ETV Bharat / state

ଫିଟୁଛି ଫାଇନାନ୍ସ ଫ୍ରଡର ଅସଲ ଗୁମର, ମିଳିମିଶି ଠକିଛନ୍ତି ଦୋକାନୀ ଓ ଦଲାଲ କମ୍ପାନୀ

author img

By ETV Bharat Odisha Team

Published : Nov 18, 2023, 7:48 PM IST

Updated : Nov 23, 2023, 5:28 PM IST

ଫିଟୁଛି ଫାଇନାନ୍ସ ଫ୍ରଡର ଅସଲ ଗୁମର । ନିରୀହ ଲୋକଙ୍କୁ ଢାଲ କରି ସେମାନଙ୍କ ନାଁରେ ଲୋନ ନିଆଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Etv Bharat
Etv Bharat
ଫିଟୁଛି ଫାଇନାନ୍ସ ଫ୍ରଡର ଅସଲ ଗୁମର

ଭୁବନେଶ୍ବର: ଲୋକଙ୍କୁ ପର୍ସନାଲ ଲୋନ ଆଳରେ ଠକେଇ । ଫାଇନାନ୍ସ ଜାଲିଆତିର ଫିଟୁଛି ଅସଲ ଲିଙ୍କ । ସାମ୍ନାକୁ ଆସୁଛି ଠକେଇ ସିଣ୍ଡିକେଟର ଅସଲ ଗୁମର । ମୋବାଇଲ ଦୋକାନୀଠୁ ଆରମ୍ଭ କରି ଦଲାଲ ଓ ଫାଇନାନ୍ସ କମ୍ପାନୀର କର୍ମଚାରୀ ମିଳିମିଶି କିଭଳି କରିଛନ୍ତି ଜାଲିଆତି ତାହା ଧୀରେ ଧୀରେ ସାମ୍ନାକୁ ଆସିଛି । ନିରୀହ ଲୋକଙ୍କୁ ଢାଲ କରି ସେମାନଙ୍କ ନାଁରେ ଲୋନ ନିଆଯାଇଥିବା ଜଣାପଡ଼ିଛି ।

ପର୍ସନାଲ ଲୋନ ଦେବା ଆଳରେ କହି ଡ୍ୟୁରୋବଲ ଲୋନ ଦେଇ ଟାର୍ଗେଟ ପୂରଣ କରିଛନ୍ତି ଫାଇନାନ୍ସ କମ୍ପାନୀ କର୍ତ୍ତୃପକ୍ଷ । ହେଲେ ନା‌ ଲୋନ ଟଙ୍କା କିଏ ପାଇଛନ୍ତି ନା ମୋବାଇଲ ନେଇଛନ୍ତି ଫାଇନାନ୍ସରେ । ପୂଜା ମାହୋଲରେ ସେଲ ଓ କଲେକ୍ସନର ଟାର୍ଗେଟ ଭିତରେ ପେଶି ହୋଇ ଏଭଳି ଠକ ବାଟ ଆପଣାଇଛନ୍ତି ତଳିଆ ଫାଇନାନ୍ସ କର୍ମଚାରୀ । ହେଲେ ଲୋନ ଆପ୍ରୁଭାଲ ଦେଇଛନ୍ତି ବଡ଼ ବଡ଼ ପଦବୀରେ ବସିଥିବା ଟପ୍ କର୍ମଚାରୀ । ଏବେ ତଳେ କର୍ମଚାରୀ ବନ୍ଧା ହୋଇସାରିଥିବା ବେଳେ ବଡ ବଡିଆଙ୍କ କେବେ ପାଳି । କାରଣ କମ୍ପାନୀର‌ ବଡ କର୍ମଚାରୀଙ୍କର ଟାର୍ଗେଟ ପୂରଣ ପାଇଁ ଏଭଳି ଫାଇନାନ୍ସ କମ୍ପାନୀର ତଳ କର୍ମଚାରୀ ଯାହାକୁ ନାହିଁ ତାକୁ ଲୋନ ଦେଇଛନ୍ତି ।

ଏହା ବି ପଢନ୍ତୁ- ଟାର୍ଗେଟ ପୂରଣ ପାଇଁ ନୀରିହଙ୍କୁ ଫସାଇଲେ ଏଜେଣ୍ଟ, ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ

ହେଲେ ବସ୍ତିର ଥଇଥାନ ହୋଇଥିବା ଲୋକଙ୍କୁ ସ୍ଥାୟୀ ଠିକଣା ନଥିବା ସତ୍ତ୍ବେ ଫାଇନାନ୍ସ ଲୋନ ଆପ୍ରୁଭାଲ ଦିଆଯାଇଛି । ଅର୍ଥ ସୁଝିବା ପାଇଁ ଆର୍ଥିକ ଅସମର୍ଥ ଜାଣି ବି ସେମାନଙ୍କୁ ଲୋନ ଧରାଇ ଦିଆଗଲା । କିଛି ଡକ୍ୟୁମେଣ୍ଟକୁ ଜାଲ କରି ଲଗ ଇନ୍ କରି ସେହି ଲୋକଙ୍କ ନାଁରେ ଲୋନ ଆପ୍ରୁଭାଲ କରି ନେଇ ଟଙ୍କା ସବୁ ନିଜେ ନେଇ ନିରୀହ ବସ୍ତି ବାସିନ୍ଦାଙ୍କୁ ଠକିଛନ୍ତି । ୩୫ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ଫାଇନାନ୍ସ ଜାଲିଆତି ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ଏସବୁ ଲୋନ ଆପ୍ରୁଭାଲ ପାଇଁ ଲଗ ଇନ୍ କରାଯାଇଥିବା ଲୋନ ଡକ୍ୟୁମେଣ୍ଟରେ ଯେଉଁ ଦୋକାନ ଠାରୁ କଷ୍ଟମର ଲୋନ ଆପ୍ରୁଭାଲ ନେଇଛି ତା ସହିତ କେଉଁ ଦଲାଲ ସାମିଲ ଅଛନ୍ତି ?

ଦୋକାନୀଙ୍କର ମୁନାଫା କେତେ ନେଇ ଫାଇନାନ୍ସ କର୍ମଚାରୀଙ୍କୁ କେତେ ଓ ଦଲାଲ କେତେ ଭାଗ ଖାଇଛନ୍ତି ତାର ସିଧା ସିଧା ଲିଙ୍କ ଧୀରେ ଧୀରେ ପଦାକୁ ଆସୁଛି । ଏହି ଘଟଣାରେ ଗତ ନଭେମ୍ବର ୧ତାରିଖରେ ପୋଲିସ ଦଲାଲ ରାଜା ନାୟକକୁ ଗିରଫ କରିସାରିଥିବା ବେଳେ ଅନ୍ୟତମ ଫାଇନାନ୍ସ କର୍ମଚାରୀ ଅଭିନାଶ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିସାରିଛି । ହେଲେ ଏହା ପଛର ମାଷ୍ଟର ମାଇଣ୍ଡ ଫାଇନାନ୍ସ କମ୍ପାନୀର ଟପ ମୋଷ୍ଟ କର୍ମଚାରୀ ଓ କିଛି ମୋବାଇଲ ଦୋକାନୀ ଯେଉଁମାନେ ଏଭଳି କାରବାର କରିଛନ୍ତି ସେମାନଙ୍କ ସମ୍ପୃକ୍ତି ପୋଲିସ ଜାଣି ବି ଅଣଦେଖା କରିଛି ।

ହେଲେ ଏବେ ନିରୀହ ଲୋକ ଯେଉଁମାନଙ୍କୁ ବ୍ୟବହାର କରି ଏଭଳି ଲୋନ ନେଇ ଜାଲିଆତି କରିଛନ୍ତି ସେମାନଙ୍କ ପାଇଁ ଏବେ କମ୍ପାନୀ କର୍ତ୍ତୃପକ୍ଷ ଗୋଟିଏ ପରେ‌ ଗୋଟିଏ ଇଏମଆଇ ପଠାଇ ଚାଲିଛନ୍ତି । ଫଳରେ ଲୋନ ପୈଠର ଚାପ ବଢିଛି । ନା ଲୋନ ଟଙ୍କା ନେଇଛନ୍ତି ନା ଲୋନ ହୋଇଥିବା ମୋବାଇଲ ବି ପାଇଛନ୍ତି । ହେଲେ ଲୋନ ଟଙ୍କା ତାଙ୍କ ନାଁରେ ଆସୁଥିବା ଫାଇନାନ୍ସ କମ୍ପାନୀର ଧମକ ଲୋକଙ୍କୁ ଦିନ ରାତି ଡରାଉଛି । ଏଭଳି ବଡ଼ ଧରଣର ଲୋନ ଜାଲିଆତି କରି କେଉଁମାନେ ଠକିଛନ୍ତି ସେମାନଙ୍କ ଗୁମର କେବେ ଫିଟାଇବ ପୋଲିସ ? ନା କର୍ପୋରେଟ ଓ ବ୍ୟବସାୟୀଙ୍କ ଲବିରେ ମ୍ୟାନେଜ ହୋଇଯିବ ପୋଲିସ ସେ ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 23, 2023, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.