ଖୋର୍ଦ୍ଧା: ଶ୍ରୀମନ୍ଦିର ଚାରିପାଖରେ 75 ମିଟର ଦୂରତାରେ ପ୍ରାଚୀନ ମଠ ମନ୍ଦିର ଉଚ୍ଛେଦ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ଏନେଇ ବଜରଙ୍ଗ ଖୋର୍ଦ୍ଧା ଶାଖା ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଖବର ଅନୁଯାୟୀ, ମଠ ଉଚ୍ଛେଦ ଦ୍ବାରା ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଘଟିବ ବୋଲି ଶାଖା ଦାବିପତ୍ରରେ ଉଲ୍ଲେଖ କରିଛି। ସେହିପରି ଭାଙ୍ଗିବାପାଇଁ ଥିବା ମଠ ମନ୍ଦିର ପାଇଁ ନୂତନ ସ୍ଥାନ ନିରୂପଣ କରିବା ପରେ ଭଙ୍ଗାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦାବି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ