ETV Bharat / state

କାର୍ଯ୍ୟକ୍ରମ ଅନୁମତି ଦାବିରେ ଖୋର୍ଦ୍ଧା କଳାକାର ମହାସଂଘର ବିକ୍ଷୋଭ - khurda

4 ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲା କଳାକାର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଦାବି କରିଛି ସଂଘ। ଅଧିକ ପଢ଼ନ୍ତୁ...

ଖୋର୍ଦ୍ଧା କଳାକାର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦେବାକୁ ଦାବି

author img

By

Published : Nov 9, 2020, 4:00 PM IST

Updated : Nov 9, 2020, 4:29 PM IST

ଖୋର୍ଦ୍ଧା: 4 ଦଫା ଦାବିନେଇ ଖୋର୍ଦ୍ଧା ଜିଲ୍ଲା କଳାକାର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋଭିଡ କଟକଣା ଯୋଗୁଁ ରାଜ୍ୟରେ ଆଠ ମାସ ହେବ ଯାତ୍ରା କିମ୍ବା ମଞ୍ଚ ନାଟକ ଭଳି କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ବହୁ କଳାକାର। ତୁରନ୍ତ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଦାବି କରିଛି ସଂଘ। ଏନେଇ ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଖୋର୍ଦ୍ଧା ଜିଲ୍ଲା କଳାକାର ସଂଘ।

କାର୍ଯ୍ୟକ୍ରମ ଅନୁମତି ଦାବିରେ ଖୋର୍ଦ୍ଧା କଳାକାର ମହାସଂଘର ବିକ୍ଷୋଭ

କୋଭିଡ କଟକଣା ଯୋଗୁଁ ନିଜ କଳାକାରମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଅଭିଯୋଗ କରିଛି ସଂଘ। ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିବା ସହ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ନାଟକ କରିବା ପାଇଁ ଅନୁମତି ସହ କଳାକାର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଆର୍ଥିକ ସଂକଟ ଦେଇ ଗତି କରୁଥିବା କଳାକାର ମାନଙ୍କୁ ଚିହ୍ନଟ କରିବାକୁ ଦାବି କରିଛି ସଂଘ। ଏହାକୁ ଜିଲ୍ଲାପାଳଙ୍କୁ ଏକ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ଖୋର୍ଦ୍ଧା ଜିଲ୍ଲା ସଂଘ।

ଖୋର୍ଦ୍ଧା ଜିଲ୍ଲା କଳାକାର ମହାସଂଘ ସଭାପତି ଧୃବ ଚରଣ ମହାପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଶତାଧିକ କଳାକାର ଯୋଗ ଦେଇଥିଲେ। କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସଠାରୁ ଭାରତରେ ଲକଡାଉନ ଘୋଷଣା ହୋଇଥିଲା। ଫଳରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 9, 2020, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.