ETV Bharat / state

Weather Update: ସକ୍ରିୟ ମୌସୁମୀର ନିମ୍ନ ଚାପରେଖା, ୧୮ରୁ ବଢିବ ବର୍ଷା ପରିମାଣ - ପାଣିପାଗ ଅପଡେଟ

ରାଜ୍ୟରେ ନିମ୍ନ ଚାପରେଖା ତଳେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୧୮ ତାରିଖରୁ ବଢିବ ବର୍ଷାର ପରିଣାମ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 16, 2023, 7:20 PM IST

୧୮ରୁ ବଢିବ ବର୍ଷା ପରିମାଣ

ଭୁବନେଶ୍ବର: ରାଜ୍ୟରେ କମିଛି ବର୍ଷାର ପରିମାଣ । ଲଘୁଚାପର ପ୍ରଭାବ ନଥିବା ବେଳେ କେବଳ ମୌସୁମୀର ନିମ୍ନ ଚାପରେଖା ସକ୍ରିୟ ରହିଛି । ତେଣୁ ବର୍ତ୍ତମାନ ପାଇଁ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ କିଛି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳ ସହ ଦକ୍ଷିଣର ଓଡ଼ିଶାର କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣର ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟରେ କୌଣସି ସତର୍କ ସୂଚନା ନାହିଁ । ଅନ୍ୟପଟେ ବାୟୁ ଚଳାଚଳର ପରିବର୍ତ୍ତନକୁ ନେଇ ଆସନ୍ତା ୧୮ ତାରିଖରୁ ପୁଣି ବଢିବ ବର୍ଷା । ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ବର୍ଷା ସହ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶା ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ରାଜ୍ୟରେ ଆଜିଠୁ କମିବ ବର୍ଷା, 24 ଘଣ୍ଟା ପାଇଁ 5 ଜିଲ୍ଲାକୁ ୟେଲୋ ଆଲର୍ଟ

ସେହିପରି ୧୯ ତାରିଖରେ ବିଜୁଳି ଘଡ଼ଘଡ଼ି ବର୍ଷା ଜାରି ରହିବ । ଏହାସହ ୨୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ସହ ବିସ୍ତୃତି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତରରୁ ଦକ୍ଷିଣ ଯାଏଁ ଭାରି ବର୍ଷାରେ ଭିଜିବ ଓଡ଼ିଶା । ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ୩. ୬ ମିମି ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୫୩ ପ୍ରତିଶତ କମ ରହିଛି । ସର୍ବାଧିକ ୪୮.୮ ମିମି ବର୍ଷା ନୟାଗଡ଼ର ବାରମୁଳଠାରେ ରେକର୍ଡ ହୋଇଛି ।

ସେପଟେ ଚଳିତ ମୌସୁମୀରେ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୦୧୨.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୫୪ ପ୍ରତିଶତ ଅଧିକ ରହିଛି । ୨ ଜିଲ୍ଲା ଝାରସୁଗୁଡା ଓ ବୌଦ୍ଧରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏବେ ବି ୪ ଜିଲ୍ଲା କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ସହ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.