ETV Bharat / state

ଶୋକରେ ଥିଲା ରାଜ୍ୟ: ବିଦେଶ ଗସ୍ତରେ ଯାଇଥିଲେ ସୋର ବିଧାୟକ ଓ ଟ୍ଵିନସିଟି ମେୟର

author img

By

Published : Jun 8, 2023, 7:56 AM IST

ଲୋକ ପ୍ରତିନିଧିଙ୍କ ବିଦେଶ ଗସ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ସୋର ବିଧାୟକ ଓ ଟ୍ଵିନ ସିଟିର ଉଭୟ ମେୟର ସିଙ୍ଗାପୁର ଯିବା ଲଜ୍ଜାଜନକ କଥା । ବାଲେଶ୍ବରବାସୀ ଉଦ୍ଧାର କାର୍ଯ୍ୟ କଲେ । ସରକାର 2 ଘଣ୍ଟା ପରେ ପହଞ୍ଚିଲେ । ନେତା ଓ ଅଫିସର ବିଦେଶ ବୁଲି ଗଲେ । ଅଧିକ ପଢନ୍ତୁ

ବିଦେଶ ଗସ୍ତରେ ଯାଇଥିଲେ ସୋର ବିଧାୟକ ଓ ଟ୍ଵିନସିଟି ମେୟର

ଭୁବନେଶ୍ବର: ଓଡିଶା ସରକାର ଓ ଜନସାଧାରଣ ବଡଧରଣ ବିପର୍ଯ୍ୟୟ ମୁକାବିଲା କରୁଥିଲେ । ରାଜ୍ୟ ଶୋକାକୂଳ ପରିବେଶରେ ଥିଲା । ଠିକ ସେହି ସମୟରେ ରାଜ୍ୟର ଲୋକପ୍ରତିନିଧି ବିଦେଶରେ ସେଲିବ୍ରେସନରେ ମାତିଥିଲେ । ଲୋକପ୍ରତିନିଧିଙ୍କ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସୋର ବିଧାୟକ ପର୍ଶୁରାମ ଧଡା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ କଟକ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ଅଶୁଭ ଶୁକ୍ରବାରରେ ବାଲେଶ୍ଵର ବାହାନଗାରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା । ଘଟଣାରେ 288ଙ୍କର ମୃତ୍ୟୁ ହୋଇଥିଲା ଓ ହଜାରରୁ ଅଧିକ ଆହତ ହୋଇଥିଲେ । ଆହତଙ୍କୁ କଟକର ଏସସିବି ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ମୃତଦେହ ଏମ୍ସ ସମେତ ବିଭିନ୍ନ ମୃତଦେହ ଗୃହରେ ରଖାଯାଇଥିଲା । ସରକାର, ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ ଉଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟ କରିଥିଲେ । ଦୁର୍ଘଟଣା ଘଟିଥିବା ଅଞ୍ଚଳର ଲୋକପ୍ରତିନିଧି ବା ବିଧାୟକ ହେଉଛନ୍ତି ପର୍ଶୁରାମ ଧଡା । ଯେଉଁ ସମୟରେ ସାରା ଦେଶ ବାହାନଗା ମୁହାଁ ହେଉଥିଲା, ଠିକ ସେତେବେଳ ବିଦେଶ ଗସ୍ତରେ ଯାଉଥିଲେ ଶାସକ ବିଜେଡି ବିଧାୟକ ବାବୁ ପର୍ଶୁରାମ ।

ଏହାବି ପଢନ୍ତୁ- Balasore Train Tragedy: ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗର୍ଜିଲେ ବିରୋଧୀ, ଦାବିପତ୍ର ଦେଲା ମିଳିତ ବିରୋଧୀ ଦଳ

ଉଦ୍ଧାର ଆହତ କଟକର ଏସସିବି ଭର୍ତ୍ତି ହୋଇଥିଲେ । ଅନେକ ନିଜର ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ବେଳେ ଆଉ କିଛି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କୁ ସାନ୍ତ୍ବନା ଦେବାକୁ ହସ୍ପିଟାଲକୁ ଛୁଟିଥିଲା ଲୋକଙ୍କ ସୁଅ । ହେଲେ ସେତେବେଳେ ଦେଖିବାକୁ ମିଳିନଥିଲା ସ୍ଥାନୀୟ ଲୋକ ପ୍ରତିନିଧି ତଥା କଟକ ମେୟର ସୁବାସ ସିଂ । ଏସସିବିରେ ଆହତଙ୍କ ଭିଡ ଜମୁଥିବାବେଳେ ବିଦେଶ ଗସ୍ତରେ ବାହାରି ଯାଇଥିଲେ ସୁବାସ । ଠିକ ସେହିପରି ନିକଟ ସମ୍ପର୍କୀୟଙ୍କ ମୃତଦେହ ଖୋଜିଖୋଜି ନୟାନ୍ତ ହୋଇଥିବା ପରିବାରଙ୍କୁ ସାହାରା ଦେବା ବଦଳରେ ବିଦେଶ ଯିବାକୁ ଉଚିତ ମଣିଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ପର୍ଶୁରାମ, ସୁବାସ ଓ ସୁଲୋଚନା ସିଙ୍ଗାପୁର ଗସ୍ତରେ ଯାଇଥିଲେ । ତାହା ପୁଣି ଦୁର୍ଘଟଣାର ପର ଦିନ ଅର୍ଥାତ ଶନିବାର । ସେହିପରି ରାଜ୍ୟ ବାହାରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ କହିଛନ୍ତି । ଗତକାଲି ସମସ୍ତେ ଓଡିଶା ଫେରିଛନ୍ତି ।

ଲୋକ ପ୍ରତିନିଧିଙ୍କ ବିଦେଶ ଗସ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ସୋର ବିଧାୟକ ଓ ଟ୍ଵିନ ସିଟିର ଉଭୟ ମେୟର ସିଙ୍ଗାପୁର ଯିବା ଲଜ୍ଜାଜନକ କଥା । ବାଲେଶ୍ବରବାସୀ ଉଦ୍ଧାର କାର୍ଯ୍ୟ କଲେ । ସରକାର 2 ଘଣ୍ଟା ପରେ ପହଞ୍ଚିଲେ । ନେତା ଓ ଅଫିସର ବିଦେଶ ବୁଲି ଗଲେ । ବିଭିନ୍ନ କମିଟି ମଧ୍ୟ ବିଦେଶ ଗସ୍ତରେ ଯାଇଥିଲେ । ଯଦି ସରକାରଙ୍କର ଆନ୍ତରିକତା ଥିଲା, ପ୍ରଥମେ ସେ କମିଟି ଗସ୍ତକୁ ବାତିଲ କରିବା କଥା । ସିଙ୍ଗାପୁର ଚକାଚକ ଯାତ୍ରା ବନ୍ଦ କରିବା କଥା । ସାରା ଓଡିଶା ଶୋକ ପରିବେଶରେ ଅଛନ୍ତି । ସେହି ସମୟରେ ସିଙ୍ଗାପୁର ଯାତ୍ରା କେତେ ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବିଜେପି ବିଧାୟକ ଭୂଦାନ ମୁର୍ମୁ କହିଛନ୍ତି ଯେ, ଦୁର୍ଘଟଣା ହଠାତ୍‌ ହୁଏ । ତା ପୂର୍ବରୁ ଯଦି ସେମାନେ ବିଦେଶ ଯିବାକୁ ପ୍ରସ୍ତୁତ ହୋଇଥିବେ ତାହା ତାଙ୍କର ବ୍ୟକ୍ତିଗତ କଥା । ଆମେ ସେଥିରେ କହିପାରିବା ନାହିଁ । କିନ୍ତୁ ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ବାତିଲ କରି ଓଡିଶା ଆସିଥିଲେ । ନିଜ ଅଞ୍ଚଳରେ ଦୁଃଖଦ ଘଟଣା ଘଟିଲେ ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇପାରିଥାନ୍ତା । ଏହାକୁ ଗୁରୁତ୍ବ ଦେଇ ଉପସ୍ଥିତ ରହିଥିଲେ ଭଲ ହୋଇଥାନ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.