ETV Bharat / state

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଚଳଚଞ୍ଚଳ ଜଟଣୀର ହୋଲସେଲ ରାକ୍ଷୀ ବଜାର - ଜଟଣୀର ହୋଲସେଲ ରାକ୍ଷୀ ବଜାର

ପାଖେଇ ଆସୁଛି ଭାଇ ଭାଉଣଙ୍କ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଅଧିକ ପଢ଼ନ୍ତୁ

wholesale rakhi bazar in khurda jatani
ଚଳଚଞ୍ଚଳ ଜଟଣୀର ହୋଲସେଲ ରାକ୍ଷୀ ବଜାର
author img

By

Published : Jul 27, 2022, 9:59 AM IST

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ଏକ ପବିତ୍ର ଦିନ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଭଳିକି ଭଳି ରଙ୍ଗୀନ ରେଶମୀ ସୁତାର ରାକ୍ଷୀରେ ଝଲସୁଛି ରାକ୍ଷୀ ବଜାର ।

ଚଳଚଞ୍ଚଳ ଜଟଣୀର ହୋଲସେଲ ରାକ୍ଷୀ ବଜାର

ଚଳିତବର୍ଷ ଜଟଣୀ ସ୍ଥିତ ହୋଲସେଲ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଛି । ଯେପରିକି ଷ୍ଟୋନରାକ୍ଷୀ, ଧାନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ଟେଡି ରାକ୍ଷୀ,ବ୍ରେସଲେଟ ରାକ୍ଷୀ ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ସେହିଭଳି ବଜାରକୁ କମ ରାକ୍ଷୀ ଆସିଥିବା ବେଳେ ଗ୍ରାହକଙ୍କ ଚାହିଦା ଅଧିକ ରହିଥିବା ବ୍ୟବସାୟୀମାନେ କହିଛନ୍ତି । ଦୀର୍ଘ ଦୁଇବର୍ଷ କୋରୋନା କଟକଣା କୋହଳ ପରେ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି ।

ଏହି ବଜାରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଖୁଚୁରା ବ୍ୟବସାୟୀ ଓ ଗ୍ରାହକ ଆସିଥାନ୍ତି ଏବଂ ନିଜ ମନପସନ୍ଦର ରାକ୍ଷୀ କମ ଦରରେ ନିଅନ୍ତି । ବିଶେଷକରି ପୁରୀ,କଟକ,ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ,ନୟାଗଡ଼ ଆଦି ଅନେକ ସ୍ଥାନରୁ ଖୁଚୁରା ବ୍ୟବସାୟୀମାନେ ଆସି ରାକ୍ଷୀ ନେଇଥାନ୍ତି । ଏଥର ରାକ୍ଷୀର ଅଧିକା ଚାହିଦା ରହିଥିବାରୁ ଭଲ ବ୍ୟବସାୟ ନେଇ ଉଭୟ ହୋଲସେଲ ଓ ଖୁଚୁରା ବ୍ୟବସାୟୀ ଆଶା ରଖିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.