ETV Bharat / state

Rahul Convicted: ସମର୍ଥନରେ ବାହାରିଲା ରାଜ୍ୟ କଂଗ୍ରେସ

author img

By

Published : Mar 23, 2023, 10:33 PM IST

Updated : Mar 24, 2023, 6:52 AM IST

ଆଜି ଭୁବନେଶ୍ଵର କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ସ୍ବରକୁ ଚାପିବା ପାଇଁ ବିଜେପି ସରକାର ଯେଉଁ ଉଦ୍ୟମ କରୁଛି ଏହା ଅଗଣତାନ୍ତ୍ରିକ। ଅଧିକ ପଢନ୍ତୁ

Rahul Covicted: ସମର୍ଥନରେ ବାହାରିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବାହାରିଲା ରାଜ୍ୟ କଂଗ୍ରେସ । ଶହଶହ କଂଗ୍ରେସ କର୍ମୀ ରାହୁଲଙ୍କୁ ସମର୍ଥନ କରି ଆଜି ଭୁବନେଶ୍ବରରେ ପ୍ରତିବାଦ କରିଛି ପ୍ରଦେଶ କଂଗ୍ରେସ । ଗତ ୪ବର୍ଷ ତଳେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏନେଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସୁରଟ ସେସନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରହିବ ନା ରଦ୍ଦ ହେବ ସେନେଇ ପ୍ରଶ୍ନ ଉଠିଛି । ଯଦିଓ ରାହୁଲଙ୍କୁ ତୁରନ୍ତ ବେଲ୍‌ ମିଳିଯାଇଛି ।

ଆଜି ଭୁବନେଶ୍ଵର କଂଗ୍ରେସ କାର୍ଯ୍ୟାଳୟରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ‘‘ରାହୁଲ ଗାନ୍ଧୀଙ୍କ ସ୍ବରକୁ ଚାପିବା ପାଇଁ ବିଜେପି ସରକାର ଯେଉଁ ଉଦ୍ୟମ କରୁଛି ଏହା ଅଗଣତାନ୍ତ୍ରିକ । ରାହୁଲ ଗାନ୍ଧୀ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯେଉଁ ସଂଗ୍ରାମ କରୁଛନ୍ତି ତାଙ୍କ ସ୍ବରକୁ କେହି ଦବେଇ ପାରିବେ ନାହିଁ ।’’ ରାହୁଲ ଡରିବାର ପ୍ରଶ୍ନ ଉଠୁନାହିଁ । ସାରା ଓଡ଼ିଶାର ଲକ୍ଷଲକ୍ଷ ଓଡ଼ିଶାବାସୀ ରାହୁଲ ଗାନ୍ଧୀଙ୍କ ସହ ଅଛନ୍ତି ।

ରାହୁଲଙ୍କୁ ସମର୍ଥନ କରି ଆସନ୍ତାକାଲି ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରାଯିବ ବୋଲି ପିସିସି ସଭାପତି ଘୋଷଣା କରିଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଭାରତରେ ବିରୋଧୀ ଦଳର ସ୍ବରକୁ ଚାପିବା ପାଇଁ ଉଦ୍ୟମ ହେଉଛି । ଏଭଳି ସ୍ଥିତି ଭାରତବର୍ଷରେ କୌଣସି ସରକାର ସମୟରେ ହୋଇନଥିଲା । ବିଜେପି ସରକାର ଏ ପ୍ରୟାସ କରୁଛି କୌଣସି ପରିସ୍ଥିତିରେ ରାହୁଲ ଗାନ୍ଧୀ ଡରିବେ ନାହିଁ । ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବେ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜ୍ୟ କଂଗ୍ରେସ ରାହୁଲଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛି ।

ଆସନ୍ତାକାଲି ରାଜ୍ୟର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ଏବଂ ଗଣତନ୍ତ୍ର ଉପରେ କୁଠାରଘାତ ଅଭିଯୋଗ ଆଣି କଂଗ୍ରେସ ବିଜେପିର ଏଭଳି ମନୋଭାବ ବିରୋଧରେ ଲଢେଇ କରିବ ବୋଲି ଦଳ କହିଛି ।

ସୂଚନାଯୋଗ୍ଯଯେ ୪ବର୍ଷ ତଳେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏନେଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସୁରଟ ସେସନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରହିବ ନା ରଦ୍ଦ ହେବ ସେ ନେଇ ପ୍ରଶ୍ନ ଉଠିଛି । ଯଦିଓ ରାହୁଲଙ୍କୁ ତୁରନ୍ତ ବେଲ ମିଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2023, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.