ETV Bharat / state

Municipal Polls: ଖୋର୍ଦ୍ଧା ବିଜେପି ଜାରି କଲା ସଂକଳ୍ପ ପତ୍ର - ଖୋର୍ଦ୍ଧାରେ ପୌର ନିର୍ବାଚନ

ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ଖୋର୍ଦ୍ଧା ବିଜେପି ଜାରି କଲା ସଂକଳ୍ପ ପତ୍ର । ଅଧିକ ପଢନ୍ତୁ

Municipal Poll: ଖୋର୍ଦ୍ଧା ବିଜେପି ଜାରି କଲା ସଂକଳ୍ପ ପତ୍ର

author img

By

Published : Mar 21, 2022, 7:03 PM IST

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପରେ ସରଗରମ ପୌର ରାଜନୀତି । ଖୋର୍ଦ୍ଧା ପୌର ପରିଷଦକୁ ଦଖଲ କରିବା ପାଇଁ ତିନି ପ୍ରମୁଖ ଦଳ ଲୋକଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳିଛି । ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ଆଜି(ସୋମବାର) ଖୋର୍ଦ୍ଧା ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି ।

Municipal Poll: ଖୋର୍ଦ୍ଧା ବିଜେପି ଜାରି କଲା ସଂକଳ୍ପ ପତ୍ର

ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥୀ କୁନିଲତା ସ୍ବାଇଁ ବିଜୟୀ ହେଲେ ସ୍ମାର୍ଟ ପୌର ପରିଷଦ ଗଠନ, ଫ୍ରି ୱାଇଫାଇ, ଇ-ପାଠାଗାର, ଇ ରିକ୍ସା, କୁଟୀର ଶିଳ୍ପର ବିକାଶ କରି ମେଡଇନ ଖୋର୍ଦ୍ଧା ଭଳି 15 ଗୋଟି ସଂକଳ୍ପ ଲୋକଙ୍କ ପାଇଁ ଜାରି କରିଛନ୍ତି । ଆଜି ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ବିଜେପିର ନିକୁଞ୍ଜ ପଟ୍ଟନାୟକ ଏବଂ କାଳୁଚରଣ ଖଣ୍ଡାଇତରାୟ ଉପସ୍ଥିତ ଥିଲେ ।

ତେବେ ସୂଚନା ଥାଉ କି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ । ଏହାପରେ ୨୬ ତାରିଖରେ ଭୋଟ ଗଣତି ହେବ । ଆଉ ନିର୍ବାଚନକୁ ୩ ଦିନ ରହିଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ପ୍ରାର୍ଥୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.