତ ଦଲିଲର ଦାଖଲ ଖାରଜ, ଚାଷ ଜମି କିସମର ଘରବାଡିକୁ ପରିବର୍ତ୍ତନ ଏବଂ ଆପୋଷ ବୁଝାମଣାରେ ଜମି ବିଭାଜନ ମାମଲା ପାଇଁ ଆବେଦନ କରିପାରୁଛନ୍ତି ।

ମାମଲାର ସ୍ଥିତି ନାଗରିକଙ୍କୁ SMS ମାଧ୍ୟମରେ ଜଣାଇ ଦିଆଯାଉଛି । ୨୦୧୯ ମସିହାରୁ ପ୍ରାୟ ୩,୯୦,୦୦୦ ପଟ୍ଟା ସାତ ଦିନ ମଧ୍ୟରେ ଓ ୫୫,୦୦୦ ପଟ୍ଟା ଏକଦିନ ମଧ୍ୟରେ ସଂଶୋଧନ କରାଯାଇ ସ୍ପିଡ ପୋଷ୍ଟ କିମ୍ବା ରାଜସ୍ବ ରଥ ମାଧ୍ୟମରେ ଆବେଦନକାରୀଙ୍କ ନିକଟକୁ ପଠାଯାଇଛି । ବିଭାଗ ତରଫରୁ ପ୍ରତ୍ୟେକ ମାସରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଆପୋଷ ବୁଝାମଣାରେ ଜମି ବିଭାଜନ ଏବଂ ପ୍ରଜାଖାନା ସଂଶୋଧନ ନିମନ୍ତେ ୧୦୦ ଟି ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜସ୍ବ ବିଭାଗ ତରଫରୁ ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ପ୍ରାୟ ୧୧,୧୮୩ ମାମଲା ଫଇସଲା ହୋଇପାରିଛି । ବିନା ମୂଲ୍ୟରେ ଏବଂ ସ୍ଵ-ଘୋଷଣା ଆଧାରରେ ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ୨୦୨୦ ମସିହା ଠାରୁ ସ୍ଵ-ଘୋଷଣା ଆଧାରରେ ପ୍ରାୟ ୩୪ ଲକ୍ଷ ବାସିନ୍ଦା ଏବଂ ୨୪ ଲକ୍ଷ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୨୦୧୯ ମସିହା ଠାରୁ ଲୋକମାନେ ଅନଲାଇନରେ ଜମି ଖଜଣା, ସେସ ଏବଂ ଜଳକର ଦେଇପାରୁଛନ୍ତି । ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବାର୍ଷିକ ଆୟର ମାନଦଣ୍ଡ କୁ ୬୦,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ୯୦୨ ପଡା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି ।

ଶୀଘ୍ର ଏବଂ ସଠିକ ଜମି ରେକର୍ଡ ସେବା ପାଇଁ ବିଭାଗ ହାଇଟେକ ସର୍ଭେକୁ ତ୍ବରାନ୍ବିତ କରୁଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ସମ୍ପୂର୍ଣ ହୋଇଛି । ଏହାକୁ ବର୍ତ୍ତମାନ ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । IIT, IIM, IISER, NISER, VSSUT, NLU , AIIMS, SCB Extension, Tata Memorial କ୍ୟାନ୍ସର ହସ୍ପିଟାଲ, Bagchi Karunashraya Palliative Care ପ୍ରତିଷ୍ଠାନକୁ ଜମି ଯୋଗାଇ ଦିଆଯାଇଛି । ଜାତୀୟ ରାଜପଥ, ରେଲୱେ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ବରାନ୍ବିତ ହେଉଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ପ୍ରକଳ୍ପ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧିତ ପ୍ରକଳ୍ପର ଜମି ଜମା ପଞ୍ଜୀକରଣରେ ଷ୍ଟାମ୍ପ ଏବଂ ପଞ୍ଜୀକରଣ ଦେୟକୁ ହ୍ରାସ କରାଯାଉଛି । ପରିବେଶର ସୁରକ୍ଷା ନିମନ୍ତେ ରାଜସ୍ବ ବିଭାଗ ପ୍ରାୟ ୩୫,୦୦୦ ଏକର ଜମି କ୍ଷତିପୂରଣ ବନୀକରଣ ପାଇଁ ସଂରକ୍ଷିତ ରଖିଛି ।

ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଗତ ୪ ବର୍ଷ ମଧ୍ୟରେ ନୂତନ ଭାବେ ୩୧୭ ଓଏଏସ ଏବଂ ୧୧୦ ଓଆରଏସ, ୧୧୦୩ ଆରଆଇ, ୮୮୫ ଏଆରଆଇ ଏବଂ ୫୩୮ ଅମିନ ପଦବୀ ନୂତନ ଭାବେ ସୃଷ୍ଟି କରାଯାଇଛି । ଏହି ଅବଧି ମଧ୍ୟରେ ୯୧୨ ଓଏଏସ, ୬୪୫ ଓଆରଏସ, ୯୨୦ ଜେଆରଏ, ୫୮୬ ଆରଆଇ, ୫୭୬ ଏଆରଆଇ ଏବଂ ୫୩୮ ଅମିନଙ୍କୁ ନିଯୁକ୍ତି ଦିଆଯାଇଛି । ଲାଇସେନ୍ସପ୍ରାପ୍ତ ସର୍ବେକ୍ଷଣକାରୀଙ୍କ ଦ୍ଵାରା ଜମି ଚିହ୍ନଟ କରିବାର ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ସୃଷ୍ଟି ହୋଇଥିବା ୪୩୩ ଆରଆଇ କାର୍ଯ୍ୟାଳୟର ନିର୍ମାଣ ଚାଲୁଛି । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠିତ ହୋଇଛି । ଏହି ଟାସ୍କଫୋର୍ସ ବିଭିନ୍ନ ସମସ୍ୟାର ବିଶ୍ଳେଷଣ କରି ପର୍ଯ୍ୟାୟ କ୍ରମେ ପ୍ରସ୍ତାବମାନ ଦେଇଆସୁଛନ୍ତି ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆମ ରାଜ୍ୟ ସମ୍ମାନଜନକ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ୨୦୨୩ ପୁରସ୍କାର ପାଇଛି । ନାଗରିକମାନଙ୍କୁ ବିପର୍ଯ୍ୟୟ ଗୁଡିକ ବିଷୟରେ ଆଗରୁ ସଜାଗ କରିବା ତଥା SMS ଦ୍ଵାରା ସତର୍କ ବାର୍ତ୍ତା ପଠାଇବା ପାଇଁ ଉପକୂଳବର୍ତ୍ତୀ ୧୨୨ ଟି ସ୍ଥାନରେ ଆଲର୍ଟ ସାଇରନ ଟାୱାର ଗୁଡିକ ସ୍ଥାପିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ DAMPS ପୋର୍ଟାଲ ଦ୍ଵାରା DBT ମାଧ୍ୟମରେ ଖୁବ ଶୀଘ୍ର ପ୍ରଦାନ କରାଯାଇପାରୁଛି । ଅଦ୍ୟାବଧି ଏହା ମାଧ୍ୟମରେ ୯,୮୧୬ ପରିବାରଙ୍କୁ ୩୮୭ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଓଡିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଗୃହ ସହିତ ୨୦ ଟି ODRAF ୟୁନିଟକୁ ସଶକ୍ତ କରାଯାଇଛି । ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସାରେ ସହାୟତା ପାଇଁ ୩୨,୬୩୩ ସଂଖ୍ୟକ ସ୍ବେଚ୍ଛାସେବୀ ତାଲିମପ୍ରାପ୍ତ ହୋଇଛନ୍ତି । ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କତା ପାଇଁ ‘SATARK’ ମୋବାଇଲ ଆପ ବିକଶିତ ହୋଇଛି । ୧୦,୦୦୦ ଗ୍ରାମରେ ଗୋଷ୍ଠୀ ନେତୃତ୍ଵାଧିନ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଅଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ତାଲିମ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ‘ସ୍ଵୟଂସିଦ୍ଧା’ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମିଶନ ଶକ୍ତି ବିଭାଗର ସହଯୋଗରେ ଏହା ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.