ETV Bharat / state

IAS Reshuffle: ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ । ଅଧିକ ପଢନ୍ତୁ

ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
author img

By

Published : Apr 29, 2023, 10:36 PM IST

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ପ୍ରଶାସକ ରଞ୍ଜନ ଦାସ ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବଙ୍କ ବଦଳରେ ରଞ୍ଜନ ଦାସଙ୍କୁ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ । ତାଙ୍କ ସ୍ଥାନରେ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ରଞ୍ଜନ ଦାସ । ଆଗକୁ ରଥଯାତ୍ରା ଆସୁଛି । ଏହା ସହ ଶ୍ରୀମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି ।

ଏହାବି ପଢନ୍ତୁ- JEE Main Result Out: ଓଡ଼ିଶାର ଟପ୍ପର ହେଲେ ପ୍ରିୟଙ୍କା ସର

ରାଜ୍ୟର ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ କାର୍ଯ୍ୟ ପୂର୍ତ୍ତ ବିଭାଗ ତୁଲାଉଛି । ତାହାର ତଦାରଖ ସେ କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ସରକାର ଏହି ପ୍ରକଳ୍ପ ତୁରନ୍ତ ସାରିବାକୁ ଯୋଜନା ରଖିଛନ୍ତି । ପୂର୍ତ୍ତ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ଶ୍ରୀମନ୍ଦିର ଦାୟିତ୍ୱ ବୀର ବିକ୍ରମ ଯାଦବଙ୍କ ଲାଗି ଚାପ ସୃଷ୍ଟି କରୁଥିଲା । ତେଣୁ ଶ୍ରୀମନ୍ଦିର ଦାୟିତ୍ୱ ରଞ୍ଜନ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ରଥଯାତ୍ରା ସମ୍ପୂର୍ଣ୍ଣ କରିବା ବର୍ତ୍ତମାନ ରଞ୍ଜନଙ୍କ କାନ୍ଧରେ ଦିଆଯାଇଛି ।

ସେହିପରି ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ଦାଇତ୍ୱ ତୁଲାଇବେ । ସେ ଓଡ଼ିଶା ପରିବାରର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ ।

ସେହିଭଳି ରାଜ୍ୟ ସରକାର ବରିଷ୍ଠ ଆଇପିଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି । ସେ ଏସସିଆରବି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ସ୍ୱତନ୍ତ୍ର ପୁଲିସ ଡିଜି (କମ୍ୟୁନିକେସନ) ଅରୁଣ କୁମାର ରୟଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ସେହିପରି ସ୍ୱତନ୍ତ୍ର ଡିଜିପି, ଏଚଆରପିସି ଏସ. ଏମ ନରଭାଣେଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.