ETV Bharat / state

ବନ୍ଧା ହେଲେ ରେଳ କର୍ମଚାରୀ, ଲାଞ୍ଚ ନେବା ବେଳେ ଧରିଲା CBI - ଭୁବନେଶ୍ବର ଖବର

ବରିଷ୍ଠ ରେଳ ଅଧିକାରୀ ଗିରଫ । ଧରାପଡିଲେ ରେଲୱେର ପି ଓ୍ବେ ଇନିସପେକ୍ଟର । ଲାଞ୍ଚ ନେବା ବେଳେ ଧରିଲା ସିବିଆଇ। ଅଧିକ ପଢ଼ନ୍ତୁ

ବନ୍ଧା ହେଲେ ରେଳ କର୍ମଚାରୀ,ଲାଞ୍ଚ ନେବା ବେଳେ ଧରିଲା ସିବିଆଇ

author img

By

Published : Dec 8, 2022, 8:23 AM IST

ଭୁବନେଶ୍ବର: ବରିଷ୍ଠ ରେଳ ଅଧିକାରୀ ଗିରଫ । ଧରାପଡିଲେ ରେଲୱେର ପି ଓ୍ବେ ଇନିସପେକ୍ଟର । ଲାଞ୍ଚ ନେବା ବେଳେ ଧରିଲା ସିବିଆଇ । କଟକ ରଘୁନାଥପୁର‌ ରେଳଷ୍ଟେସନ ନିକଟରୁ ୮ହଜାର ଟଙ୍କା ଲାଞ୍ଚ ନେବାବେଳେ ଜଣେ ବରିଷ୍ଠ ରେଳ କର୍ମଚାରିଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ହେଲେ ବେଣୁ ଚରଣ ସାହୁ ବରିଷ୍ଠ ଅନୁରାଗ ଯନ୍ତ୍ରୀ ବା ସିନିୟର୍ ସେକ୍ସନ ଅଫିସର ।

ସୂଚନା ମୁତାବକ ରଘୁନାଥପୁର ପାରାଦ୍ବୀପ ରେଳଲାଇନ କଡ଼ରେ ଅନେକ ରେଲୱେ ଜମି ରହିଛି । ଯାହାକି ରେଳ ଟ୍ରାକ କଡ଼ରେ ରେଲୱେ ଅଧିକୃତ ଜମି । ଯାହାକୁ ଭବିଷ୍ୟତରେ ରେଲୱେ ଟ୍ରାକ ସମ୍ପ୍ରସାରଣ ବା ରେଲୱେ ଡେଭଲେପମେଣ୍ଟ ପ୍ରୋଜେକ୍ଟ ପାଇଁ ରଖାଯାଇଥାଏ । ଏହାକୁ ରେଲୱେ ଖୁଣ୍ଟ ଦ୍ଵାରା ଡିମାର୍କ କରାଯାଇଥାଏ । ଯାହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ପି ଓ୍ବେ ଇନିସପେକ୍ଟର ବା ସିନିୟର୍ ସେକ୍ସନ ଅଫିସର ଥାନ୍ତି ।

ତେବେ ସେ ସବୁ ଜମିକୁ ଚାଷ କରିବା ପାଇଁ କିଛି ଚାଷୀ ରେଳ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଏନେଇ ରଘୁନାଥପୁର ରେଳ ଷ୍ଟେସନ ଠାରୁ ପାରାଦୀପ ଆଡ଼କୁ ଥିବା ଟ୍ରାକ କଡ଼ରେ ଅନେକ ଚାଷ ଜମିରେ ଚାଷ ପାଇଁ ଅନୁମତି ଦେବାକୁ ସିନିୟର ସେକ୍ସନ ଇଞ୍ଜିନିୟର ବା ପିଓ୍ବେ ଇନିସପେକ୍ଟର ଗୁଣ୍ଠ ପିଛା ୮ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ‌।

ଜଣେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ରେଳ କର୍ମଚାରୀ ଏପରି ଲାଞ୍ଚ ମାଗିବା ନେଇ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା । ଆଜି ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହି ଅଧିକାରୀଙ୍କୁ ଟ୍ରାପ କରି ଗିରଫ କରିଛି ସିବିଆଇ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.