ETV Bharat / state

କୋରୋନା ପାଇଁ ଫିକା ରଜ ମଉଜ, ଖୋର୍ଦ୍ଧାରେ 144 ଧାରା ଜାରି - ଖୋର୍ଦ୍ଧାରେ ଧାରା 144

ଆସୁଛି ଗଣପର୍ବ ରଜ ଉତ୍ସବ । ହେଲେ କୋରୋନା ମାଡରେ ଫିକା ପଡିଛି ଚଳିତ ବର୍ଷର ରଜ ମଉଜ । ଏନେଇ ଖୋର୍ଦ୍ଧା ଉପଖଣ୍ଡରେ ଆସନ୍ତା 20 ତାରିଖ ଯାଏଁ ଜାରି ହୋଇଛି ଧାରା 144 । ଅଧିକ ପଢନ୍ତୁ...

corona update, coronavirus news, corona hits raja festival, article 144 imposed in khurdha, khurdha latest news, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ରଜକୁ କୋରୋନା ମାଡ, ଖୋର୍ଦ୍ଧାରେ ଧାରା 144, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌
କୋରୋନା ପାଇଁ ଫିକା ରଜ ମଉଜ, ଖୋର୍ଦ୍ଧାରେ 144 ଧାରା ଜାରି
author img

By

Published : Jun 12, 2020, 4:57 PM IST

ଖୋର୍ଦ୍ଧା: ଆଉ ଦୁଇ ଦିନ ପରେ ସାରା ରାଜ୍ୟରେ ଘରେ ଘରେ ପାଳନ ହେବ ଗଣପର୍ବ ରଜ । ଝିଅଙ୍କ ପାଇଁ ଉଦ୍ଦିଷ୍ଟ ଏହି ପର୍ବରେ ସାମୂହିକ କାର୍ଯ୍ୟକ୍ରମ ଓ ପିଠାପଣାର ଆସର ଜମୁଥିବା ବେଳେ ଚଳିତବର୍ଷ କୋରୋନା ମାଡରେ ଫିକା ପଡିବ ରଜ ମଉଜ । ଏନେଇ ଶୁକ୍ରବାର ଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡରେ 144 ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି ।

corona update, coronavirus news, corona hits raja festival, article 144 imposed in khurdha, khurdha latest news, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ରଜକୁ କୋରୋନା ମାଡ, ଖୋର୍ଦ୍ଧାରେ ଧାରା 144, ଖୋର୍ଦ୍ଧା ଲାଟେଷ୍ଟ ନ୍ୟୁଜ୍‌
କୋରୋନା ପାଇଁ ଫିକା ରଜ ମଉଜ, ଖୋର୍ଦ୍ଧାରେ 144 ଧାରା ଜାରି

ଏହି ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଖୋର୍ଦ୍ଧା, ବେଗୁନିଆ, ବୋଲଗଡ, ଚିଲିକା ଓ ବାଣପୁର ଅଞ୍ଚଳରେ କୌଣସି ରଜ ଉତ୍ସବ ଆୟୋଜନ କରିହେବ ନାହିଁ । ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତ ସଂଖ୍ୟାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଉପଜିଲ୍ଲାପାଳ । ତେବେ ଆଗକୁ ଗୋଷ୍ଠୀ ସଂକ୍ରମଣର ଭୟକୁ ଏଡାଇବା ପାଇଁ ଏହି ପଦକ୍ଷେପ ଅତି ଜରୁରୀ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.