ETV Bharat / state

ସଜେଇ ହଉଛି ଡାକୋଟା, ବିମାନବନ୍ଦରରେ ପ୍ରବାଦ ପୁରୁଷଙ୍କ ବୀରତ୍ବର କାହାଣୀ କହିବ ଡାକୋଟା

author img

By

Published : Mar 1, 2023, 10:38 PM IST

ସଜେଇ ହଉଛି ଡାକୋଟା । ବିମାନବନ୍ଦର ରେ ପ୍ରବାଦ ପୁରୁଷଙ୍କ ବୀରତ୍ବର କାହାଣୀ କହିବ ଡାକୋଟା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୧ ସମ୍ପୂର୍ଣ ଭାବରେ ସଜେଇ ହୋଇଛି। ଅଧିକ ପଢ଼ନ୍ତୁ

ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଚାଲିଛି ମରାମତି

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୧ ସମ୍ପୂର୍ଣ ଭାବରେ ସଜେଇ ହୋଇଛି । ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ଚାଲିଛି ମରାମତି । ବିମାନବନ୍ଦର ରେ ପ୍ରବାଦ ପୁରୁଷଙ୍କ ବୀରତ୍ବର କାହାଣୀ କହିବ ଡାକୋଟା । ଟର୍ମିନାଲ ୧ ସମ୍ମୁଖ ଭାଗରେ ରହିଛି ଡାକୋଟାର ପ୍ରୋପେଲର୍ ବେସ୍‌ । ଏଠାରେ ଖଞ୍ଜାଯିବ ଫ୍ୟୁଜ୍ ଲସ୍। ଯେଉଁଥିରେ କଳିଙ୍ଗ ଏୟାରଲାଇନ୍ସର ଲୋଗୋ ରହିଛି । ଡାକୋଟାର ୱିଙ୍ଗ୍ସ୍ ଦୁଇଟିକୁ ବିମାନବନ୍ଦର ହ୍ୟାଙ୍ଗରରୁ ଅଣାଯାଇଛି । ଏହା ପରେ ଇଣ୍ଟେରିୟର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଟେକ୍ନିସିଆନ୍‌ ।

ଡାକୋଟାକୁ ପୂର୍ଣ୍ଣ ରୂପରେ ଠିଆ କରିବାକୁ ଭୁବନେଶ୍ବର ସ୍ଥିତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ସେଣ୍ଟରର ଇଞ୍ଜିନିୟର କାମରେ ଲାଗିଛନ୍ତି । ସମସ୍ତ କାର୍ଯ୍ୟ ସରିଲା ପରେ ମାର୍ଚ୍ଚ ୫ ତାରିଖ ଦିନ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିରେ ଡାକୋଟାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମିଲିଟାରୀ ବିମାନର ଇଞ୍ଜିନ କ୍ଷମତା ୧୮୩୦ ଏଚପିରୁ ଅଧିକ ରହିଛି। କୋଲକାତାରୁ ଅଣାଯିବା ପରେ ବିମାନର କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଛନ୍ତି ଟେକ୍ନିସିଆନ୍‌ । ତେଣୁ ସମ୍ପୂର୍ଣ ଭାବରେ ଅରିଜିନାଲ ଲୁକ୍ ଦେବା ପାଇଁ ବିଦେଶରୁ କିଛି ସ୍ପେୟାର୍ ପାର୍ଟସ୍ ମଗାଇବାକୁ ପଡ଼ିଛି ।

ଆଲୁମିନିୟମରେ ନିର୍ମିତ ଏହି ବିମାନର ଡେଣାକୁ ସଂଯୋଗ କରୁଥିବା ସ୍ଥାନରେ କଳଙ୍କି ନ ଲାଗିବା ପାଇଁ ଏକ ସ୍ବତନ୍ତ୍ର ପ୍ରାଇମର ରଙ୍ଗ ଦିଆଯାଇଛି । ଯାହା ୮୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର ଦେବ। ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଏହି ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ। ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । ତା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.