ଖୋର୍ଦ୍ଧା: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଜିଲ୍ଲା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିବା ବେଳେ ଆଜି ପବିତ୍ର ରାମନବମୀ ଅବସରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ମନ୍ଦିର ଭକ୍ତ ଶୂନ୍ୟ ହୋଇଥିବା ବେଳେ କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ରାମନବମୀ ପର୍ବ ଫିକା ପଡିଥିବା ବେଳେ ମନ୍ଦିର ଖାଁ ଖାଁ ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ