ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି କୋରୋନା ସଂକ୍ରମଣର କାୟା । ଯାତାୟତ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥଛି ଅନେକ ପଦକ୍ଷେପ । ତଥାପି ଲୋକେ ସଚେତନ ନହେବାରୁ ପ୍ରଶାସନ ପାଇଁ ବଢିଛି ଚିନ୍ତାର କାରଣ । ସେପଟେ ଚିଲିକା ବ୍ଲକ ଡୁଙ୍ଗମାଳ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ ବଢିଛି ଆତଙ୍କ ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ପାଖରେ ଥଣ୍ଡା ଜର ଆଦି ଲକ୍ଷଣ ଲାଗି ରହିଥିବାରୁ ତାଙ୍କୁ ଗତ ଜୁଲାଇ 6ରେ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ସ୍ବାବ ନମୂନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡିଛି । ଏହାପରେ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରଖାଯିବାସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଦ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ