ETV Bharat / state

Rahul Gandhis Disqualification: ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ - ବିଧାୟକ ସୁର ରାଉତରାୟ

'ଆଜି ଭାରତବର୍ଷରେ ଗଣତନ୍ତ୍ର ନାହିଁ । ମୋଦି ସରକାର ଗଣତନ୍ତ୍ରକୁ ଦେଶରୁ ଶେଷ କରିଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ବିଜେପି ଭୟଭୀତ ହୋଇଯାଇଛି । ଆଜିର ପଦକ୍ଷେପ ପରେ ପ୍ରମାଣିତ ହୋଇଯାଇଛି ଯେ ଦେଶରେ ଗଣତନ୍ତ୍ର ନାହିଁ । ଆଜି ବିଧାନସଭା ପରିସରରେ ଏହା କହିଛନ୍ତି କଂଗ୍ରେସ ବିଧାୟ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 24, 2023, 8:14 PM IST

ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: "ଆଜି ଭାରତବର୍ଷରେ ଗଣତନ୍ତ୍ର ନାହିଁ । ମୋଦି ସରକାର ଗଣତନ୍ତ୍ରକୁ ଦେଶରୁ ଶେଷ କରିଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ବିଜେପି ଭୟଭୀତ ହୋଇଯାଇଛି । ଆଜିର ପଦକ୍ଷେପ ପରେ ପ୍ରମାଣିତ ହୋଇଯାଇଛି ଯେ ଦେଶରେ ଗଣତନ୍ତ୍ର ନାହିଁ ।" ଦଳୀୟ ସାଂସଦ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ହେବା ପରେ ଏଭଳି ଗର୍ଜିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ ବିଜେପି ଭୟଭୀତ ହୋଇଯାଇଛି । ଆଜିର ପଦକ୍ଷେପ ପରେ ପ୍ରମାଣିତ ହୋଇଯାଇଛି ଯେ ଦେଶରେ ଗଣତନ୍ତ୍ର ନାହିଁ ।’’ ତାରା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ କରି ବିଜେପି କଂଗ୍ରେସକୁ ଭୟଭୀତ କରାଇବା ପାଇଁ ଚାହୁଁଛି । କଂଗ୍ରେସର ଛାତ୍ର, ଯୁବ, ମହିଳା ସଂଗଠନକୁ ଭୟଭୀତ କରାଇବା ପାଇଁ ବିଜେପି ରାହୁଲ ଗାନ୍ଧୀଙ୍କୁ ଜେଲ ସହ ତାଙ୍କ ସଦସ୍ୟତା ରଦ୍ଦ କରିଛି । ଏଥିରେ କଂଗ୍ରେସ ଡରିବ ନାହିଁ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- Rahul Gandhi Disqualified: ଷଡଯନ୍ତ୍ରର ହୋଇଛି କହିଲେ ନରସିଂହ, ଜବାବ ରଖିଲେ ଜୟ

ସେହିପରି ବିଧାୟକ ସୁର ରାଉତରାୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକ୍ରୋଶ ନେହେରୁ ପରିବାର ଉପରେ ରହିଛି । ସେ ଜାଣିନାହାଁନ୍ତି ମୋତିଲାଲ ନେହେରୁଙ୍କ ପୁ୍ଅ ଜବାହାର ଲାଲ ନେହେରୁ । ଯିଏ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ତାଙ୍କ ପତ୍ନୀ ଇନ୍ଦିରା ଗାନ୍ଧୀ ପୃଥିବୀର ଅଦ୍ବିତୀୟ ମହିଳା । ତାଙ୍କ ନାଁରେ ଯାହା ଥିଲା ମୋଦି ସରକାର ବନ୍ଦ କରିଦେଲେ । ରାଜୀବ ଗାନ୍ଧୀଙ୍କ ନାଁରେ ଚାଲୁଥିବା ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ବନ୍ଦ କରିଦିଆଗଲା । ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଇଡି ଜେରା କରୁଛି । ବିଜେପି କଂଗ୍ରେସ ଦଳ ଉପରେ ଅତ୍ୟାଚାର କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଆଗାମୀ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ।"

ଏହାବି ପଢନ୍ତୁ- ରାହୁଲଙ୍କ ପୂର୍ବରୁ ଇନ୍ଦିରା ହରାଇଥିଲେ ସାଂସଦ ପଦ, ସେତେବେଳେ କଣ ଘଟିଥିଲା ଜାଣନ୍ତୁ

ସେହିଭଳି ବିଧାୟକ ସିଏସ ରାଜନ ଏକ୍କା କହିଛନ୍ତି, "ଗଣତନ୍ତ୍ର ରାଷ୍ଟ୍ରରେ ମୋଦି ସରକାର ସମ୍ବିଧାନକୁ ଉଲ୍ଲଙ୍ଘନ କରି ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ଆମେ ନିନ୍ଦା କରୁଛୁ । ଇଂରେଜ ସମୟୟରେ ଦିନେ ଭଗତ ସିଂ, ମାହାତ୍ମା ଗାନ୍ଧୀଙ୍କୁ ମଧ୍ୟ କ୍ଷମା ମାଗିବାକୁ କୁହାଯାଇଥିଲା । ଯାହା ଏବେ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ହୋଇଛି । ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଯାହା ହେଲେ, ତାହା ହେବା କଥା ନୁହେଁ । ତାଙ୍କ ବିରୋଧରେ କେସ୍‌ ହେଲା । ଦଣ୍ଡ ବିଧାନ ହୋଇଗଲା । ସାଂସଦ ପଦ ଚାଲିଗଲା । କିନ୍ତୁ ଜବାବ ରଖିବାକୁ ସମୟ ଦେଲେ ନାହିଁ । ଏହାକୁ ଆମେ ଗ୍ରହଣ କରିବୁ ନାହିଁ । ସାରା ଦେଶରେ ପ୍ରତିବାଦ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.