ETV Bharat / state

Tejas Rajdhani Express: ସମ୍ବଲପୁର ମାର୍ଗରେ ନିୟମିତ ଚାଲିଲା ତେଜସ ରାଜଧାନୀ ଏକ୍ସପ୍ରେସ

author img

By

Published : Aug 19, 2023, 9:27 PM IST

ଏଣିକି ତେଜସ ରାଜଧାନୀ ଏକ୍ସପ୍ରେସ ସମ୍ବଲପୁର ମାର୍ଗ ଦେଇ ଚଳାଚଳ କରିବ । ଏହି ଏକ୍ସପ୍ରେସ ଟ୍ରେନରେ ଆଧୁନିକ ସୁବିଧା ସୁଯୋଗ ବ୍ୟବସ୍ଥା ହୋଇଛି । ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ମାନଙ୍କରେ ମଧ୍ୟ ପର୍ଯ୍ୟାୟ କ୍ରମେ ତେଜସ ରେକ ସଂଯୋଗ ହେବ । ଅଧିକ ପଢନ୍ତୁ

ସମ୍ବଲପୁର ମାର୍ଗରେ ନିୟମିତ ଚାଲିଲା ତେଜସ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ବର: ଉନ୍ନତ ପ୍ରଯୁକ୍ତିରେ ନିର୍ମିତ ତେଜସ କୋଚ ସହ ଆଜି ଠାରୁ ନିୟମିତ ଚଳାଚଳ କରିଛି ଭୁବନେଶ୍ବର ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ। ରାଜଧାନୀ ଏକ୍ସପ୍ରେସର ନାମ ପରିବର୍ତ୍ତନ ମଧ୍ୟ ହୋଇଛି । ଆଜି ଠାରୁ ଏହା ତେଜସ ରାଜଧାନୀ ଏକ୍ସପ୍ରେସ ନାମରେ ନାମିତ ହୋଇଛି ।

ଏଣିକି ତେଜସ ରାଜଧାନୀ ଏକ୍ସପ୍ରେସ ସମ୍ବଲପୁର ମାର୍ଗ ଦେଇ ଚଳାଚଳ କରିବ । ଏହି ଏକ୍ସପ୍ରେସ ଟ୍ରେନରେ ଆଧୁନିକ ସୁବିଧା ସୁଯୋଗ ବ୍ୟବସ୍ଥା ହୋଇଛି । ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ମାନଙ୍କରେ ମଧ୍ୟ ପର୍ଯ୍ୟାୟ କ୍ରମେ ତେଜସ ରେକ ସଂଯୋଗ ହେବ ।

ଏହାବି ପଢନ୍ତୁ- ରାଜଧାନୀ ଏକ୍ସପ୍ରେସରେ ତେଜସ ରେକ୍‌, ମିଳିବ ଅନେକ ଅତ୍ୟାଧୁନିକ ସୁବିଧା

ଗତ 14 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବର ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ଏହି ଟ୍ରେନର ନିୟମିତ ସେବା ଆଜିଠାରୁ ସମ୍ବଲପୁର ସିଟି ଏବଂ ରାଉରକେଲା ମାର୍ଗ ଦେଇ ଆରମ୍ଭ ହୋଇଛି। ତେଜସ ରାଜଧାନୀ ଏକ୍ସପ୍ରେସ ଘଣ୍ଟା ପ୍ରତି 130 ରୁ 200 କିଲୋମିଟର ବେଗରେ ଗତି କରିବ। ଏଥିରେ ସ୍ବୟଂଚାଳିତ ଡୋର (ଅଟୋମେଟିକ ଏଣ୍ଟ୍ରାନ୍ସ ପ୍ଲଗ୍‌ ଟାଇପ ଡୋର) ରହିଛି। ସମସ୍ତ କୋଚ ରେ ସିଟ ଗୁଡ଼ିକ ଆରାମଦାୟକ (ଇ-ଲେଦର ଅପହୋଲଷ୍ଟ୍ରେ) ରହିଛି।

ଟ୍ରେନରେ ୯ଟି ବାୟୋ ଭ୍ୟାକ୍ୟୁମ ଟଏଲେଟ ରହିଛି। ଅନ୍ୟ ସମସ୍ତ କୋଚରେ ଥିବା ଟଏଲେଟ ଗୁଡିକରେ ସାଧାରଣ ଫ୍ଲସିଂ ବ୍ୟବସ୍ଥା ରଖାଯାଇଛି। ଟ୍ରେନରେ ସୂଚନା ମିଳିବା ସହିତ ମନୋରଞ୍ଜନର ସମସ୍ତ ବ୍ୟବସ୍ଥା କରାଯାଇଛି । ପାସେଞ୍ଜର ଇନଫରମେସନ ସିଷ୍ଟମ ଆଣ୍ଡ ଡିଜିଟାଲ ଡେଷ୍ଟିନେସନ ବୋର୍ଡ ରହିଛି। ଯାହା ଏକ ଷ୍ଟେସନ ଆସିଲେ ଯାତ୍ରୀମାନଙ୍କୁ ସୂଚନା ଦେବାରେ ସହାୟକ ହେବ। ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ ପାସେଞ୍ଜର ରିଜରଭେସନ ଚାଟ ରହିବ। ଚେୟାରର ପଛ ପଟେ ଏଲସିଡି ଲାଇଟ ରହିଛି । ୱାଇ-ଫାଇ ର ସୁବିଧା ମଧ୍ୟ ରଖାଯାଇଛି। ଫାୟାର ଓ ସ୍ମୋକ ଡିଟେକ୍ସନ ସିଷ୍ଟମ ମଧ୍ୟ ରଖାଯାଇଛି। ଅଗ୍ନି ନିରାପତ୍ତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି କ୍ୟାମେରା ରେ ସମ୍ପୂର୍ଣ୍ଣ କୋଚ ରହିଛି। ଅତ୍ୟାଧୁନିକ ଇଣ୍ଟିରିୟର ଡିଜାଇନ କରାଯାଇଛି। ସ୍ମାର୍ଟ ୱିଣ୍ଡୋ ଓ ଅଟୋମେଟିକ ଭେନେଟିଆନ ବ୍ଲିଣ୍ଡସ ରହିଛି । ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବି ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଟ୍ରେନର ପ୍ରତି କୋଣ ଅନୁକୋଣରେ ଏସି ପବନ ପହଞ୍ଚିବାର ସୁବିଧା ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.