ETV Bharat / state

No Confidence Motion: ବିଜେପିର ରାଷ୍ଟ୍ରବାଦ ନାରାକୁ ଓଲଟାଇ ଦେଇଛନ୍ତି ରାହୁଲ: ରାଜନୈତିକ ସମୀକ୍ଷକ

ରାହୁଲ ସଦସ୍ୟତା ପଦ ଫେରିପାଇବା ପରଠାରୁ ତାଙ୍କର ଭିଜନ ପୁରା ପରିସ୍କାର ରହିଛି । ଏବେ ଦେଇଥିବା ଭାଷଣରେ ରାହୁଲ ମଣିପୁର ଘଟଣାରେ ବିଜେପିର ରାଷ୍ଟ୍ରବାଦ ନାରାକୁ ଓଲଟାଇ ଦେଇଛନ୍ତି । ବିଜେପିକୁ ସିଧାସଳଖ ଦେଶଦ୍ରୋହୀ ବୋଲି କହିବା ସହିତ ଭାରତମାତାର ହତ୍ୟାକାରୀ ବୋଲି କହିଛନ୍ତି । ଦେଶଦ୍ରୋହୀ ଦେଶଭକ୍ତ ହୋଇପାରିବ ନାହିଁ ବୋଲି ମତ ଦେଉଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

author img

By

Published : Aug 10, 2023, 5:12 PM IST

ବିଜେପିର ରାଷ୍ଟ୍ରବାଦ ନାରାକୁ ଓଲଟାଇ ଦେଇଛନ୍ତି ରାହୁଲ: ରାଜନୈତିକ ସମୀକ୍ଷକ

ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ମୋଦି ସରକାର ଆଜି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ । ଗତ ମଙ୍ଗଳବାରଠାରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଜାରି ରହିଛି । ଆଜି ବିତର୍କର ଶେଷ ଦିନ ହୋଇଥିବା ବେଳେ ଲୋକସଭାରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦଳପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ପ୍ରହାର କରିଥିଲେ । ମୋଦି ସରାକରଙ୍କୁ ଏଜେଣ୍ଡା ଭିତ୍ତିକ ଓ ପ୍ରସଙ୍ଗ ଭିତ୍ତିକ ସମାଲୋଚନା କରିଥିଲେ । ଏତଦ ବ୍ୟତୀତ ବିଜେପି ସରକାର ମଣିପୁରରେ ଶାନ୍ତି ବଜାୟ ରଖିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଭାଷଣ ଜରିଆରେ କଂଗ୍ରେସ କର୍ମୀଙ୍କୁ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ କି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ? ତାହାକୁ ନେଇ ଏବେ ଏକାଧିକ ପ୍ରଶ୍ନ ଉଠିଛି । କାରଣ ରାହୁଲ ଗାନ୍ଧୀ ସାଂସଦ ସଦସ୍ୟତା ଫେରି ପାଇବା ପରେ ସମସ୍ତଙ୍କର ନଜର ଥିଲା ରାହୁଲ କଣ କହିବେ?

ଏହାବି ପଢନ୍ତୁ- ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି

ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି "ରାହୁଲ ସଦସ୍ୟତା ପଦ ଫେରିପାଇବା ପରଠାରୁ ତାଙ୍କର ଭିଜନ ପୁରା ପରିସ୍କାର ରହିଛି । ଏବେ ଦେଇଥିବା ଭାଷଣରେ ରାହୁଲ ମଣିପୁର ଘଟଣାରେ ବିଜେପିର ରାଷ୍ଟ୍ରବାଦ ନାରାକୁ ଓଲଟାଇ ଦେଇଛନ୍ତି । ବିଜେପିକୁ ସିଧାସଳଖ ଦେଶଦ୍ରୋହୀ ବୋଲି କହିବା ସହିତ ଭାରତମାତାର ହତ୍ୟାକାରୀ ବୋଲି କହିଛନ୍ତି । ଦେଶଦ୍ରୋହୀ ଦେଶଭକ୍ତ ହୋଇପାରିବ ନାହିଁ । ରାବଣ ଉପାଖ୍ୟାନ ଦେଇ କଡ଼ା ସମାଲୋଚନା କରିଛନ୍ତି । ଏପରି ଭାଷଣ ଦେଇ ରାହୁଲ କଂଗ୍ରେସକୁ ଏବଂ ଇଣ୍ଡିଆ ମେଣ୍ଟକୁ ଏକ ଦିଶା ଦେଇଛନ୍ତି । ଇଣ୍ଡିଆର ବିଚାରକୁ ସଂରକ୍ଷିତ କରିଛନ୍ତି । ରାହୁଲ ଏହି ଆଦର୍ଶଗତ ଦୃଷ୍ଟିଭଙ୍ଗୀକୁ ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।"

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଯଦି କୌଣସି ଆଲୋଚନାରେ ସତ୍ୟତା ଥାଏ, ତାହା ଅଧିକ ଶାଣିତ ହୋଇଥାଏ । ଯାହା ରାହୁଲ ଗାନ୍ଧିଙ୍କ ଭାଷଣରେ ଦେଖିବାକୁ ମିଳିଛି । ସେ ମଣିପୁର ଯାଇଛନ୍ତି, ରିଲିଫ କ୍ୟାମ୍ପ୍‌ ବୁଲିଛନ୍ତି । ମଣିପୁରରେ ବିଭତ୍ସତାର ବାସ୍ତବତାକୁ ଅନୁଭବ କରିଛନ୍ତି । ଆଉ ସେହି ସତ କାହାଣୀକୁ ରାହୁଲ ଗୃହରେ ଉପସ୍ଥାପନ କରିଥିଲେ । ଯାହା ସମଗ୍ର ଦେଶରେ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ଚାହୁଁଥିବା ବୁଦ୍ଧିଜୀବୀ ମହଲକୁ ପ୍ରଭାବିତ କରିଛି । ସାରା ଦେଶରେ ଏବଂ ରାଜ୍ୟରେ କଂଗ୍ରେସ ନେତା ଓ କର୍ମୀ ରାହୁଲଙ୍କ ଏହି ହୃଦୟସ୍ପର୍ଶୀ ଭାଷଣରେ ଅଭିଭୂତ ହୋଇଛନ୍ତି । ଭାରତ ମାତାକୁ କିପରି ମାରିଦେବାକୁ ଉଦ୍ୟମ ହୋଇଛି ଏବଂ ମଣିପୁର କିପରି ଦେଶର ଅବିଚ୍ଛେଦ୍ୟ ଅଙ୍ଗ ସେ କଥା ରାହୁଲ ତାଙ୍କ ଭାଷଣରେ ରଖିଥିଲେ । ଯାହା କଂଗ୍ରେସ କର୍ମୀ ତଥା ଦେଶବାସୀଙ୍କୁ ପ୍ରଭାବିତ କରିଛି । ଯାହାର ପ୍ରତିଫଳନ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ ।"

ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଗତ ମଙ୍ଗଳବାର କଂଗ୍ରେସ ପକ୍ଷରୁ ସାଂସଦ ଗୌରବ ଗୋଗୋଇ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରକୁ ଟାର୍ଗେଟ କରି ତାଙ୍କର ଶାଣିତ ଭାଷଣ ରଖିଥିଲେ । ରାହୁଲ ଗାନ୍ଧୀଙ୍କ ଅଭିଯୋଗର ସରକାରୀ ଦଳ ପକ୍ଷରୁ ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏବେ ଦେଖିବାର କଥା ବିଜେପିର ରାଷ୍ଟ୍ରବାଦ ନାରାକୁ ରାହୁଲ ଗାନ୍ଧୀଙ୍କ ନୂଆ ଆକ୍ରମଣାତ୍ମକ ଶୈଳୀ କେତେ ପ୍ରଭାବ ପକାଇ ପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.