ETV Bharat / state

Russian Tourists Death: ଉଲ୍ଲଂଘନ ହୋଇଛି କି SOP ? ପୂର୍ବରୁ ଅପହରଣ ହୋଇଥିଲେ ବିଦେଶୀ ପର୍ଯ୍ୟଟକ - ରାଜ୍ୟ ସରକାରଙ୍କ SOP ଉଲ୍ଲଂଘନ

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଘଟଣା ସତ୍ୟାସତ୍ୟ ଉଜାଗର କରିବା ପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଏହାରି ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ରାଜ୍ୟ ସରକାରଙ୍କ SOP ଉଲ୍ଲଂଘନ ହୋଇଥିବା ଆଲୋଚନା ହେଉଛି । ଅଧିକ ପଢନ୍ତୁ

Russian Tourists Death case in Rayagada
ଋଷିଆ ପର୍ଯ୍ୟଟକଙ୍କର ସନ୍ଦେହଜନକ ମୃତ୍ୟୁ
author img

By

Published : Dec 29, 2022, 9:34 PM IST

ଭୁବନେଶ୍ବର: ରାଜ୍ୟରେ ଦୁଇ ଋଷିଆ ପର୍ଯ୍ୟଟକଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ରାଜ୍ୟ ସରକାର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନଥିବାରୁ ବିଭିନ୍ନ ଆଶଙ୍କା ବଢିବାରେ ଲାଗିଛି । ତେବେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOP ଉଲ୍ଲଂଘନ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି ।

Russian Tourists Death case in Rayagada
Russian Tourists Death: ଉଲ୍ଲଂଘନ ହୋଇଛି କି SOP ?

2012 ମସିହାରେ 2 ଇଟାଲୀ ପର୍ଯ୍ୟଟକଙ୍କୁ କନ୍ଧମାଳ ଜିଲ୍ଲାରେ ମାଓବାଦୀ ଅପହରଣର କରି ନେଇଥିଲେ । 2 ଦିନ ଅପହରଣ କରି ରଖିବା ପରେ ଅପହୃତ ନିସର୍ତ୍ତ ଛାଡିଥିଲେ । ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହୋଇଥିଲା ଓଡ଼ିଶା । ଘଟଣାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଗାଇଡ଼ଲାଇନ ବା SOP ଜାରି କରାଯାଇଥିଲା ।

SOP ଅନୁଯାୟୀ...

  • ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ବିଦେଶୀ ପର୍ଯ୍ୟଟକ ବା ଗବେଷକ ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କୁ ଭେଟି ପାରିବେ ନାହିଁ । ଜିଲ୍ଲା ପ୍ରଶାସନର ଅନୁମତି ସହ ସ୍ଥାନୀୟ ପୋଲିସର ଅନୁମତି ନେବାକୁ ପଡିବ । ଜିଲ୍ଲା ପ୍ରଶାସନର ଅନୁମତି ପ୍ରସ୍ତାବକୁ ଅନୁପାଳନକୁ ତଦାରଖ କରିବେ ସ୍ଥାନୀୟ ଥାନା ଅଧିକାରୀ । ଯଦି ଏହାର ଉଲ୍ଲଂଘନ ହୁଏ ତାହାଲେ ଆଇନ ଅନୁସାରେ ଅପରାଧିକ ମାମଲା ପର୍ଯ୍ୟଟକ, ଗାଇଡ଼ଙ୍କ ବିରୋଧରେ ହେବ ।
  • ଅନୁମତି ଲାଗି ସମ୍ପୃକ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ।
  • ଆଦିବାସୀ ସମ୍ପ୍ରଦାୟର ସମ୍ମାନ ଓ ସାଂସ୍କୃତିକ ଭାବନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ନିର୍ଦ୍ଦେଶ ରଖିବେ ।
  • ଗସ୍ତର ଆବଶ୍ୟକତା ବା ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ କିଛି ଗାଁ କିମ୍ବା ଅଞ୍ଚଳକୁ ଯିବାକୁ ଅନୁମତି ମିଳିବ ।
  • ପର୍ଯ୍ୟଟକଙ୍କ ସହ ପଛୁଆ ଜନଜାତି ସମୂହଙ୍କ ପ୍ରତିନିଧି ରହିବେ ।
  • ଉକ୍ତ ଅଞ୍ଚଳକୁ ରାତ୍ରିକାଳୀନ ପରିଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ।
  • ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ହେବନାହିଁ ।
  • ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କ ଘର ମଧ୍ୟକୁ ପର୍ଯ୍ୟଟକ ପ୍ରବେଶ ଅନୁମତି ମିଳିବ ନାହିଁ ।
  • ପର୍ଯ୍ୟଟକଙ୍କୁ ଅମୋଦିତ କରିବା ଲାଗି ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କୁ ଅନୁମତି ମିଳିବ ନାହିଁ ।
  • ପର୍ଯ୍ୟଟକଙ୍କୁ ଉକ୍ତ ଅଞ୍ଚଳରେ ପରିଭ୍ରମଣ କରାଇବାକୁ ହେଲେ ଟୁର୍‌ ଅରେଟର ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁବନ୍ଧିତ ହୋଇଥିବା ଆବଶ୍ୟକ ।

ରାଜ୍ୟ ସରକାର SOP ଜାରି କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ 4 ଜଣ ଋଷିଆ ପର୍ଯ୍ୟଟକ ରହୁଥିବା ନେଇ ସୂଚନା ପାଇଥିଲା କି ଜିଲ୍ଲା ପ୍ରଶାସନ ? ରୁଷିଆ ପର୍ଯ୍ୟଟକ ସମ୍ବେଦନଶୀଳ ଜନଜାତିଙ୍କୁ ଭେଟିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଜନଜାତିଙ୍କୁ ଭେଟି ସେମାନଙ୍କ ସହ ଫଟୋ ଉଠାଇଛନ୍ତି ନା ନାହିଁ, ଏହାର ତଥ୍ୟ ମିଳିପାରି ନାହିଁ । ଏ ବାବଦରେ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଅଛି ନା ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.