ETV Bharat / state

ଆଜିଠୁ ସ୍ବାଭାବିକ ଚାଲିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ - ବନ୍ଦେ ଭାରତ ଏକ୍ସପ୍ରେସ

ଆଜିଠୁ ପୁଣି ସ୍ବାଭାବିକ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । କାଳବୈଶାଖୀ ତାଣ୍ଡବରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପ୍ରଭାବିତ ହୋଇଥିଲା । ଅଧିକ ପଢନ୍ତୁ

vande bharat express to resume
ଆଜିଠୁ ସ୍ବାଭାବିକ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ
author img

By

Published : May 23, 2023, 7:05 AM IST

ଭୁବନେଶ୍ବର: ଆଜିଠୁ ପୁଣି ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ସ୍ବାଭାବିକ ଚଳାଚଳ କରିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଗତ 21 ତାରିଖ ଦିନ କାଳବୈଶାଖୀ ପ୍ରଭାବରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା । କାଳବୈଶାଖୀ ତାଣ୍ଡବରେ ରେଳ ଧାରଣାରେ ବିଦ୍ୟୁତ ତାର ଉପରେ ଗଛ ଡାଳ ପଡି ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲା । ଫଳରେ ଗତକାଲି(ସୋମବାର) ଏହି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ବାତିଲ ରହିଥିଲା ।

କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି 130 କିମି ବେଗରେ ଯାଉଥିବା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଭାବିତ ହୋଇଥିଲା । ବିଦ୍ୟୁତ ନଥିବା ଯୋଗୁଁ ଏହା ଚଳାଚଳରେ ବିଳମ୍ବ ହୋଇଥିଲା । ଏହା ସହ ପବନ ଯୋଗୁଁ ବନ୍ଦେ ଭାରତ ଟ୍ରେନର ସାମ୍ନା କାଚ ଭାଙ୍ଗି ଯାଇଥିବା ବେଳେ ଟ୍ରେନର ମୁଖ ଭାଗ ମଧ୍ୟ କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ହାୱଡା-ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ସେବା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମେ 18 ତାରିଖରେ ପୁରୀରେ ଲୋକାର୍ପିତ ହୋଇଥିଲା ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ତେବେ ଦୁଇଦିନ ପରେ ଅର୍ଥାତ ରବିବାର ଦିନ ଝଡ଼ତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା । ଦୀର୍ଘ 4 ଘଣ୍ଟା ଧରି ଟ୍ରେନଟି ଟ୍ରାକରେ ଅଟକି ରହିବାପରେ ରେଳବାଇର ବୈଷୟିକ ଟିମ୍ ସେଠାରେ ପହଞ୍ଚି ମରାମତି କରିଥିଲେ । ବର୍ଷା ପବନରେ ତାର ଛିଡି ପଡ଼ିଥିବାରୁ ଡିଜେଲ ଇଞ୍ଜିନ ସହାୟତାରେ ରାତି ପାଖାପାଖି 9ଟା ସମୟରେ ବନ୍ଦେ ଭାରତ ଟ୍ରେନ ହାୱଡା ଅଭିମୁଖେ ଯାତ୍ରା କରିଥିଲା । ଏହି ଟ୍ରେନର ସମ୍ପୂର୍ଣ୍ଣ ମରାମତି ସରିଛି । ଏହି ଟ୍ରେନ୍‌ ପୁଣି ଟ୍ରାକରେ ଚାଲିବ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...ପ୍ରହସନ ପାଲଟିଛି ସରକାରୀ ଯୋଜନା ! ଆଜି ବି ଆଦିବାସୀ ଗାଁକୁ ପହଞ୍ଚିନି ପକ୍କା ଘର

ପ୍ରକାଶଥାଉ କି, ଓଡିଶା ପାଇଁ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମେ 18 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ଶୁଭାରମ୍ଭ କରିଥିଲେ । ଗୁରୁବାରକୁ ବାଦ ଦେଲେ ସପ୍ତାହକୁ 6 ଦିନ ପୁରୀରୁ ହାୱଡା ଓ ପୁଣି ହାୱଡାରୁ ପୁରୀ ଚଳାଚଳ କରିବ ଟ୍ରେନ । ଏହି ଟ୍ରେନ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ । ଏହି ଟ୍ରେନ ପାଖାପାଖି ୫୦୦ କିଲୋମିଟରର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.