ETV Bharat / state

Train Tragedy: ଉଦ୍ଧାର କାର୍ଯ୍ୟରେ 7 NDRF, 5 ODRAF ଟିମ୍ ସାମିଲ

author img

By

Published : Jun 3, 2023, 10:15 AM IST

ବାହନଗାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଗୋଟିଏ ବଗି ମାଟି ତଳକୁ ଚାଲିଯାଇଥିବା ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଅଧିକ ପଢନ୍ତୁ

coromandel express accident
coromandel express accident
coromandel express accident

ଭୁବନେଶ୍ବର: ବାଲେଶ୍ବର ବାହନଗାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ଘଟଣା । ସମୟ ଗଡିଚାଲିବା ସାଙ୍ଗକୁ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ଗତକାଲି ରାତି ସାରା ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଆଜି ସକାଳେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ''କରମଣ୍ଡଳ ଏକ୍ସପ୍ରେସର ଗୋଟିଏ ବଗି ଭୟଙ୍କର କ୍ଷତି ହୋଇଥିବା ବେଳେ ତାହା ମାଟି ଭିତରକୁ ଦବି ଯାଇଛି । ତା ଉପରେ ଆଉ ଏକ ବଗି ଚଢିଯାଇଥିବା ବେଳେ ତାକୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶନ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟ ବଗି ଗୁଡିକରେ ଉଦ୍ଧାର କାର୍ଯ୍ୟ ପ୍ରାୟତ ଶେଷ ହୋଇଗଲାଣି । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ସରିବା ପରେ ଶେଷ ହେବ ରେସକ୍ୟୁ ଅପରେସନ । ଏଥିଲେ 7 NDRF, 5 ODRAF ଟିମ ସାମିଲ ହୋଇଛନ୍ତି ।''

ଏହା ମଧ୍ୟ ପଢନ୍ତୁ-Train Tragedy: ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ

ଅନ୍ୟପଟେ ଆଜି ସକାଳ ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି । ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହା ପରେ ବାଲେଶ୍ବର ହସ୍ପିଟାଲରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-Coromandel Express Accident: ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଗତକାଲି ସନ୍ଧ୍ୟା ସମୟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.