ETV Bharat / state

ଏବର୍ଷ ବିଜୟା ଦଶମୀରେ ଜଳିଲା ରାବଣର କୁଶପୁତ୍ତଳିକା

author img

By

Published : Oct 26, 2020, 10:39 PM IST

ଖୋର୍ଦ୍ଧା ଜିଲ୍ଲା ଜଟଣୀ କର୍ମ ମନ୍ଦିର ଦ୍ବାରା ସ୍ଥାନୀୟ ଯାତ୍ରା ପଡ଼ିଆରେ ପ୍ରତିବର୍ଷ ଏହି ବିଜୟା ଦଶମୀରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ମାତ୍ର କୋରୋନା ଯୋଗୁଁ ଏହି ପରମ୍ପରାରେ ବ୍ୟତିକ୍ରମ ଦେଖାଯାଇଛି ।

ରାବଣପୋଡି ଉତ୍ସବ
ରାବଣପୋଡି ଉତ୍ସବ

ଖୋର୍ଦ୍ଧା: ଆଜି(ସୋମବାର) ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଓ ଅଧର୍ମର ବିନାଶ ପାଇଁ ପ୍ରଭୁ ଶ୍ରୀରାମ ଅହଂକାରୀ ରାବଣକୁ ବଧ କରିଥିଲେ । ପ୍ରତିବର୍ଷ ଏହି ବିଜୟା ଦଶମୀରେ ରାବଣପୋଡି ଉତ୍ସବ ଖୋର୍ଦ୍ଧା ଜିଲ୍ଲା ଜଟଣୀ କର୍ମ ମନ୍ଦିର ଦ୍ବାରା ସ୍ଥାନୀୟ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥାଏ ।

କିନ୍ତୁ ଚଳିତବର୍ଷ କୋରୋନା କଟକଣା ପାଇଁ ବିନା ଭକ୍ତରେ "ମା ଦୁର୍ଗେ ଦୁର୍ଗତି ନାଶିନୀ"ଙ୍କର ରୀତିନୀତି ଅନୁଯାୟୀ ପୂଜା ପାଳନ ପୂର୍ବକ ରାବଣପୋଡି ଉତ୍ସବ ପାଳନ କରାଯାଇଅଛି। ମାତ୍ର କୋରୋନା ଯୋଗୁଁ ଏହି ପରମ୍ପରାରେ ବ୍ୟତିକ୍ରମ ଦେଖାଯାଇଛି ।

ପ୍ରତିବର୍ଷ ଭଳି ୪୦ଫୁଟର ରାବଣକୁ ଦହନ କରାଯିବା ପରିବର୍ତ୍ତେ ପ୍ରତୀକାତ୍ମକ ରୂପେ ରାବଣର କୁଶପୁତ୍ତଳିକାକୁ ଦାହ କରାଯାଇଅଛି। ତାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା, ଅଭିନନ୍ଦନ, ଆତଶବାଜି ଓ ଜନସମାଗମକୁ ବାଦ ଦେଇ କୋଭିଡ-୧୯ର ସମସ୍ତ ସରକାରୀ ନିୟମକୁ ପାଳନ ପୂର୍ବକ ଅତ୍ୟନ୍ତ ନିରାଡ଼ମ୍ବର ରୂପେ କାର୍ଯ୍ୟକ୍ରମକୁ ପାଳନ କରାଯାଇଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.