ETV Bharat / state

ଉଡାନ ସ୍କିମରେ ରାଉରକେଲାକୁ ଆରମ୍ଭ ହୋଇଛି ନିୟମିତ ବିମାନ ସେବା

ଉଡାନ ସ୍କିମ ଅଧୀନରେ ଆଜିଠାରୁ ରାଉରକେଲାକୁ ଆରମ୍ଭ ହୋଇଛି ନିୟମିତ ବିମାନ ଉଡାଣ ସେବା । ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଆଜିଠାରୁ ନିୟମିତ ଭାବରେ ଉଡାଣ ଆରମ୍ଭ କଲା ବିମାନ। ଅଧିକ ପଢନ୍ତୁ

author img

By

Published : Jan 12, 2023, 7:25 PM IST

regular flight service
regular flight service
ରାଉରକେଲାକୁ ଆରମ୍ଭ ହୋଇଛି ନିୟମିତ ବିମାନ ସେବା

ଭୁବନେଶ୍ବର: ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଆଜିଠାରୁ ନିୟମିତ ଭାବରେ ଉଡିଲା ବିମାନ। ଓଡ଼ିଶାରେ ଚତୁର୍ଥ ସ୍ଥାନ ଭାବରେ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ରାଉରକେଲା ସହିତ ବିମାନ ଯୋଗେ ସଂଯୋଗ କରିବା ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ରହି ଆସିଥିଲା । ତେବେ ଭୁବନେଶ୍ୱର, ଜୟପୁର ଓ ଝାରସୁଗୁଡା ପରେ ଏବେ ରାଉରକେଲା ସହର ବିମାନ ସେବାରେ ଯୋଡି ହୋଇଛି। ଉଡାନ ସ୍କିମ୍‌ ଅଧୀନରେ ଆଜିଠାରୁ ରାଉରକେଲାକୁ ଆରମ୍ଭ ହୋଇଛି ନିୟମିତ ବିମାନ ଉଡାଣ ।

ତେବେ ଏହାପୂର୍ବରୁ ଜାନୁଆରୀ 7 ତାରିଖରୁ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ ହୋଇଥିଲା । ଆଜିଠାରୁ ନିୟମିତ ଉଡାଣ ଆରମ୍ଭ କରିବାକୁ ଥିବା ଆଲିଆନ୍ସ ଏୟାର ଦ୍ଵାରା ପରିଚାଳିତ ଏହି 72 ସିଟର ବିମାନ ପ୍ରତିଦିନ ଅପରାହ୍ନ 2ଟା 55ରେ ଭୁବନେଶ୍ବରରୁ ଛାଡ଼ିବ ଓ ରାଉରକେଲାରେ 3ଟା 50ରେ ପହଞ୍ଚିବ। ପୁନର୍ବାର ଏହା ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା 2803 ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା 2721 ଟଙ୍କା ରହିଛି ।

ଏହାସହିତ ହକି ବିଶ୍ୱକପ୍ ଲାଗି ରାଜ୍ୟ ସରକାର ଭଡ଼ାରେ ଆଣିଥିବା ଆଲିଆନ୍ସ ଏୟାରର ଚାର୍ଟର ଫ୍ଲାଇଟ୍‌ ATR -72 ଭୁବନେଶ୍ଵରରୁ ରାଉରକେଲା ଚଳାଚଳ କରୁଛି । ଏହି ଚାର୍ଟର ଫ୍ଲାଇଟରେ 7 ତାରିଖରୁ ଖେଳାଳି ଯିବା ଆସିବା କରୁଛନ୍ତି । ସେହିପରି ହକି ବିଶ୍ୱକପ୍ ଲାଗି ରାଜ୍ୟ ସରକାର ଏୟାର ଏସିଆର ଏକ ଏୟାର ବସ 320 ମଧ୍ୟ ଭଡ଼ାରେ ଆଣିଛନ୍ତି । ଯାହାକି ଭୁବନେଶ୍ଵରରୁ ଝାରସୁଗୁଡା ମଧ୍ୟରେ କାର୍ଗୋ ବା ବ୍ୟାଗେଜ ପରିବହନ ପାଇଁ ବ୍ୟବହାର ହେଉଛି । ସଡ଼କ ପଥରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ହକି ବିଶ୍ୱକପ ପାଇଁ ବିଦେଶରୁ 14ଟି ଟିମ୍‌ ଭାଗ ନେବାକୁ ଓଡ଼ିଶାକୁ ଆସିଛନ୍ତି । ଭୁବନେଶ୍ୱର ଓ ରାଉଲକେଲାରେ ହକି ବିଶ୍ୱ କପ୍‌ ଖେଳାଯିବ ।

ଭୁବନେଶ୍ୱରରୁ ରାଉରକେଲା ସହିତ ବିମାନ ଯୋଗେ ସଂଯୋଗ କରିବା ଓଡିଶାବାସୀଙ୍କ ଦୀର୍ଘ ଦିନର ଦାବି ରହିଆସିଥିଲା । IRCS ଯୋଜନା ଅନ୍ତର୍ଗତ ଆଲିଆନ୍ସ ଏୟାରକୁ ଏହି ମାର୍ଗ ପ୍ରଦାନ କରାଯାଇଥିଲା । ଯଦିଓ ଏବେ ପ୍ରାରମ୍ଭିକ ସେବା ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ରହିଛି, ତେବେ କୋଲକାତା ପର୍ଯ୍ୟନ୍ତ ଆଲାଇନ୍ସ ଏୟାର ପାଇଁ ସ୍ଲଟ୍ ଆବଣ୍ଟନ କରାଯାଇଛି । ହକି ବିଶ୍ୱକପ ପରେ ଏହା ସଂପ୍ରସାରଣ ହୋଇପାରେ। ଏହି ବିମାନ ରାଉରକେଲାରୁ କୋଲକାତାକୁ ମଧ୍ୟ ସେବା ଦେଇପାରେ ବୋଲି କହିଛନ୍ତି ଭୁବନେଶ୍ଵର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

ସୂଚନା ଅନୁଯାୟୀ, ଜାନୁଆରୀ 7 ତାରିଖରେ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ, ଭୁବନେଶ୍ଵର ସାଂସଦ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସି ମାଧ୍ୟମରେ ଯୋଡ଼ି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.