ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଗୁପ୍ତା କମ୍ପାନୀ ତାର ଶ୍ରମିକଙ୍କୁ ପରିଶ୍ରମ ଅନୁଯାଇ ଦରମା ଦେଉନାହିଁ କି ସରକାରଙ୍କ ଗାଇଡ୍ ଲାଇନ ଅନୁଯାଇ ଶ୍ରମିକଙ୍କୁ ହକ୍ ଦେବାରୁ ବଞ୍ଚିତ କରୁଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିଛନ୍ତି ଗୁପ୍ତା କମ୍ପାନୀର କାର୍ଯ୍ୟରତ ଶ୍ରମିକମାନେ । ଶତାଧିକ ଶ୍ରମିକ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଛନ୍ତି ।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କାଲି ଏନେଇ ଗୁପ୍ତାକମ୍ପାନୀ କର୍ତ୍ତୃପକ୍ଷ ଏବଂ ଶ୍ରମିକଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିବେ ବୋଲି ଶ୍ରମିକମାନଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ