ଭୁବନେଶ୍ବର: ରାଜ୍ୟରୁ ଅପସାରଣ କରିବ ବା ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ତିନିଦିନ ମଧ୍ୟରେ ଅନୁକୂଳ ପାଗକୁ ନେଇ ଆଭ୍ୟନ୍ତରୀଣ ଓଡିଶାରୁ ଅପସାରଣ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟରେ ୫ ଦିନ ଯାଏ କୌଣସି ବର୍ଷାର ପ୍ରଭାବ ନାହିଁ । ଆଗାମୀ ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ କାଁଭାଁ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ। ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନଥିବା ବିଭାଗ କହିଛି ।
ଆସନ୍ତା ୨୪ ଘଣ୍ଟରେ ଉପକୂଳର ଓଡ଼ିଶାର କିଛି ଅଞ୍ଚଳ ଯେପରିକି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ରାୟଗଡା ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଅନ୍ୟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଅର୍ଥାତ 7 ଅକ୍ଟୋବରରେ ବର୍ଷା ଆହୁରି କମ ରହିବ । ଉପକୂଳ ଓଡିଶାର ମୟୂରଭଞ୍ଜ, ମାଲକାନଗିରି, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଅବଶିଷ୍ଟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
ଅକ୍ଟୋବର 8 ଏବଂ 9ରେ କୋଷ୍ଟାଲ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ରାୟଗଡା, କୋରାପୁଟ, ମୟୂରଭଞ୍ଜର, ମାଲକାନଗିରି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ନଥିବା ବିଭାଗ କହିଛି । ଭୁବନେଶ୍ବର, କଟକରେ 24 ଘଣ୍ଟାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ..Weather Update: ରାଜ୍ୟରେ କମିଛି ବର୍ଷା, ଆଗାମୀ ୫ ଦିନ ଯାଏ ନାହିଁ ସତର୍କ ସୂଚନା
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ରାଜ୍ୟରେ ସର୍ବାଧିକ ୨୦ ମିମି ବର୍ଷା ବାଲେଶ୍ୱର ଗୋବିନ୍ଦପୁରରେ ରେକର୍ଡ ହୋଇଛି । ତେବେ ଭୁବନେଶ୍ବରେ 24 ଘଣ୍ଟାରେ ଆକାଶରେ ବାଦଲ ରହିବା ହେଲେ ବର୍ଷା ହେବାର ସମ୍ଭାବନା ନାହିଁ । ଭୁବନେଶ୍ବରର ତାପମାତ୍ର 38 ଡିଗ୍ରୀ ପାଖାପାଖି ରହିବ ।
ଇଟିଭି ଭାରତ, ଭୁବନେଶ୍ବର