ETV Bharat / state

ବଢ଼ୁଛି ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ

ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌। ସ୍କ୍ରଵ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 18, 2023, 4:38 PM IST

ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ
ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ
ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌ । ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବାପରେ ଏବେ ତତ୍ପରତା ହୋଇଛି ଜନସ୍ୱାସ୍ଥ୍ୟ ବିଭାଗ । ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଯାଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଏନେଇ ସୂଚନା ଦେଇଛି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଡେଙ୍ଗୁ ଚିନ୍ତା ଯାଇ ନଥିବା ବେଳେ ସ୍କ୍ରବ୍‌ ଟାଇଫସ୍‌ ଚିନ୍ତା ବଢ଼ାଇଲାଣି । ବୁର୍ଲା ଭିମ୍‌ସାରରେ ସ୍କ୍ରବ୍‌ ଟାଇଫସ୍‌ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଓ ବରଗଡ଼ରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି । ତେବେ ଗତ ୨ ଦିନ ମଧ୍ୟରେ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍କ୍ରବ୍‌ ଟାଇଫସ୍‌ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ ଜିଲାର ସିଡିଏମ୍‌ଓ ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢ଼ନ୍ତୁ...ଡରାଇଲାଣି ସ୍କ୍ରବ୍‌ ଟାଇଫସ୍‌, ୨୪ଘଣ୍ଟାରେ ୭ ରୋଗୀ ଚିହ୍ନଟ

ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟର ସମସ୍ତ ହସ୍ପିଟାଲରେ ଡିପିଏଚ୍‌ଏଲ୍‌ ମାଧ୍ୟମରେ ରୋଗର ଟେଷ୍ଟିଂ କରାଯିବ । ଏହାସହ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍‌ ମହଜୁଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାକ୍ତରୀ ଦଳମାନଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରାଯିବା ସହ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ୍‌ ସର୍ଭେଲାନ୍ସ ୟୁନିଟ୍‌କୁ ଅବଗତ କରାଯିବ । ସେହିପରି ହସ୍ପିଟାଲରେ ଔଷଧ ଓ ଆଣ୍ଟିବାୟୋଟିକ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ମୃତ୍ୟୁଗୁଡ଼ିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବା ମୁତାବକ, ବରଗଡ଼ରୁ 5 ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ଆସିଥିଲା । ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା । କଣ ଟେଷ୍ଟ ହୋଇଥିଲା ? ଓ କେମିତି ମୃତ୍ୟୁ ହୋଇଛି, ତାହାର ତଦନ୍ତ ହେଉଛି । ଘରୋଇ ହସ୍ପିଟାଲ ସହ verbal autopsy ହେବ । ଏହାସହ ଘରୋଇ ହସ୍ପିଟାଲ କାର୍ଡରେ ରୋଗର ଟେଷ୍ଟ କରୁଛନ୍ତି, ଯାହା ଠିକ ନୁହେଁ । କେବଳ ଏଲିଶା ପଦ୍ଧତିରେ ଟେଷ୍ଟ କଲେ ହିଁ ସଠିକ ତଥ୍ୟ ମିଳିବ ଏବଂ ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.