ETV Bharat / state

New Governor of Odisha: ସର୍ବୋଚ୍ଚ ପଦରେ ରଘୁବର; ଆଶାବାଦୀ ଓଡିଶା ଓ ଓଡିଆ

author img

By ETV Bharat Odisha Team

Published : Oct 31, 2023, 6:44 PM IST

ମହାପ୍ରଭୁ ଜଗନ୍ନାଥ, ମା' ଭୁବନେଶ୍ଵରୀ, ବାବା ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସର୍ବୋଚ୍ଚ ପଦର ଶପଥ ପାଠ କରିଛନ୍ତି ରଘୁବର । ପଡୋଶୀ ରାଜ୍ୟର ଅଧିବାସୀ ଭାବେ ଓଡିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସେ ଅଙ୍ଗାଙ୍ଗୀ ଭାବେ ଜଡିତ । ତେଣୁ ତାଙ୍କ ପ୍ରତି ଓଡିଶାବାସୀଙ୍କର ରହିଛି ଅନେକ ଆଶା ଓ ଆକାଂକ୍ଷା । ଏନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଲୋକପ୍ରତିନିଧି ମାନେ ମତବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

New Governor Odisha: ସର୍ବୋଚ୍ଚ ପଦରେ ରଘୁବର; ଆଶାବାଦୀ ଓଡିଶା  ଓଡିଆ

ଭୁବନେଶ୍ବର: ପଡୋଶୀ ରାଜ୍ୟ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଜି ବିଧିବଦ୍ଧ ଭାବେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମହାପ୍ରଭୁ ଜଗନ୍ନାଥ, ମା' ଭୁବନେଶ୍ଵରୀ, ବାବା ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ସର୍ବୋଚ୍ଚ ପଦର ଶପଥ ପାଠ କରିଛନ୍ତି ରଘୁବର । ପଡୋଶୀ ରାଜ୍ୟର ଅଧିବାସୀ ଭାବେ ଓଡିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସେ ଅଙ୍ଗାଙ୍ଗୀ ଭାବେ ଜଡିତ । ତେଣୁ ତାଙ୍କ ପ୍ରତି ଓଡିଶାବାସୀଙ୍କର ରହିଛି ଅନେକ ଆଶା ଓ ଆକାଂକ୍ଷା । ଏନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଲୋକପ୍ରତିନିଧି ମାନେ ମତବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ- Raghubar Das Takes Oath: ଓଡିଶା ପାଇଲା ନୂଆ ରାଜ୍ୟପାଳ, ଶପଥ ନେଲେ ରଘୁବର ଦାସ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, 26 ତମ ରାଜ୍ୟପାଳ ଭାବେ ରଘୁବର ଦାସ ଆଜି ଶପଥ ନେଇଛନ୍ତି । ସେ ଜଣେ ଅତି ଉଚ୍ଚକୋଟିର ଲୋକ । ଗାର୍ଡ ଅଫ ଅନର ଗ୍ରହଣ କରିବା ପରେ ମୁଁ ରଘୁବରଙ୍କୁ ସ୍ବାଗତ କରିବା ସହ ତାଙ୍କ ବେକରେ ଉତ୍ତରୀୟ ପ୍ରଥମେ ପକାଇଛି । ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଛି । ଝାରଖଣ୍ଡ ଓ ଓଡିଶା ଗୋଟିଏ ରାଜ୍ୟ କହିଲେ ଭୁଲ ହେବନାହିଁ । ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ ପରି ବର୍ତ୍ତମାନ ରାଜ୍ୟପାଳ ମଧ୍ୟ ସାଧାରଣ ଲୋକ । ଭାରି ଭଦ୍ର । ଅଳ୍ପ ସମୟ କଥା ହୋଇ ଯାହା ଦେଖିଲି ନରମ ଲୋକ । ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ରହିଛନ୍ତି । ଖୁବ ବଢିଆ ହେବ ।

ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି କହିଛନ୍ତି ଯେ, ମହାମହିମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ନେଇଛନ୍ତି । ଆମେ ନିଶ୍ଚୟ ଭାବେ ତାଙ୍କଠାରୁ ବହୁ ଆଶାବାଦୀ ଅଛୁ । କାରଣ ସେ ଅନେକ ଅନୁଭବର ସେ ଅଧିକାରୀ । ସେ ନିଜର ରାଜନୈତିକ ଜୀବନ ଏକ ସାଧାରଣ ମଜଦୂର ଭାବେ ଆରମ୍ଭ କରିଥିଲେ । ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଭିତରେ ସେ ସର୍ବୋଚ୍ଚ ପାଦକୁ ଯାଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁ ଜଗନ୍ନାଥ, ମା' ଭୁବନେଶ୍ବରୀ ଓ ମହାଦେବ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ସନାତନ ଧର୍ମର ଆସ୍ଥା ବିଶ୍ବାସକୁ ପ୍ରତିପାଦିତ କରିଛନ୍ତି । ଏହା ନିଶ୍ଚୟ ଭାବେ ମହାମହିମ ରାଜ୍ୟପାଳଙ୍କ ସେବାରେ ଓଡିଶାବାସୀ ଉପକୃତ ହେବେ ।

ଅଧିକ ପଢନ୍ତୁ- Raghubar Das offers prayers at Lingaraj Temple: ପ୍ରଭୁ ଲିଙ୍ଗରାଜଙ୍କ ଆଶିର୍ବାଦ ନେଲେ ନୂଆ ରାଜ୍ୟପାଳ

ସେହିପରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, ମହାମହିମ ରାଜ୍ୟପାଳ ରଘୁବର ଦାସ ବିଧିବଦ୍ଧ ଶପଥ ଗ୍ରହଣ କରିଛନ୍ତି । ଏଭଳି ସାମ୍ବିଧାନିକ ପଦବୀ ନିଶ୍ଚୟ ଭାବେ ଭାରତୀୟ ରାଜନୀତିରେ ଏବଂ ସମ୍ବିଧାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦବୀ । ଓଡିଶାରେ ଅନେକ ରାଜ୍ୟପାଳ ସେମାନଙ୍କର କାର୍ଯ୍ୟ ନିର୍ବାହ କରି ଯାଇଛନ୍ତି । ସମ୍ବିଧାନ ପ୍ରତି ମର୍ଯ୍ୟାଦା ଓ ଗାରିମା ରଖି କାର୍ଯ୍ୟ କରିଛନ୍ତି । ନବ ନିଯୁକ୍ତ ରାଜ୍ୟପାଳ ସେହି ଗାରିମାକୁ ବଜାୟ ରଖିବେ ବୋଲି ଓଡିଶାବାସୀ ଆଶା ରଖିବେ । ଓଡିଶାବାସୀଙ୍କ ପାଖରେ ତାଙ୍କ ସମ୍ମାନ ଅମଳିନ ରହିବ । ସମ୍ବିଧାନ ପ୍ରତି ଆନୁଗତ୍ୟ, ନିଜ ପଦବୀର ମର୍ଯ୍ୟାଦା ରଖି ସେ ଓଡିଶାର ସେବା କରିବେ । ଓଡିଶାବାସୀଙ୍କ ପାଇଁ କାର୍ଯ୍ୟ କରିବେ । ତାଙ୍କୁ ନ୍ୟାୟ ଦେବାରେ ତାଙ୍କର କର୍ତ୍ତବ୍ୟ ପାଳନ କରିବେ ବୋଲି ଆମେ ଆଶା କରୁଛୁ । ସେ ନିର୍ବିବିବାଦିୟ ହୋଇ ନିଜର କାର୍ଯ୍ୟ ସମାପନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.