ETV Bharat / state

New Governor of Odisha: ରଘୁବୀରଙ୍କୁ ନେଇ ଚର୍ଚ୍ଚା, କିଭଳି ରହିବ ସରକାର-ରାଜ୍ୟପାଳଙ୍କ ସମ୍ପର୍କ

author img

By ETV Bharat Odisha Team

Published : Oct 19, 2023, 8:03 PM IST

ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ଅନେକ ରାଜ୍ୟରେ ଦେଖିବାକୁ ମିଳିଛି । କିନ୍ତୁ ଓଡିଶାରେ ସେ ସମ୍ଭାବନା ଆଦୌ ନାହିଁ । ଗଣେଶୀ ଲାଲଙ୍କ ସମୟରେ ଓଡିଶାରେ ସେଇଟା ଦେଖିବାକୁ ମିଳିନାହିଁ । ରଘୁବୀରଙ୍କ ସମୟରେ ମଧ୍ୟ ସେମିତି ଦେଖିବାକୁ ମିଳିବ ନାହିଁ । ଗଣେଶୀ ଲାଲଙ୍କ ସମୟରେ ଯାହା ଥିଲା ତାହା ରଘୁବୀର ଦାସଙ୍କ ସମୟରେ ମଧ୍ୟ ଅବ୍ୟାହତ ରହିବ । ଅଧିକ ପଢନ୍ତୁ

New Governor of Odisha: ରଘୁବୀରଙ୍କୁ ନେଇ ଚର୍ଚ୍ଚା; କିଭଳି ରହିବ ସରକାର-ରାଜ୍ୟପାଳଙ୍କ ସମ୍ପର୍କ

ଭୁବନେଶ୍ବର: ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେଉଛନ୍ତି ରଘୁବୀର ଦାସ । ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବୀର ଦାସ ଖୁବଶୀଘ୍ର ଏହି ନୂଆ ଦାୟିତ୍ବ ନେବାକୁ ଯାଉଛନ୍ତି । କଟ୍ଟର ବିଜେପି ନେତା ଭାବେ ପରିଚିତ ରଘୁବୀରଙ୍କୁ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ତେବେ ଗଣେଶୀ ଲାଲ ଥିବା ସମୟରେ ଓଡ଼ିଶାରେ ସେମିତି କିଛି ଦେଖିବାକୁ ମିଳିନାହିଁ । ରଘୁବୀର ଦାୟିତ୍ବ ନେବା ପରେ ଓଡିଶା ସରକାରଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କଣ ରହିବ ତାହା ଜଣାପଡିବ ।

ଅଧିକ ପଢନ୍ତୁ- New Governor of Odisha: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ

ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ‘‘ରଘୁବୀର ଦାସ ହେଉଛନ୍ତି ଝାଡ଼ଖଣ୍ଡର ଲୋକ । ଓଡିଶା ସହିତ ତାଙ୍କର ସମ୍ପର୍କ ମଧ୍ୟ ଭଲ । ବର୍ତ୍ତମାନର ରାଷ୍ଟ୍ରପତି ଯେତେବେଳେ ଝାରଖଣ୍ଡର ରାଜ୍ୟପାଳ ଥିଲେ, ସେତେବେଳେ ରଘୁବୀର ମୁଖ୍ୟମନ୍ତ୍ରୀ ଥିଲେ । ରଘୁବୀରଙ୍କର ଅନେକ ସମ୍ପର୍କୀୟ ଓଡ଼ିଶାରେ ଅଛନ୍ତି । ଓଡିଶାରେ ରାଜ୍ୟପାଳ ଭାବେ ତାଙ୍କର କିଛି କଷ୍ଟ ନୁହେଁ । ଓଡିଶା ବାବଦରେ ସେ ଭଲ ଭାବେ ଜାଣିଛନ୍ତି । ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଯେଉଁ ସବୁ କମ୍ପାନୀ ଝାଡଖଣ୍ଡରେ ସକ୍ରିୟ ଥିଲେ, ସେମାନେ ଏବେ ଓଡିଶାରେ ଅଛନ୍ତି । ତେଣୁ ଏହି ବାତାବରଣ ତାଙ୍କ ପାଇଁ ସମାନ । ତାଙ୍କ ରାଜ୍ୟରେ ରଘୁବୀର ଦାସ ଜଣେ ପ୍ରୋ-ଶିଳ୍ପ ଲୋକ ଥିଲେ । ସେଥିପାଇଁ ତାଙ୍କ ବିରୋଧରେ ବଡ଼ଧରଣର ଆଦିବାସୀ ଆନ୍ଦୋଳନ ହୋଇଥିଲା । ଫଳରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା । 1980 ସେ ବିଜେପିରେ ସକ୍ରିୟ ଅଛନ୍ତି । ଓଡିଶାର ପୁରୁଣା ବିଜେପି ନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି ।

ଅଧିକ ପଢନ୍ତୁ- ନୂଆ ରାଜ୍ୟପାଳଙ୍କୁ ଛୁଟିଲା ଶୁଭେଚ୍ଛା ସୁଅ, ରଘୁବର କହିଲେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ଅନେକ ରାଜ୍ୟରେ ଦେଖିବାକୁ ମିଳିଛି । କିନ୍ତୁ ଓଡିଶାରେ ସେ ସମ୍ଭାବନା ଆଦୌ ନାହିଁ । ଗଣେଶୀ ଲାଲଙ୍କ ସମୟରେ ଓଡିଶାରେ ସେଇଟା ଦେଖିବାକୁ ମିଳିନାହିଁ । ରଘୁବୀରଙ୍କ ସମୟରେ ମଧ୍ୟ ସେମିତି ଦେଖିବାକୁ ମିଳିବ ନାହିଁ । ଗଣେଶୀ ଲାଲଙ୍କ ସମୟରେ ଯାହା ଥିଲା ତାହା ରଘୁବୀର ଦାସଙ୍କ ସମୟରେ ମଧ୍ୟ ଅବ୍ୟାହତ ରହିବ । ବିଜେଡିର ରାଜ୍ୟ ନେତୃତ୍ବ ଓ ବିଜେପିର କେନ୍ଦ୍ର ନେତୃତ୍ବଙ୍କ ମଧ୍ୟ ମୁକାବିଲା ନାହିଁ । ରାଜ୍ୟପାଳ ଭାବେ ସେ ଦାୟିତ୍ଵ ନିର୍ବାହ କରିବେ । ତିକ୍ତତାର ପ୍ରଶ୍ନ ଉଠୁନାହିଁ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ବି ଆସି ଟାର୍ଗେଟ କରିଛନ୍ତି । ଉଭୟ ରାଜ୍ୟର ଶିଳ୍ପ ଆଭିମୁଖ୍ୟ ସମାନ । ତେଣୁ ରଘୁବୀର ଦାସଙ୍କ ସମୟରେ ଦ୍ଵନ୍ଦ ହେବନାହିଁ ।

ସେପଟେ ବିଜେଡି ବିଧାୟକ ବିଧାୟକ ରମେଶ ସାଏ କହିଛନ୍ତି ଯେ,‘‘ ରଘୁବୀରଙ୍କର ବହୁତ ଅଭିଜ୍ଞତା ରହିଛି । ନିଶ୍ଚୟ ଭାବେ ଆଶା କରିବା ସେ ଲୋକଙ୍କର ମନକୁ ନେଇ କାର୍ଯ୍ୟ କରିବେ । ଆମେ ଭାବୁଛୁ କିଛି ଅସୁବିଧା ହେବନାହିଁ । ବିଜେପିରେ ବହୁତ ଭଲ ଲୋକ ଅଛନ୍ତି । ବହୁତ ହାର୍ଡକୋର ଥାଇ ମଧ୍ୟ ସଫ୍ଟ ହୋଇଛନ୍ତି । ଜଗନ୍ନାଥଙ୍କ ମାଟିରେ ପାଦ ଦେଲା ମାନେ ଏହା ହେବ । ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି ଆଶା ।’’

ଅଧିକ ପଢନ୍ତୁ- ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସେହିପରି ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ, ସର୍ବପ୍ରଥମେ ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଅଭିନନ୍ଦନ ଜଣାଉଛୁ । ସେ ବହୁତ ଅଭିଜ୍ଞ ଲୋକ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କର ଅସୀମ ଜ୍ଞାନ । ତାଙ୍କର ଓ ଆମର ସଂସ୍କୃତି ପାଖାପାଖି ସମାନ । ଅଭିଜ୍ଞ ରାଜନୀତିଜ୍ଞ ରାଜ୍ୟପାଳ ହେଲେ ଓଡିଶା ପାଇଁ ମଙ୍ଗଳ ହେବ । ରାଜ୍ୟପାଳ ପଦବୀ ଏକ ରାଜନୈତିକ ପଦବୀ ନୁହେଁ । ରାଜନୀତିରୁ ବହୁତ ଊର୍ଦ୍ଧ୍ବରେ ଏହା । ଅଭିଜ୍ଞ ଲୋକ ହୋଇଥିବାରୁ ନିରପେକ୍ଷ ବିଚାର ମିଳିବ । ଯାହା ହେବ ଓଡିଶା ପାଇଁ ଭଲ ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ କହିଥିଲେ, ଆଉ ଏବେ ପଦ ଅଲଗା । ଏବେ ନିରପେକ୍ଷତା ନିଶ୍ଚୟ ଆସିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.