ETV Bharat / state

ଅଫିସରଙ୍କ ପାଇଁ ପୋଲିସ ବିଭାଗ ବଦନାମ୍, ଠକଙ୍କୁ ସୁରକ୍ଷା ଅଡୁଆରେ କମିଶନରେଟ୍ ପୋଲିସ !

author img

By

Published : Mar 12, 2023, 12:07 PM IST

Updated : Mar 12, 2023, 12:52 PM IST

ଆଖିରେ ଆଙ୍ଗୁଠି ଗୁଞ୍ଜି ଠକୁଛନ୍ତି ଠକ‌ । ପୋଲିସର ମସୁଧା ଯୋଗୁଁ ଅଭିଯୋଗକାରୀ ହତାଶ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ
ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ
Question rise against police action in Bhubaneswar

ଭୁବନେଶ୍ବର: ରାଜ୍ୟରେ ଅପରାଧୀକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପନ୍ଥା ଅବଲମ୍ବନ କରୁଛନ୍ତି ସରକାର । ପୋଲିସ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଫିଟନେସ ଯାଞ୍ଚ ମଧ୍ୟ କରାଯାଇଛି । ଅଭିଯୋଗକାରୀଙ୍କୁ ଉତ୍ତମ ସହଯୋଗ ନିମନ୍ତେ ଥାନାରେ ୫ଟି ଲାଗୁ କରାଯାଇଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଚାକିରି କରିବ ପୋଲିସ ମାଛ ଖାଇବ ଇଲିସି ଭଳି ମନେ ହେଉଛି । କିଛି ପୋଲିସ ଅଧିକାରୀଙ୍କ ପାଇଁ ପୁରା ପୋଲିସ ବିଭାଗ ବଦନାମ ହେଉଥିବା ଅଭିଯୋଗ ହେଉଛି । କିଛି ପୋଲିସ ଅଧିକାରୀଙ୍କ ମନମାନି ଯୋଗୁଁ ଅଭିଯୋଗକାରୀ ନ୍ୟାୟ ପାଇବା ତ ଦୂରର କଥା ଅଭିଯୋଗ ନକରି ଫେରିଯାଉଛନ୍ତି । ତେବେ ମୋ ସରକାର ଏବଂ ୫ଟି କେତେ ମାତ୍ରାରେ କାମ କରୁଛି ତାହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ନଜର ପକାନ୍ତୁ ଏଭଳି କିଛି ଘଟଣା ଉପରେ

ଅଭିଯୋଗ ୧: ଲୋନ ରଖିବା ଆଳରେ ବ୍ଲାଙ୍କ ଚେକ୍ ନେଇ ଜଣେ ଠକ ୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଧ୍ୟାପକ ରାଜୁ କମରାମ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପର୍ସନାଲ ଲୋନ କରାଇଦେବା କହି ଦୁଇଟି ବ୍ଲାଙ୍କ ଚେକ୍ ନେଇ ଆକାଉଣ୍ଟରୁ ଟଙ୍କା ଲୁଟ କରିଥିଲା । ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଡକାଇ ପୋଲିସ ଜେରା କରିଥିଲା । କିନ୍ତୁ ବର୍ତ୍ତମାନ ଅଭିଯୋଗକାରୀଙ୍କୁ ଏଠି କିଛି ହେବନି ଆପଣ କୋର୍ଟକୁ ଯାଆନ୍ତୁ ବୋଲି କହୁଛି ପୋଲିସ ବୋଲି ଅଭିଯୋଗ ହୋଇଛି ।

ଅଭିଯୋଗ ୨: ଇନଫୋସିଟି ଥାନାରେ ଚିଟଫଣ୍ଡ ଭଳି ନୂଆ ଷ୍ଟାଇଲରେ ଠକେଇ କରି ୫କୋଟି ଟଙ୍କା ଠକିନେଇଛି ଠକ । ଏନେଇ ଥାନରେ ନିଶା ମହାପାତ୍ର ନାମକ ମହିଳାଙ୍କ ଅଭିଯୋଗ ପରେ ବି ଅଭିଯୁକ୍ତଙ୍କୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଇକୋର୍ଟରେ ମାମଲା ପହଁଚିଛି ହେଲେ ତଥାପି ପୋଲିସର ଚେତା ପଶିନି ।

ଅଭିଯୋଗ ୩: ଲିଙ୍ଗରାଜ ଥାନା ଅଞ୍ଚଳରେ ଗାଡି ବିକ୍ରି କରୁଥିବା ଠକ ମାଆ ଲକ୍ଷ୍ମୀ ଆସୋସିଏଟର ମାଲିକ ନିରଞ୍ଜନ ନାୟକ ବିରୋଧରେ ବାଲିପାଟଣା ଅଞ୍ଚଳର ଅଭିଯୋଗକାରୀ ସଞ୍ଜୟ କୁମାର ଛାଟୋଇ ଅଭିଯୋଗ ଆଣିଥିଲେ । ସାଢେ ଚାରି ଲକ୍ଷ ଟଙ୍କାର ଠକେଇ କରି ଆଉ ଧରାଛୁଆଁ ଦେଉନଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ତଦନ୍ତ ଆଗକୁ ଯାଉନାହିଁ ।

ଅଭିଯୋଗ ୪: ଖଣ୍ଡଗିରି ଥାନା ଅଞ୍ଚଳରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର ପୂର୍ବତନ କର୍ମଚାରୀ ପ୍ରତାପ ସାମଲଙ୍କ ବିରୋଧରେ ଏକ ଠକେଇ ଅଭିଯୋଗ ହୋଇଥିଲା । 54ଟି କମ୍ପୁଟର ଓ ସିସିଟିଭି ଲଗାଇବାକୁ 6 ଲକ୍ଷ ଠକି ନେଇଥିବା ନେଇ ପ୍ରତାପ ସାମଲ ଓ ସୁରେନ୍ଦ୍ର ସାମଲଙ୍କ ନାଁରେ ଅଭିଯୋଗ କରିଥିଲେ ଏକ କମ୍ପୁଟର ଫାର୍ମର ମାଲିକ ବିଶ୍ବ ଭୂଷଣ ନନ୍ଦ । ହେଲେ ଏହି ମାମଲାରେ ପୋଲିସ ଚୁପ୍‌ ବସିଥିବା ଅଭିଯୋଗ ହୋଇଛି ।

ଏଭଳି ଏକାଧିକ ଥାନାରେ ମାଳ ମାଳ ଅଭିଯୋଗ କିନ୍ତୁ ନା ଅଫିସର ଶୁଣିବାକୁ ପ୍ରସ୍ତୁତ ନା ଅଭିଯୋଗକାରୀକୁ ନ୍ୟାୟ ମିଳୁଛି । ଫଳରେ କମିଶନରେଟ୍ ପୋଲିସ ପାଇଁ ଲୋକଙ୍କ ମନରେ ଏକ କ୍ଷୋଭ ତେଜୁଛି । ପୋଲିସ ନାଁ ଶୁଣି ଅସନ୍ତୋଷ ଝାଡୁଛନ୍ତି ଅଭିଯୋଗକାରୀଙ୍କ ସହ ଜନସାଧାରଣ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 12, 2023, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.