ETV Bharat / state

ଦିଲ୍ଲୀ ଚାଷୀ ଆନ୍ଦୋଳନ ସମର୍ଥନରେ ରାଜ୍ୟରେ ନବନିର୍ମାଣ କୃଷକ ସଙ୍ଗଠନର ଧାରଣା

author img

By

Published : Dec 5, 2020, 4:20 PM IST

Updated : Dec 5, 2020, 6:37 PM IST

ନବନିର୍ମାଣ କୃଷକ ସଂଗଠନ ଦିଲ୍ଲୀ କୃଷକ ଆନ୍ଦୋଳନର ସମର୍ଥନରେ ଶନିବାର ମଧ୍ୟ ଧାରଣା ଜାରି ରଖିଛି । ଅଧିକ ପଢନ୍ତୁ...

Protest continues in the state in support of the Delhi Farmer's Movement
ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ରାଜ୍ୟରେ ଜାରି ରହିଛି ଧାରଣା

ଭୁବନେଶ୍ବର: ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟରେ ନବନିର୍ମାଣ କୃଷକ ସଙ୍ଗଠନ ରାଜଧାନୀରେ ଶନିବାର ମଧ୍ୟ ଧାରଣା ଜାରି ରଖି ବାଇକ୍‌ ଶୋଭାଯାତ୍ରା କରିଛି ।

ଶନିବାର ସଂଗଠନ ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରାରେ ବାହାରିବା ସହ ମାଷ୍ଟର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦି, ମନୋହର ଲାଲ ଖଟ୍ଟର, ମୁକେଶ ଅମ୍ବାନୀ ଏବଂ ଅଦାନୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କେନ୍ଦ୍ର ସରକାର କର୍ପୋରେଟଙ୍କ ସପକ୍ଷରେ କରିଥିବା ଏହି ଚାଷୀ ବିରୋଧୀ କଳା ଆଇନକୁ ପ୍ରତ୍ୟାହାର ନ କଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

ଆଗାମୀ 8 ତାରିଖରେ ଏହି ଆନ୍ଦୋଳନ ସପକ୍ଷରେ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ତେଣୁ ସରକାର ତୁରନ୍ତ କୃଷକମାନଙ୍କ ଏହି ଦାବି ପୂରଣ କରିବାକୁ କୁହାଯାଇଛି । ତେବେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଚାଷୀମାନେ ଦୀର୍ଘ 10 ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ସଂଗଠନଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ଏଥିପାଇଁ କୌଣସି ନିଷ୍କର୍ସ ବାହାରି ନାହିଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 5, 2020, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.