ETV Bharat / state

ନବ ଦାସ ହତ୍ୟାକାଣ୍ଡ: ପୋଲିସ ବଦନାମ ! ଟାର୍ଗେଟରେ ସରକାର କମ୍, ଅଫିସର ଅଧିକ

ନବଦାସଙ୍କ ହତ୍ୟାକାଣ୍ଡକୁ ୨୮ ଦିନ ପୁରିଲାଣି । ହେଲେ ଏଯାଏ ରହସ୍ୟରୁ ଉଠିନି ପରଦା । ଫଳରେ ପୋଲିସର ତଦନ୍ତ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ।

author img

By

Published : Feb 25, 2023, 10:36 PM IST

ନବଦାସ ହତ୍ୟାକାଣ୍ଡ
naba das murder case
ନବଦାସ ହତ୍ୟାକାଣ୍ଡ

ଭୁବନେଶ୍ବର: ନବଦାସ ହତ୍ୟାକାଣ୍ଡ ନେଇ ଅଡୁଆରେ ପୋଲିସ । ଘଟଣାର ୨୮ ଦିନ‌ ପରେ‌ ବି ପୋଲିସର ହାତ ଖାଲି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି । ହେଲେ ଏଯାଏ ହତ୍ୟାକାଣ୍ଡ ଉପରୁ ରହସ୍ୟ ଉଠାଇବାରେ ସଫଳ ହୋଇପାରିନି ପୋଲିସ । ଯାହା ଫଳରେ ପୋଲିସର ତଦନ୍ତ ଓ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନେଇ ରାଜନୀତି ଜୋର ଧରିଥିବାବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେଣୁ ପୋଲିସର ଆଭିମୁଖ୍ୟକୁ ନେଇ ସବୁ ଦିଗରୁ ବଦନାମ ହେଉଛି ରାଜ୍ୟ ପୋଲିସ ।

ମନ୍ତ୍ରୀ ନବଦାସ ହତ୍ୟା ଘଟଣାରେ ଏଯାବତ ଅଭିଯୁକ୍ତ ଗୋପାଳ ଦାସର ସାଇକୋ ଆନାଲିସିସ ରିପୋର୍ଟ ସହ ନାର୍କୋ ଟେଷ୍ଟ ଓ ଏଲଭିଏ ଟେଷ୍ଟ ମଧ୍ୟ ସରିଛି । ହେଲେ ହତ୍ୟାର କାରଣ ସାମ୍ନାକୁ ଆସିପାରି ନାହିଁ । ଅନ୍ୟପଟେ ଗୋପାଳର ଆଚରଣ ଟେଷ୍ଟ ପାଇଁ ଆମେରିକାର FBIର ସହାୟତାକୁ ନେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଅନୁମତି ଲୋଡ଼ାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ । ଏନେଇ ବିରୋଧୀ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ କରିଛନ୍ତି । ବିଜେପିର ସାଂସଦ ସୁରେଶ ପୂଜାରୀ ସିଧା ସଳଖ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଅରୁଣ ବୋଥ୍ରାଙ୍କ ଆଡ଼କୁ ଟାର୍ଗେଟ କରିଛନ୍ତି ।

ପୂର୍ବରୁ ଏହି ଘଟଣାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୋଲିସ ଏବଂ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ କରିଥିଲେ । ଯୋଜନାବଦ୍ଧ ଭାବେ ନବଦାସଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଥିଲେ । ଏପରିକି ନବଙ୍କ ହତ୍ୟା ପୂର୍ବରୁ ବ୍ରଜରାଜନଗର କେଉଁ ଅଧିକାରୀ ଗସ୍ତ କରିଥିଲେ, ହତ୍ୟା ପୂର୍ବରୁ କେଉଁମାନେ ଝାରସୁଗୁଡ଼ା ଯାଇଥିଲେ ସେନେଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଥିଲେ । ନବଦାସ ହତ୍ୟା ମାମଲାରେ‌ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବୟାନ ମଧ୍ୟ ରାଜ୍ୟବାସୀଙ୍କୁ ଚକିତ କରିଥିଲା । ସେ ନିଜ ପ୍ରତିକ୍ରିୟାରେ ପୂର୍ବତନ ମନ୍ତ୍ରୀଙ୍କୁ ଆଡ଼କୁ ଇସାରା କରିଥିଲେ । ଏପରିକି ହତ୍ୟାକାଣ୍ଡରେ ଏଯାଏ ଗୁଳି ନମିଳିବା କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ଅନେକ ପ୍ରଶ୍ନ କରିଥିଲେ ।

ଅନ୍ୟପଟେ FBI ଆଚରଣ ରିପୋର୍ଟ ସହାୟକ ହେବନି ବୋଲି ପୂର୍ବତନ ପୋଲିସ ଅଧିକାରୀ ପ୍ରକାଶ ମିଶ୍ର କହିଛନ୍ତି । ସିବିଆଇ ଭଳି ସଂସ୍ଥା ଥାଉ ଆଉ ବାହାର ଦେଶର ତଦନ୍ତକାରୀ ସଂସ୍ଥାଙ୍କ ହାତରେ ମାମଲାର ଯାଞ୍ଚ କରିବା କେତେଦୂର ଠିକ ବୋଲି ସେ କହିଥିଲେ । ଯଦି ଓଡିଶା ପୋଲିସ ପାରୁନି ତେବେ ସିବିଆଇକୁ ମାମଲା ହସ୍ତାନ୍ତର କରିବା କଥା କହି ରାଜ୍ୟ ପୋଲିସକୁ ଟାର୍ଗେଟ କରିଥିଲେ । ସେହିପରି‌ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ସାହୁ ମଧ୍ୟ ଏନେଇ କହିଥିଲେ‌, କେବଳ ଗୋପାଳ ଦାସ ଦିଗରେ ତଦନ୍ତ କଲେ ସତ୍ୟ ସାମ୍ନାକୁ ଆସିବ ନାହିଁ । ଗୋପାଳର ତଥ୍ୟ ଯଥେଷ୍ଟ ନୁହେଁ । ଏନେଇ ବିଭିନ୍ନ ଦିଗ ଯେପରିକି ପାରିବାରିକ, ବ୍ୟବସାୟୀକ ଏପରିକି ରାଜନୈତିକ ବା ତାଙ୍କ ଦଳୀୟ ଲୋକଙ୍କୁ ପଚରାଉଚରା କରିବାକୁ ଦାବି କରିଥିଲେ ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସଞ୍ଜୀବ ମାରିକ । ସେ କହିଛନ୍ତି, "ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନେ‌ ନିର୍ଦ୍ଧିଷ୍ଟ ତଥ୍ୟ ଦିଅନ୍ତୁ । ଏପରି ପୋଲିସର ତଦନ୍ତକୁ ପ୍ରଶ୍ନ କଲେ ହେବନାହି‌ଁ । ପୋଲିସ ସବୁ ଦିଗରୁ ତଦନ୍ତ କରୁଛି । ଯାହା ପାରିପାର୍ଶ୍ବିକ ପ୍ରମାଣ ରହିଛି ତାହା ଯଥେଷ୍ଟ । କେବଳ ହତ୍ୟାକାଣ୍ଡର କାରଣ ଜାଣିବା ନେଇ ବିଭିନ୍ନ ଦିଗକୁ ତର୍ଜମା କରାଯାଉଛି ।" ପୋଲିସ ସଠିକ ଭାବେ ତଦନ୍ତ କରୁଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.